ବନ୍ୟା ପୀଡ଼ିତଙ୍କୁ ଭେଟିଲେ ନବୀନ

ସୋରଡା(ରଜନୀ ମହପାତ୍ର) ଗଞ୍ଜାମ ଜିଲ୍ଲା ଗସ୍ତ ରେ ଆଜି ବିଜେଡ଼ି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଆଇ ବନ୍ୟା ପୀଡ଼ିତ ଙ୍କୁ ଭେଟିବା ସହ ଲୋକଙ୍କ କ୍ଷୟ କ୍ଷତି ସମ୍ପର୍କରେ ମଧ୍ୟ ଅନୁଧ୍ୟାନ କରି ଫେରିଛନ୍ତି। ଏହି ଅବସର ରେ ସୋରଡା ଗସ୍ତ ରେ ମଧ୍ୟ ଆସି ସୋରଡା ବ୍ଲକ ର ତତାବାଲି,ଭାଲିଆଗୋଛା,ଶୁରମଣି ଓ ନୂଆଗଡ ଗ୍ରାମ ରେ ଯାଇ ଲୋକଙ୍କ ଅସୁବିଧା ଦେଖିବା ସହ କ୍ଷୟକ୍ଷତି ଆକଳନ କରିଥିବା ଦେଖିବାକୁ ମିଳିଥିଲା। ନିର୍ଦ୍ଧାରିତ ସମୟରେ ଆଜି ନବୀନ ପଟ୍ଟନାୟକ ସୋରଡା ଗସ୍ତ ରେ ଆସି ଅପରାହ୍ନ ୨.୩୦ ମ୍ନତ ସମୟ ରେ ସୋରଡା ନିକଟ ତତାବାଲି ଗ୍ରାମ ରେ ଥିବା ହେଳିପେଡ ରେ ପହଞ୍ଚିଥିଲେ। ସୋରଡା ବ୍ଲକ ରେ ନବୀନ ଙ୍କ ଗସ୍ତ ପାଇଁ ଆହେତୁକ ଭିଡ ଦେଖିବାକୁ ମିଳିଥିଲା। ନବୀନ ସୋରଡା ବ୍ଲକ ର ତତାବାଲି ଗ୍ରାମ,ନାରାୟଣପୁର,ବିଷ୍ଣୁପୁର,ଭାଲିଆଗୋଛା ,ଶୁରମଣି ଓ ନୂଆଗଡ ଗ୍ରାମ କୁ ଯାଇ ଲୋକଙ୍କ ନିକଟରେ ପହଞ୍ଚିଥିଲେ। ରାସ୍ତା ତମାମ ନବୀନ ଙ୍କୁ ଦେଖିବା ପାଇଁ ବ୍ୟାପକ ଗହଳି ଦେଖିବାକୁ ମିଳିଥିଲା,ଏଇ ସବୁ ଗ୍ରାମ ମାନକ ରେ ଲୋକେ ହାତରେ ଧାନ କେଣ୍ଡା ଓ ନଷ୍ଟ ଫସଲ ସବୁ ଧରି ନବୀନ କୁ ବ୍ୟାପକ କ୍ଷୟକ୍ଷତି ହୋଇଥିବା କହିବା ସହ ଆବଶ୍ୟକ ସମୟରେ ସାହର୍ୟ ମିଳିନଥିବା ଅଭିଯୋଗ କରିଥିଲେ। ସୋରଡା ବ୍ଲକ ରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଦେଖିବାକୁ ମିଳିଥିଲା। ସୋରଡା ବାଳକ ରେ ନବୀନ ଙ୍କୁ ଭେଟିବା ଓ ଅଭିଯୋଗ କରିବା ପାଇଁ ବ୍ୟାପକ ଗହଳି ଦେଖିବାକୁ ମିଳିଥିବା ବେଳେ ନବୀନ ଙ୍କ ଏହି ଗସ୍ତ ବିଜେଡ଼ି ଶିବିର କୁ ଅଧିକ ଚଳଚଞ୍ଚଳ କରିଥିବା ରାଜନୈତିକ ମହଲା ଚର୍ଚା ଜୋରଧରିଥିବା ବେଳେ ନବୀନ ଙ୍କ ଏହି ଗସ୍ତ ରେ ସ୍ଥାନୀୟ ବିଜେଡ଼ି ନେତା,ପୂର୍ବତନ ବିଧାୟକ ଙ୍କ ସମେତ ଗଞ୍ଜାମ ଜିଲ୍ଲା ର ସମସ୍ତ ବିଜେଡ଼ି ପଦାଧିକାରୀ ମାନେ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା। ନବୀନଙ୍କ ଗସ୍ତ ପାଇଁ ସୁରକ୍ଷା କଡାକଡି କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ