ଦିଗପହଣ୍ଡିରେ ଜୟନ୍ତୀ ମହୋତ୍ସବ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ କବିସୂର୍ଯ୍ୟ ସ୍ମୃତି ପରିଷଦ ପକ୍ଷରୁ ସ୍ଥାନୀୟ ବଜାର ଗାନ୍ଧୀ ଛକ ଠାରେ କବିସୂର୍ଯ୍ୟ ବଳଦେବ ରଥଙ୍କ ଜୟନ୍ତୀ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ପରିଷଦର ସଭାପତି ତଥା ଆଇନଜୀବି ଅଶେଷ ନାଥ ମିଶ୍ରଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ସଭାରେ  ଆଇନଜୀବି ହରପ୍ରସାଦ ରଥ ସଂଯୋଜନା କରିଥିଲେ।  ଐତିହାସିକ ତଥା ଗବେଷକ ଡଃ. ଅନନ୍ତରାମ କର, ସୁସାହିତ୍ଯିକ ଡ଼ଃ. ସୁରେନ୍ଦ୍ର ନାଥ ପାଣିଗ୍ରାହୀ, ଅବସରପ୍ରାପ୍ତ ଆଇଏଏସ୍ ଡ଼ଃ. ବାଳକୃଷ୍ଣ ପଣ୍ଡା, ଗୋପାଳପୁର ମହାବିଦ୍ୟାଳୟର ଅଧ୍ୟାପକ ଡ଼ଃ. ରାଜେନ୍ଦ୍ର କୁମାର ମହାପାତ୍ର, ଚିକିଟି ମହାବିଦ୍ୟାଳୟର ଅଧ୍ୟାପକ ଡ଼ଃ. ସଞ୍ଜୟ କୁମାର ପଣ୍ଡା, ବଡଖେମୁଣ୍ଡି ରାଜପୁତ୍ର  ସିଦ୍ଧାନ୍ତ ଗଙ୍ଗଦେବ, ଏନ୍ଏସି ଅଧ୍ୟକ୍ଷ ପ୍ରଫୁଲ୍ଲ  ପଣ୍ଡା, କାର୍ଯ୍ୟ ନିର୍ବାହୀ ଅଧିକାରୀ ଅବିନାଶ ମିଶ୍ର, ବିଶିଷ୍ଟ ଲୋକକଳା ବିଶେଷଜ୍ଞ ସନ୍ତୋଷ କୁମାର ପାଢ଼ୀ, ଚିତ୍ରଶିଳ୍ପୀ ଅମର ନାୟକ, ବିଚିତ୍ର ବର୍ଣ୍ଣାଳୀ ନାଟ୍ୟ ସଂସଦର ମୂଖ୍ୟ ପରିଚାଳକ ଆଲୋକ ବିଷୋୟୀ, ଶିକ୍ଷାବିତ୍ ବିଜୟ ପଣ୍ଡା, ଉପାଧ୍ୟକ୍ଷା ପ୍ରତିନିଧି କେ. କୁନା, କାଉନସିଲର ଦୀପକ ମିଶ୍ର, ନୀଳମାଧବ ଗୌଡ଼, ସୁଶାନ୍ତ କୁମାର ପାତ୍ର, ସରପଞ୍ଚ ମନୋରଞ୍ଜନ ଗୌଡ଼, ପୂର୍ବତନ ସରପଞ୍ଚ ବିଦ୍ୟାଧର ମହାପାତ୍ର,କବି ବୃନ୍ଦାବନ ପଣ୍ଡା, ପରିଷଦର କାର୍ଯ୍ୟକର୍ତ୍ତା ରାଧାକାନ୍ତ ମହାଙ୍କୁଡ, ଚିତ୍ରସେନ ଗୌଡ଼, ସନ୍ତୋଷ କୁମାର ସେଠୀ, ସନ୍ତୋଷ କୁମାର ପାତ୍ର, ଉଜ୍ଜଳ ମହାନ୍ତି, କେ. ସଞ୍ଜୀବ କୁମାର ରେଡ୍ଡୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସିନ ଥିଲେ। ତତ୍କାଳୀନ ବଡଖେମୁଣ୍ଡି ରାଜ୍ୟର ବିଜୟନଗର ଗଡରେ ଜନ୍ମିତ କବିସୂର୍ଯ୍ୟ ବଳଦେବଙ୍କ ଜୀବନୀ, ରଚନାବଳୀ ସାହିତ୍ୟକୃତି କୁ ୟୁନେସ୍କୋ ରେ ସ୍ଥାନିତ ପାଇଁ ସଭାରେ ମତପ୍ରକାଶ ପାଇଥିଲା। କବିସୂର୍ଯ୍ୟ ଙ୍କ ଜନ୍ମସ୍ଥାନକୁ ନେଇ ଲୋକଙ୍କୁ ଭ୍ରମିତ କରାନଯାଇ ସମସ୍ତ ଐତିହ୍ୟ ପୂର୍ଣ୍ଣ ସ୍ଥାନର ବିକାଶ ଦିଗରେ ସରକାର ପଦକ୍ଷେପ ନିଅନ୍ତୁ ବୋଲି ଅତିଥିବୃନ୍ଦ ମତ ପ୍ରକାଶ କରିଥିଲେ। ସ୍ମୃତି ପରିଷଦ ପକ୍ଷରୁ କବିସୂର୍ଯ୍ଯଙ୍କ ଜନ୍ମସ୍ଥାନ ଖାମରିଗାଁ ପଞ୍ଚାୟତ ବିଜୟନଗରଗଡ  ରୁ ଅଣାଯାଇଥିବା ଜ୍ଯୋତିକୁ ବିଭିନ୍ନ ସ୍ଥାନରେ ସମ୍ପୃକ୍ତ ଗ୍ରାମବାସୀ ସମ୍ବର୍ଦ୍ଧିତ କରିବା ପରେ ତାହା ଦିଗପହଣ୍ଡି ର ସନ୍ଥ ଅରକ୍ଷିତ ଛକ ଠାରେ ପହଞ୍ଚିଥିଲା।ସେଠାରୁ ଏକ ବିରାଟ ପଟୁଆରରେ ଜ୍ଯୋତିକୁ ପାଛୋଟି ନିଆଯାଇ ଦିଗପହଣ୍ଡି ରାଜବାଟି ସମ୍ମୁଖସ୍ଥ କବିସୂର୍ଯ୍ଯଙ୍କ ପ୍ରତିମୂର୍ତ୍ତି ନିକଟରେ ପହଞ୍ଚିବା ପରେ ସଭାକାର୍ଯ୍ଯ ଆରମ୍ଭ ହୋଇଥିଲା।ଏହି ଅବସରରେ ବତ୍କୃତା ପ୍ରତିଯୋଗିତା ର କୃତି ଛାତ୍ରୀ ଛାତ୍ର ସମେତ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରହିଥିବା ବ୍ୟକ୍ତି ବିଶେଷଙ୍କୁ ମଞ୍ଚରେ ସମ୍ମାନିତ କରାଯାଇଥିଲା। କବିସୂର୍ଯ୍ୟ ଙ୍କ ତୈଳଚିତ୍ର କୁ ଅତିଥିବୃନ୍ଦ ଙ୍କ ଉପସ୍ଥିତିରେ ଉନ୍ମୋଚନ କରାଯାଇଥିଲା। ସ୍ମୃତି ପରିଷଦ ସମ୍ପାଦକ ଆଇନଜିବୀ କୁରେଶୁ ପଣ୍ଡା ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ଶେଷରେ ବରିଷ୍ଠ ଖବରଦାତା ଗୋପାଳକୃଷ୍ଣ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ। ଆଲୋକ ବିଷୋୟୀ, ନାଟ୍ଯଶ୍ରୀ ପ୍ରଦୀପ କୁମାର ରଥ ଏବଂ ନୃତ୍ୟ ପ୍ରଶିକ୍ଷକ ସୁନିଳ ସେଠୀଙ୍କ ସଂଯୋଜନାରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ପ୍ରାଚୀନ ବନବାଦ୍ଯ ଢୁମ୍ପା, ଓଡ଼ିଶୀ ନୃତ୍ୟ ଏବଂ ଶିଶୁ କଳାକାରଙ୍କ ଦ୍ବାରା ପରିବେଷିତ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଦର୍ଶକ ବିଭୋର ହୋଇଥିଲେ।ଆଦିକନ୍ଦ ସାହୁ, ତାରାପ୍ରସାଦ ପଟ୍ଟନାୟକ, ରମେଶ ଚନ୍ଦ୍ର ଜେନା, ନିରୁପମା ପଟ୍ଟନାୟକ, ଶ୍ଯାମ ସୁନ୍ଦର ଦୋରା, ବିଜୟ କୁମାର ପ୍ରଧାନ, କାଳୁ ଚରଣ ପାଣିଗ୍ରାହୀ, ଆଇନଜୀବି ପରେଶ ଚନ୍ଦ୍ର ରଥ, ମନୋରଞ୍ଜନ ପଣ୍ଡା, ସିମାଞ୍ଚଳ କର, ବିନାୟକ ଦାସ, ସିମାଞ୍ଚଳ ପଣ୍ଡା, ସନ୍ତୋଷ କୁମାର ସାହୁ, ଗୁଣ୍ଡିଚା ପାଇକଙ୍କ ସମେତ ଆଖପାଖ ଅଞ୍ଚଳର ସହସ୍ରାଧିକ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ