ନାଉଗାଁ ମିଡ଼ିଆ କ୍ଲବ୍ କାର୍ଯ୍ୟାଳୟ ଉଦଘାଟିତ

ନାଉଗାଁ (ପ୍ରଦୋଷ ମହାନ୍ତି): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକର ମିଡ଼ିଆ କ୍ଲବ କାର୍ଯ୍ୟାଳୟ ନାଉଗାଁ ହାଟ ଠାରେ ଶୁଭ ଉଦ୍ଘାଟନ ହୋଇଯାଇଛି। ଏହି କାର୍ଯ୍ୟାଳୟକୁ ଆନ୍ତର୍ଜାତୀୟ ଜଗନ୍ନାଥ ଧର୍ମ ପ୍ରଚାରକ ବାବାଜୀ ସତ୍ୟାନନ୍ଦ ଦାସ ଉଦ୍ଘାଟନ କରି ମିଡ଼ିଆ ସମାଜର ଆଇନା ସଦୃଶ୍ୟ, ସଚେତନତା ମିଡ଼ିଆ ଗଣତନ୍ତ୍ରର ଜାଗ୍ରତ ପ୍ରହରୀ ବୋଲି କହିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଭାବେ ନାଉଗାଁ ତହସିଲଦାର ଅକ୍ଷୟ କୁମାର ବଡୁ, ନାଉଗାଁ ଥାନାଧିକାରୀ ଦେବାଶିଷ ପଣ୍ଡା, ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ନଟବର ବାରିକ, ନାଉଗାଁ ବ୍ଲକ ବିଜେଡି ସଭାପତି ନିରଞ୍ଜନ ବେହୁରା, ପଞ୍ଚାୟତ ସମିତି ଉପାଧ୍ୟକ୍ଷ ସୁଜିତ ପୁହାଣ, ନାଉଗାଁ ବିଡ଼ିଓ ନିରଞ୍ଜନ ପରିଡା, ବରିଷ୍ଠ ଶିକ୍ଷାବିତ ସୁକାନ୍ତ କୁମାର ଲେଙ୍କା, ସମାଜସେବୀ ରାଜନୀକାନ୍ତ ଲେଙ୍କା ଓ ବରିଷ୍ଠ ସାମ୍ବାଦିକ ମାନସ କାନୁନଗୋ ପ୍ରମୁଖ ଉପସ୍ଥିତ ଥିଲେ। ଜଗତସିଂହପୁର ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ମନୋଜ କୁମାର ଦାଶଙ୍କ ସଂଯୋଜନାରେ ସଭା କାର୍ଯ୍ୟ ପରିଚାଳିତ ହୋଇଥିଲା। ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ, ପୂର୍ବତନ ବିଧାୟକ ପ୍ରଶାନ୍ତ ମୁଦୁଲି, ଜ୍ୟୋତିଷ ଚନ୍ଦ୍ର ଦାସଙ୍କ ସହିତ ବହୁ ଜନପ୍ରତିନିଧି, ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ। ଶେଷରେ ମିଡ଼ିଆ କ୍ଲବ ସଦସ୍ୟ ମନୋଜ ନାୟକ ଧନ୍ୟବାଦ ଜ୍ଞାପନ କରିଥିଲେ। ଏଥିରେ ବିଶିଷ୍ଟ ସମାଜସେବୀ ଦୀପକ ବିଶ୍ୱାଳ, ତ୍ରିନାଥ ପରିଜା, ସୁନିଲ କୁମାର ମାଟିଆ, ନବ ନିର୍ମାଣ କୃଷକ ସଂଗଠନର ଜିଲ୍ଲା ସଂଯୋଜକ ଅଶୋକ ସ୍ବାଇଁ ,ପୂର୍ବତନ ସରପଞ୍ଚ ନବକିଶୋର ମହାନ୍ତି , ଆଇନଜୀବୀ ଦିଲ୍ଲୀପ ଲେଙ୍କା, ପୂର୍ବତନ ସମିତି ସଭ୍ୟ ପଦ୍ମ ଚରଣ ରାଉତ, ମନ୍ମଥ ଓଝା , ଅନିଲ ଲେଙ୍କା, ପ୍ରଶାନ୍ତ ମିଶ୍ର  ଯୋଗ ଦେଇଥିଲେ। ଏହି ଅବସରରେ ସୁଧା ବେହୁରା, ଅଭିମନ୍ୟୁ ସାହୁ, ଦେବଜ୍ୟୋତି ମହାନ୍ତି, ମାନସ କୁମାର ସ୍ୱାଇଁ, ଅଜିତ ଓଝା, ସର୍ବେଶ୍ୱର ମହାରଣା, ପ୍ରଦୋଷ ମହାନ୍ତି, ଦୀପକ ଜେନା, ସୁଶାନ୍ତ ପରିଡା, ଦିପ୍ତୀରଣୀ ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ