ଅସ୍ତରଙ୍ଗ ଥାନାରେ ନୂତନ ଥାନା ଅଧିକାରୀଙ୍କ ଯୋଗଦାନ

କାକଟପୁର /ଅସ୍ତରଙ୍ଗ(ଶୁଭା ଶିଷ ଖଣ୍ଡୁଆଳ) :-ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନାର ନୂତନ ଥାନା ଅଧିକାରୀ ଭାବରେ ଦୁର୍ଗା ଚରଣ ମହାପାତ୍ର ବୁଧବାର ଅପରାହ୍ନ ରେ ଯୋଗଦାନ କରିଛନ୍ତି। ଏହା ପୂର୍ବରୁ ଜିଲ୍ଲା ପୋଲିସ ବିଭାଗରେ ଜଣେ ଦକ୍ଷ ଅଧିକାରୀ ଭାବେ କାର୍ଯ୍ୟ ତୁଲାଇ ଆସୁଥିଲେ। ଶ୍ରୀ ମହାପାତ୍ର ପୁରୀ ଜିଲ୍ଲାର ଗଡିଶାଗଦା ଥାନାରେ ଥାନା ଅଧିକାରୀ ଭାବରେ ସୁଚାରୁରୂପେ କାର୍ଯ୍ୟ ସମ୍ପାଦକ ମଧ୍ୟ କରିଥିଲେ। ଥାନା ଅଧିକାରୀ ଭାବରେ ଅସ୍ତରଙ୍ଗ ଥାନା ଅଂଚଳରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା, ଭାତୃତ୍ୱ, ସଂହତି ପ୍ରତିଷ୍ଠା କରିବା ସହ ଜନସାଧାରଣ ଏବଂ ପୋଲିସ ବିଭାଗ ମଧ୍ୟରେ ସୁ ସମନ୍ୱୟ ରକ୍ଷା କରି ଉପଯୁକ୍ତ ଆଇନି ସେବା ସହ ଅପରାଧି ମାନଙ୍କୁ ଦୃଢ଼ ହସ୍ତରେ ଦମନ କରିବାକୁ ପ୍ରାଥମିକତା ଦେବେ ବୋଲି “ସଂଚାର “କୁ ପ୍ରତିକ୍ରିୟା ଦେଇ କହିଛନ୍ତି। ଏହି ଅବସରରେ ଥାନାର ସମସ୍ତ ଅଧିକାରୀ ଏବଂ କର୍ମଚାରୀ, ଅସ୍ତରଙ୍ଗ ମିଡ଼ିଆ ଫୋରମ୍ ସଭାପତି ବିଜୟ କୁମାର ବେହେରା, ଉପସଭାପତି ମାନସ ରଞ୍ଜନ ଖଣ୍ଡୁଆଳ, ସମ୍ପାଦକ ମଳୟ ବେହେରା ଓ ବୁଦ୍ଧିଜୀବୀ ମାନେ ସୌଜନ୍ୟ ମୂଳକ ସାକ୍ଷାତ କରି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ