ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ଯୁବ ସମ୍ମିଳନୀ
କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ କେନ୍ଦୁଝର ପକ୍ଷରୁ ସ୍ଥାନୀୟ ଜିଲ୍ଲା ପ୍ରେକ୍ଷାଳୟ (ଅଡିଟୋରିୟମ), କେନ୍ଦୁଝରଠାରେ ଏକ ଭବ୍ୟ ଯୁବସମ୍ମିଳନୀର ଆୟୋଜିତ ହୋଇଯାଇଅଛି।କାର୍ଯ୍ୟକ୍ରମ ପ୍ରଥମରେ ସହରର ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଦେଶାତ୍ମାବୋଧକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ ଘନଶ୍ୟାମ ମହାନ୍ତ ସହକାରୀ ଶ୍ରମ ଅଧିକାରୀ ଘଟଗାଁ ଯୋଗଦେଇ ଦୀପ ପ୍ରଜ୍ଜ୍ୱଳନ କରିଥିଲେ। ପ୍ରଥମ ସତ୍ରରେ ଜିଲ୍ଲା ସଂଘଚାଳକ ଭାଗିରଥି ପୃଷ୍ଟି ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ବକ୍ତା ଭାବେ ତନ୍ମୟ କୁମାର ମହାପାତ୍ର, ଓଡ଼ିଶା ପୂର୍ବ ପ୍ରାନ୍ତ ବୌଦ୍ଧିକ ପ୍ରମୁଖ ଉପସ୍ଥିତ ଯୁବ ବର୍ଗଙ୍କୁ ସ୍ବାଧୀନତା ରୁ ସ୍ଵତନ୍ତ୍ରତା ନେଇ ମାର୍ଗଦର୍ଶନ କରିଥିଲେ୧୯୪୭ ମସିହା ଅଗଷ୍ଟ ୧୫ ତାରିଖ ଭାରତ ସ୍ଵାଧୀନ ହେଲା। ଭାରତ ସ୍ୱାଧୀନ ହେବାର ଦୀର୍ଘ୍ ୭୮ବର୍ଷ ବିତିଯାଇଥିଲେ ମଧ୍ୟ ଆମେ ସ୍ଵତନ୍ତ୍ର ହେଇ ପାରିଲୁ ନାହିଁ। ସ୍ଵତନ୍ତ୍ରତାର ଅର୍ଥ ଯାହା ଆମର ସ୍ଵ ବା ମୂଳ ଭାରତିୟ ଚିନ୍ତନ ତାହାକୁ ଆଧାର କରି ଏ ଦେଶର ବିକାଶ କରିବା ନେଇ ଆହ୍ଵାନ ଦେଇଥିଲେ। ସ୍ୱଭାଷା, ସ୍ୱଦେଶୀ ଓ ସ୍ୱରାଜ୍ୟ ହେଉଛି ଏହାର ମୂଳ ମନ୍ତ୍ର। ଶିକ୍ଷା, ସ୍ୱାସ୍ଥ୍ୟ ବିଜ୍ଞାନ ଅର୍ଥନୀତି, ବୈସୟିକ ଜ୍ଞାନ, ଅନ୍ତରିକ୍ଷ ବିଜ୍ଞାନରେ ସ୍ୱଦେଶୀ ଜ୍ଞାନର ପ୍ରୟୋଗଆଜିରଆବଶ୍ୟକତା ବୋଲି ତନ୍ମୟ ମହାପାତ୍ର ମତବ୍ୟକ୍ତ କରିଥିଲେ।ସେହିପରି ଦ୍ବିତୀୟ ସତ୍ରରେ ଜିଲ୍ଲା କାର୍ଯ୍ୟବାହ ବିନୋଦ ମହାନ୍ତ ମଞ୍ଚାସିନ ଥିବା ବେଳେ ମୁଖ୍ୟବକ୍ତା ଭାବେ ବିଭାଗ ବୌଦ୍ଧିକ ପ୍ରମୁଖ ସତ୍ୟ ରଞ୍ଜନ ମହାକୁଡ ଯୋଗଦେଇ ଭାରତରଗୌରବଶାଳୀ ଅତୀତ ବର୍ତ୍ତମାନ ଓ ଭବିଷ୍ୟତ ଉପରେ ମତବ୍ୟକ୍ତ କରିଥିଲେ।ଭାରତର ଶିକ୍ଷା ବିଜ୍ଞାନ ସ୍ୱାସ୍ଥ୍ୟ ବୈଜ୍ଞାନିକ ପରମ୍ପରାର ଏକ ସମୃଦ୍ଧଶାଳୀ ଅତୀତ ଥିଲା। ଇଣ୍ଡୋନେସିଆ, କାମ୍ବୋଡିଆ, ଫିଲିପାଇନସ ଓ ଭିଏତନାମରେ ଆଜି ମଧ୍ଯ ହିନ୍ଦୁ ସଂସ୍କୃତିର ଗଭୀର ପ୍ରଭାଵ ଦେଖିବାକୁ ମିଳେ ବୋଲି ପ୍ରକାଶ କରିଥିଲେ। ବର୍ତମାନ ଭାରତ ଏକ ବିକଶିତ ସମୟ ଦେଇ ଗତି କରୁଛି। ଆଗାମୀ ଦିନରେ ଭାରତକୁ ସମସ୍ତ କ୍ଷେତ୍ରରେ ଆତ୍ମନିର୍ଭର ଓ ସମୃଦ୍ଧଶାଳୀ କରି ବିଶ୍ବ ଗୁରୁର ଆସନରେ ଅଧିଷ୍ଠିତ କରିବା ହିଁ ହେଉଛି ସ୍ବପ୍ନ। ହେଉ ବୋଲି ଆହ୍ଵାନ ଦେଇଥିଲେ ବିଭାଗ ବୌଦ୍ଧିକ ପ୍ରମୁଖ ସତ୍ୟ ରଞ୍ଜନ ମହାକୁଡକାର୍ଯ୍ୟକ୍ରମରେଦୁଇଜଣଯୁବପ୍ରତିଭାଙ୍କୁସମ୍ବର୍ଦ୍ଧିତକରାଯାଇଥିଲା।ଉକ୍ତ ଯୁବ ସମ୍ମିଳନୀକୁ ଜିଲ୍ଲା ମହାବିଦ୍ୟାଳୟ ପ୍ରମୁଖ ମଳୟ କୁମାର ଖଣ୍ଡା ପରିଚାଳନା କରିଥିବା ବେଳେ ପ୍ରଭାତ ରଞ୍ଜନ ଗିରି, ସୌମ୍ୟ ରଞ୍ଜନ ମହାନ୍ତ, ସୌରଜିତ ପରିଡ଼ା, ଗଣେଶ ଦାସ, ପ୍ରମୋଦ ମହାନ୍ତ, ମୁକେଶ ସାହୁ, କାଳୀଚରଣ ମୁଣ୍ଡା , ପ୍ରତାପ ଝରା , ଲକ୍ଷ୍ମୀଧର ନାଏକ , ରାମ ବିଶ୍ଵାଳ ପ୍ରମୁଖଙ୍କ ସହ ନଗରର ବହୁ ସ୍ଵୟଂସେବକ ସହଯୋଗକରିଥିଲେଉକ୍ତଯୁବସମ୍ମିଳନୀରେବିଭିନ୍ନମହାବିଦ୍ୟାଳୟର ପାଞ୍ଚ ଶହରୁ ଉର୍ଦ୍ଧ ଯୁବ ବର୍ଗ ସାମିଲ ହୋଇଥିଲେ।


