ମା ତାରାଦେବୀଙ୍କ ମନ୍ଦିରରେ ନବରାତ୍ରୀ ପୂଜା
ଆସିକା (ୱାଇଏନ୍ଏସ୍): ଆସିକା ବ୍ଳକ ଅନ୍ତର୍ଗତ ଖଣ୍ଡଦେଉଳି ଗ୍ରାମ ପଞ୍ଚାୟତର କର୍ଣ୍ଣୋଳି ଗ୍ରାମ ସ୍ଥିତ ନିଗମାନନ୍ଦ ଯୋଗାଶ୍ରମର ପାହାଡ ନିକଟରେ ପୂଜା ପାଉଥିବା କରୁଣାମୟୀ ମା ତାରାଦେବୀ ଙ୍କ ମନ୍ଦିରରେ ଏକ ଆଧ୍ୟାତ୍ମିକମୟ ତଥା ଭକ୍ତିମୟ ପରିବେଶରେ ପ୍ରବଳ ଉତ୍ସାହ ଓ ଉଦ୍ଦିପନାର ସହ ବିଧିବିଧାନ ତଥା ନୀତିକାନ୍ତି ଅନୁଯାୟୀ ପ୍ରଥମ ଥର ପାଇଁ ଆଧ୍ୟାତ୍ମିକପ୍ରେମୀ ଭକ୍ତଙ୍କ ଗହଣରେ ନବରାତ୍ରୀ ପୂଜା ଆରମ୍ଭ ହୋଇଯାଇଛି । ଜଗତ୍ଜନନୀ, ଦୁର୍ଗତୀନାଶିନୀ, ବିପଦହାରିଣୀ, କରୁଣାମୟୀ, କଲ୍ୟାଣମୟୀ, ଅଭୟଦାୟିନୀ, କୃପାମୟୀ, ବିପଦନାଶିନୀ ମା ତାରାଦେବୀଙ୍କ ନବରାତ୍ରୀ ପୂଜା ପାଇଁ ସମଗ୍ର ମନ୍ଦିର ପରିସର ଉତ୍ସବମୁଖର ହୋଇପଡିଥିବା ଦେଖିବାକୁ ମିଳୁଛି । ଏହି ନବରାତ୍ରୀ ପୂଜା ଅବସରରେ ଅନୁଷ୍ଠିତ ହେଉଥିବା ଆଧ୍ୟାତ୍ମିକ କାର୍ଯ୍ୟକ୍ରମକୁ ସୁପରିଚାଳନା କରିବା ଦିଗରେ ନିଗମାନନ୍ଦ ଯୋଗାଶ୍ରମର ସଭାପତି ବିଶ୍ୱନାଥ ବିଷୋୟୀ, ଉପସଭାପତି ବାହାନପତି ସ୍ୱାଇଁ, ଆଧ୍ୟାତ୍ମିକପ୍ରେମି ପ୍ରମୋଦ କୁମାର ସ୍ୱାଇଁ, ଜିତେନ୍ଦ୍ର କୁମାର ବିଷୋୟୀ, ରାଜୀବଲୋଚନ ସ୍ୱାଇଁ, ପ୍ରଫୁଲ କୁମାର ବେହେରା, କିଶୋର ଚନ୍ଦ୍ର ଭୂୟାଁ, ବାଉରିବନ୍ଧୁ ଗୌଡ, ଅନନ୍ତ ବିଷୋୟୀ, ବିଭୁତି ଭୂଷଣ ଭୂୟାଁ, ଆର୍.ଗୁରୁନାଥ ରେଡି, ଆର୍.କୃଷ୍ଣମୂର୍ତ୍ତି ରେଡି, ବିବେକାନନ୍ଦ ପ୍ରଧାନ, କାହ୍ନୁଚରଣ ବିଷୋୟୀ, ବିଶ୍ୱନାଥ ବିଷୋୟୀ (ସାନ), ହୃଷିକେଶ ଭୂୟାଁ, ପ୍ରଶାନ୍ତ କୁମାର ବିଷୋୟୀ, ଖଞ୍ଜନ ବିଷୋୟୀ, ପଦ୍ମଚରଣ ସେଠୀ, ରତ୍ନାକର ବିଷୋୟୀ, ନିଗମାନନ୍ଦ ପ୍ରଧାନଙ୍କ ସମେତ ସ୍ଥାନୀୟ ଅଞ୍ଚଳବାସୀ ଓ ଶ୍ରଦ୍ଧାଳୁ ଭକ୍ତ ସକ୍ରିୟ ସହଯୋଗ କରୁଥିବା ଦେଖିବାକୁ ମିଳୁଛି । ଆସିକା ବ୍ଳକ ଅଧୀନସ୍ଥ କର୍ଣ୍ଣୋଳୀ ଗ୍ରାମରେ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଶ୍ରୀ ଶ୍ରୀ ଜଗତ୍ଜନନୀ ଗୁରୁଶକ୍ତି ସ୍ୱରୂପିଣୀ ମା ତାରା ଦେବୀଙ୍କ ମନ୍ଦିରରେ ପୂଜାର୍ଚ୍ଚନା ଓ ମନ୍ତ୍ରୋଧ୍ୱନୀ ମଧ୍ୟରେ ନବରାତ୍ରୀ ପୂଜା ଆରମ୍ଭ ହୋଇଥିବା ଲକ୍ଷ୍ୟ କରାଯାଇଛି। ନବରାତ୍ରୀ ପୂଜା ଅବସରରେ ମନ୍ଦିର ପରିସର ଆଧ୍ୟାତ୍ମିକମୟ ହୋଇ ଉଠିଥିଲା ବେଳେ ବିଦ୍ୱାନ ପଣ୍ଡିତ ତଥା କର୍ମକାଣ୍ଡ ବାଚଷ୍ପତି ଅନୁପ କୁମାର କରଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ସହଯୋଗୀ ପଣ୍ଡିତ ସୁମନ୍ତ କୁମାର କର, ପ୍ରଭାକର ପାଢୀ, ମନ୍ଦିର ପୂଜକ କୈଳାଶ ପଣ୍ଡା ପ୍ରମୁଖଙ୍କ ମନ୍ତ୍ରୋଚାରଣରେ ମା ତାରାଦେବୀଙ୍କ ମନ୍ଦିର ପରିବେଶ ପ୍ରକମ୍ପିତ ହୋଇପଡୁଥିବା ଲକ୍ଷ୍ୟ କରାଯାଇଛି। ନବରାତ୍ରୀ ପୂଜା ଅବସରରେ ଦ୍ୱିତୀୟ ଦିନରେ ଅନୁଷ୍ଠିତ ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ କର୍ତ୍ତା ରୂପେ ବରିଷ୍ଠ ଆଧ୍ୟାତ୍ମିକପ୍ରେମୀ ସୁନନ୍ଦ ଗୌଡ ଏବଂ ତାଙ୍କ ଧର୍ମପତ୍ନୀ ପୁଷ୍ପାଞ୍ଜଳୀ ଗୌଡ ନିଷ୍ଠାର ସହ ରହି ଦାୟିତ୍ୱ ନିର୍ବାହ କରିଥିବା ଲକ୍ଷ୍ୟ କରାଯାଇଥିଲା । ଆସିକା ବ୍ଳକ ଅନ୍ତର୍ଗତ କର୍ଣ୍ଣୋଳୀ ଗ୍ରାମରେ ଶ୍ରୀ ଶ୍ରୀ ମା ତାରାଦେବୀଙ୍କ ମନ୍ଦିରରେ ଆରମ୍ଭ ହୋଇଥିବା ନବରାତ୍ରୀ ପୂଜା ଅବସରରେ ଭକ୍ତିଭାବରେ ସମଗ୍ର ଗ୍ରାମ ଉତ୍ସବମୁଖର ହୋଇପଡିଥିଲା ବେଳେ ଶ୍ରଦ୍ଧାଳୁ ଭକ୍ତଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମକୁ ନେଇ ଉତ୍କଣ୍ଠା ଓ ଭାବାବେଗ ଅବର୍ଣ୍ଣନନୀୟ ହୋଇପଡିଥିବା ପରିଲକ୍ଷିତ ହେଉଛି ।


