‘ସହାୟକ’ ପକ୍ଷରୁ ନେତାଜୀ ଜୟନ୍ତୀ ଓ ରକ୍ତଦାନ ଶିବିର
ବାଲେଶ୍ୱର, (ସରୋଜ ପଣ୍ଡା): ପବିତ୍ର ନେତାଜୀ ଜୟନ୍ତୀ ଅବସରରେ ଶୁକ୍ରବାର ଦିନ ବାଲେଶ୍ୱରର ଏକ ପ୍ରମୁଖ ଜନସେବା ସଂସ୍ଥା ‘ସହାୟକ’ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ନେତାଜୀ ସୁବାସ ଚନ୍ଦ୍ର ବୋଷଙ୍କ ଫଟୋଚିତ୍ରରେ ‘ସହାୟକ’ର ସଭାପତି ଡ. କ୍ଷିତୀଶ୍ୱର ଦାଶ, ସଂପାଦକ ଇଂ. ଡ. ହୃଷିକେଶ ସାହୁ, ବରିଷ୍ଠ ଉପଦେଷ୍ଟା ଇଂ. ବନମାଳୀ ନାୟକ ପ୍ରମୁଖ କର୍ମକର୍ତ୍ତା ଓ ସଦସ୍ୟ, ସଦସ୍ୟା ପୁଷ୍ପ ପ୍ରଦାନ କରିଥିଲେ। ନେତାଜୀଙ୍କ ଜୀବନାଦର୍ଶ ଓ ଦେଶମାତୃକା ପାଇଁ ତାଙ୍କର ଅବଦାନକୁ ଭାରତବାସୀ ସର୍ବଦା ମନେରଖିବେ ବୋଲି ବରିଷ୍ଠ ଆଇନଜୀବୀ ନିରଞ୍ଜନ ପରିଡ଼ା, ଦିବାକର ମହାପାତ୍ର ଓ ଗୌରାଙ୍ଗ ପାଣିଗ୍ରାହୀ ପ୍ରମୁଖ ସେମାନଙ୍କ ବକ୍ତବ୍ୟରେ ପ୍ରକାଶ କରିଛନ୍ତି।
ରକ୍ତଦାନ ଶିବିରକୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତର ସଂଜୀବ କୁମାର ପ୍ରଧାନ ଉଦ୍ଘାଟନ କରିଥିଲେ। ବାଲେଶ୍ୱର ରକ୍ତଭଣ୍ଡାରର ଅଭିଜ୍ଞ କର୍ମଚାରୀମାନେ ରକ୍ତ ସଂଗ୍ରହ କରିଥିଲେ। ୨୭ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନାରେ ପ୍ରଫୁଲ୍ଲ କୁମାର ଦାସ, ଅକ୍ଷୟ କୁମାର ତ୍ରିପାଠୀ, ଗଂଗାଧର ପୃଷ୍ଟିଙ୍କ ସମେତ ଯଶୋଦାନନ୍ଦନ ଆଶ୍, ଭବେଶ ଚନ୍ଦ୍ର ପଣ୍ଡା, ରବିନାରାୟଣ ଭୋଳ, ରବୀନ୍ଦ୍ର ନାଥ ଗିରି, ବିଜୟ କୁମାର ମହାପାତ୍ର, ଅମିତା ଦାଶ, ଇଂ. ଗୌରାଙ୍ଗ ସାହୁ, ଇଂ. ଶ୍ରୀରାମ ପ୍ରସାଦ ଦାଶ, ସୁକୁମାର ବେହେରା, ଯୋଗେଶ ଚନ୍ଦ୍ର ପ୍ରଧାନ, ସୁରେନ୍ଦ୍ର ପ୍ରସାଦ ଧଳ, ଭାଗିରଥୀ ମହାନ୍ତି, ହରିହର ଦାସ, ଗୋପାଳ ଚନ୍ଦ୍ର ଜେନା, ନରେଶ ଚନ୍ଦ୍ର ଦାଶ, ବୀରେନ୍ଦ୍ର କୁମାର ମହନ୍ତ, ଦିଲ୍ଲୀପ କୁମାର ମହାନ୍ତି, ଅନନ୍ତ କୁମାର ଦାସ, ଇଂ. କେଶବ ଚନ୍ଦ୍ର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।


