ନାଉଗାଁ ବ୍ଳକସ୍ତରୀୟ ବିଜ୍ଞାନ ମେଳା
ନାଉଗାଁ (ଓ୍ବାଇଏନଏସ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ କଂଟୁଣିଆ ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଳକସ୍ତରୀୟ ବିଜ୍ଞାନ ମେଳା ଓ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ ଏବଂ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ,କୁଇଜ୍ ପ୍ରତିଯୋଗିତା ଓ ପୋଷଣୀୟ ଜୀବନଶୈଳୀ ପ୍ରଦର୍ଶନୀ-୨୦୨୫ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶଙ୍କର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପଂଚାୟତ ସମିତି ଅଧ୍ୟକ୍ଷା ତୃଷ୍ଣା ଲେଙ୍କା, ମୁଖ୍ୟବକ୍ତା ଭାବେ ପୂର୍ବତନ ଛାତ୍ର ସଂସଦ ସଭାପତି ପ୍ରତାପ କୁମାର ମିଶ୍ର,ସମ୍ମାନିତ ଅତିଥି ଭାବେ ତହସିଲଦାର ଅକ୍ଷୟ କୁମାର ବଡୁ, ନାଉଗାଁହାଟ ଉଚ୍ଚ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନ ଶିକ୍ଷକ ନିରଞ୍ଜନ ମହାନ୍ତି, ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘର ନାଉଗାଁ ବ୍ଲକ ସଭାପତି ସୁକାନ୍ତ କୁମାର ଲେଙ୍କା,ପ୍ରାକ୍ତନ ଶିକ୍ଷକ ବିଭୂତି ଭୂଷଣ ରାୟ ପ୍ରମୁଖ ଯୋଗ ଦେଇ ସଭ୍ୟତାର ବିକାଶରେ ବୈଜ୍ଞାନିକ ମହତ୍ୱ ପୂର୍ଣ୍ଣ ଅବଦାନ ସଂର୍ପକରେ ମତବ୍ୟକ୍ତ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘର ନାଉଗାଁ ବ୍ଲକ ସଂପାଦକ ହିମାଂଶୁ କୁମାର ମହାନ୍ତି ପ୍ରଦାନ କରିଥିବା ବେଳେ ନାଉଗାଁ ବ୍ଲକ ବିଜ୍ଞାନ ସଂଯୋଜନା କମିଟିର ସଂପାଦକ ସୁଧୀର ବିଶ୍ୱାଳ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ସିଆରସିସି ଅକ୍ଷୟ କୁମାର ରାଉତ ଓ ଶିକ୍ଷକ ବସନ୍ତ କୁମାର ଦାସ,ଓଡପଏଙ୍ଗାସ୍ଥିତ ଶ୍ରୀ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟର ଜୁନିୟର ରେଡକ୍ରସ ପକ୍ଷରୁ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ସେହିପରି ବ୍ଳକ ଶିକ୍ଷାଧିକାରୀ ବିଶ୍ୱମ୍ବର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜଗତସିଂହପୁର ସାଂସଦ ବିଭୁପ୍ରସାଦ ତରାଇ,ମୁଖ୍ୟବକ୍ତା ଭାବେ ସ୍ୱାମୀ ବିବେକାନନ୍ଦ ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷା ସୁଜାତା ଓଟା, ସମ୍ମାନିତ ଅତିଥି ଭାବେ ପୂର୍ବତନ ମଣ୍ଡଳ ଶିକ୍ଷାଧିକାରୀ ଉମେଶ ଚନ୍ଦ୍ର ରାଉତ, ସମଗ୍ର ଶିକ୍ଷା ଜଗତସିଂହପୁରର ପେଡାଗୋଜି କୋଅର୍ଡିନେଟର ତପନ କୁମାର ନନ୍ଦ ପ୍ରମୁଖ ଯୋଗ ଦେଇ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ବିଜ୍ଞାନ ମେଳା ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି ମେଳାରେ ବ୍ଳକର ପ୍ରାଥମିକ ବିଦ୍ୟାଳୟ ଠାରୁ ଉଚ୍ଚ ବିଦ୍ୟାଳୟ ପର୍ଯ୍ୟନ୍ତ ସମୁଦାୟ ୭୨ଟି ବିଦ୍ୟାଳୟରୁ ୧୦୨ଟି ପ୍ରକଳ୍ପ ଭାଗ ନେଇଥିଲେ। ସେଥିମଧ୍ୟରୁ ଚୟନ କମିଟି ଦ୍ୱାରା ୨୦ଟି ଶ୍ରେଷ୍ଠ ପ୍ରକଳ୍ପକୁ ଜିଲ୍ଲାସ୍ତରୀୟ ବିଜ୍ଞାନ ମେଳା ପାଇଁ ଚୟନ କରାଯାଇଥିବା ବ୍ଲକ ଶିକ୍ଷାଧିକାରୀ ସୂଚନା ଦେଇଛନ୍ତି। ଏହି କାର୍ଯ୍ୟକ୍ରମକୁ ସମସ୍ତ ସିଆରସିସି,ସମସ୍ତ ସଦସ୍ୟ,ଶିକ୍ଷକ ଓ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ।


