ଏନ୍‍ସିସି କ୍ୟାଡେଟ୍‍ ସୌମ୍ୟାରାଣୀ ସମ୍ବର୍ଦ୍ଧିତ

ଆସିକା (ୱାଇଏନ୍‍ଏସ୍‍) ନାରୀଶିକ୍ଷାର ବିକାଶ ଲାଗି ଆସିକା ସହରରେ ସ୍ଥାପିତ ହୋଇଥିବା ନିରଞ୍ଜନ ସରକାରୀ ମହିଳା ମହାବିଦ୍ୟାଳୟର ଛାତ୍ରୀମାନେ ବର୍ଷର ବିଭିନ୍ନ ସମୟରେ ଶିକ୍ଷା ଠାରୁ ଆରମ୍ଭ କରି ଖେଳକୁଦ, ଏନ୍‍ସିସି କ୍ୟାମ୍ପ ସମେତ ବିଭିନ୍ନ କାର୍ଯ୍ୟକ୍ରମରେ ଉତ୍କର୍ଷତା ପ୍ରତିପାଦନ କରିଆସୁଥିବା ନଜିର୍‍ ରହିଛି । ଆସିକା ନିରଞ୍ଜନ ସରକାରୀ ମହିଳା ମହାବିଦ୍ୟାଳୟର ଏନ୍‍ସିସି କ୍ୟାଡେଟ୍‍ ସୌମ୍ୟାରାଣୀ ପୋଲାଇ ରାଜୀବ ଗାନ୍ଧୀ ଯୁବ ପ୍ରତିଭା ପୁରସ୍କାର ୨୦୨୫ ରେ ରାଜ୍ୟସ୍ତରୀୟ ଉତ୍ସବରେ ସମ୍ମାନିତ ହେବା ସ୍ଥାନୀୟ ଅଞ୍ଚଳ ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି ସଚେତନ ନାଗରିକ ମହଲରେ ମତ ପ୍ରକାଶ ପାଉଛି । ଆସିକା ନିରଞ୍ଜନ ସରକାରୀ ମହିଳା ମହାବିଦ୍ୟାଳୟର ଏନ୍‍ସିସି କ୍ୟାଡେଟ୍‍ ସୌମ୍ୟାରାଣୀ ପୋଲାଇ ତାଙ୍କର କାର୍ଯ୍ୟଦକ୍ଷତା, ସମରଶିକ୍ଷାର୍ଥୀମାନଙ୍କ ପାଇଁ ଉଦ୍ଦିଷ୍ଟ ସେବା ମନୋବୃତ୍ତି ଓ ସାମାଜିକ କାର୍ଯ୍ୟରେ ଉତ୍ତମ ନେତୃତ୍ୱ ଦକ୍ଷତା ପ୍ରଦର୍ଶନ କରି ଏହି ପୁରସ୍କାର ପାଇଥିବା ଜଣାପଡିଛି । ସେ ଅତୀତରେ ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ପ୍ୟାରେଡ୍‍ ଓ ଏନ୍‍ସିସି କ୍ୟାମ୍ପରେ ଅଂଶଗ୍ରହଣ କରି ସଫଳତା ପାଇଥିବା ମଧ୍ୟ ନଜିର୍‍ ରହିଛି । ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଆସିକା ନିରଞ୍ଜନ ସରକାରୀ ମହିଳା ମହାବିଦ୍ୟାଳୟର ଏନ୍‍ସିସି କ୍ୟାଡେଟ୍‍ ସୌମ୍ୟାରାଣୀ ପୋଲାଇ ସମ୍ବର୍ଦ୍ଧିତ ହୋଇଥିବା ବେଳେ ଏହି ସଫଳତାର ଶ୍ରେୟ ସେ ଶିକ୍ଷାନୁଷ୍ଠାନର ଏନ୍‍ସିସି ଲେପ୍ଟନାଣ୍ଟ ତଥା ଅଧ୍ୟାପିକା ଡଃ ସୁପ୍ରିୟା ଦାଶଙ୍କୁ ପ୍ରଦାନ କରିଥିବା ଜଣାପଡିଛି । ରାଜ୍ୟସ୍ତରୀୟ ଉତ୍ସବରେ ସମ୍ମାନିତ ହୋଇଥିବା ଆସିକା ନିରଞ୍ଜନ ସରକାରୀ ମହିଳା ମହାବିଦ୍ୟାଳୟର ଏନ୍‍ସିସି କ୍ୟାଡେଟ୍‍ ସୌମ୍ୟାରାଣୀ ପୋଲାଇଙ୍କୁ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ଡଃ ସରୋଜ କୁମାର ଜେନା ପୁୁଷ୍ପଗୁଚ୍ଛ ଦେଇ ଅଭିନନ୍ଦନ ଜଣାଇବା ସହ ସମାଜସେବା କ୍ଷେତ୍ରରେ ବ୍ରତୀ ହେବାକୁ ପରାମର୍ଶ ଦେଇ ଉଜ୍ଜଳ ଭବିଷ୍ୟତ କାମନା କରିଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ