ଧରଣୀଧର ବିଶ୍ୱବିଦ୍ୟାଳୟରେ ଜାତୀୟ ଆଲୋଚନାଚକ୍ର
କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): କେନ୍ଦୁଝରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଧରଣୀଧର ବିଶ୍ୱବିଦ୍ୟାଳୟରେ୨୪-ଜୁଲାଇ-୨୦୨୫ ଠାରୁ ୨୬-ଆଗଷ୍ଟ-୨୦୨୫ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ବିଭାଗ ମାନଙ୍କ ଦ୍ଵାରା ଅନୁଷ୍ଠିତ ହେବାକୁ ଯାଉଛି ଜାତୀୟ ତଥା ଆନ୍ତର୍ଜାତୀୟ ସମ୍ମେଳନ ଓ ଆଲୋଚନା ଚକ୍ର ର ଶୃଙ୍ଖଳା ଆରମ୍ଭ ହୋଇଯାଇଛି। ଆଜି ଇଂରାଜୀ ବିଭାଗ ଦ୍ଵାରା ଆଲୋଚିତ ବିଷୟ ଥିଲା Biographies: Histories, Narratives, Subjects.ଆଜି ଇଂରାଜୀ ବିଭାଗ ର ଉଦ୍ଘାଟନ ଉତ୍ସବ ରେ ଯୋଗଦେଇଥିଲେ ଉତ୍କଳ ବିଶ୍ୱ ବିଦ୍ୟାଳୟ , ବାଣୀବିହାର ର ପ୍ରଫେସର ଯତୀନ କୁମାର ନାୟକ ଏବଂ କାର୍ଯ୍ୟ କ୍ରମ କୁ ସଭାପତିତ୍ବ କରିଥିଲେ କୁଳପତି ପ୍ରଫେସର ପ୍ରତାପ କୁମାର ମହାନ୍ତି। କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ଡ଼କ୍ଟର ଶାଶ୍ଵତ ପଣ୍ଡା। ଆଜି ତିନୋଟି ଅଧିବେଶନ ହୋଇଥିଲା ଏବଂ ଆଲୋଚନା ଚକ୍ର ରେ ପନ୍ଦର ଜନ ଗବେଷକ ସହିତ ଶତାଧିକ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ।ପ୍ରକାଶ ଥାଉକି ଶୃଙ୍ଖଳା ଦୀର୍ଘ ଏକମାସ ଧରି ଚାଲିବ।ଏହି ଶୃଙ୍ଖଳାରେ ଦେଶ ବିଦେଶରୁ ଶହେ ଜଣରୁ ଅଧିକ ବିଷୟ ବିଶାରଦ ମାନେ ଯୋଗ ଦେଇ ସେମାନଙ୍କ ର ତାତ୍ୱିକ ଅଭିଭାଷଣ ପ୍ରଦାନ କରିବାର କାର୍ଯକ୍ରମ ସ୍ଥିର ହୋଇଛି। ଏଥିସହିତ ଏହି ଆଲୋଚନା ଚକ୍ର ମାନଙ୍କରେ ଦୁଇଶହ ରୁ ଅଧିକ ଗୋବେଷକ ସେମାନଙ୍କ ର ପ୍ରବନ୍ଧ ପାଠ କରିବେ ଏବଂ ଦୁଇହଜାର ରୁ ଅଧିକ ଛାତ୍ର ଛାତ୍ରୀ ଏହି ଶୃଙ୍ଖଳାରେ ଅଂଶ ଗ୍ରହଣ କରିବା ର ବ୍ୟବସ୍ଥା କରା ଯାଇଛି।ଏହି ସମ୍ମେଳନ ଓ ଆଲୋଚନା ଚକ୍ର ଦ୍ୱାରା ବିଶ୍ଵବିଦ୍ୟାଳୟ ର ଗବେଷଣା କାର୍ଯ୍ୟ ଆହୁରି ତ୍ୱରାନ୍ୱିତ ହୋଇ ପାରିବ,ବୋଲି ବିଶ୍ଵବିଦ୍ୟାଳୟ ର କୁଳପତି ପ୍ରଫେସର ପ୍ରତାପ କୁମାର ମହାନ୍ତି ମତବ୍ୟକ୍ତ କରିଛନ୍ତି।


