ନୂଆବର୍ଷ ପାଇଁ ଗଞ୍ଜାମ ଜିଲ୍ଲାରେ ନୂଆ ପ୍ରତିଜ୍ଞା: ସମସ୍ତ ଜିଲ୍ଲା କାର୍ଯ୍ୟାଳୟରେ ଫୁଲତୋଡ଼ା, ଉପହାର ମନା

ଛତ୍ରପୁର, (ଓ୍ବାଇଏନଏସ): ଗଞ୍ଜାମ ଜିଲ୍ଲାର ସମସ୍ତ ଜିଲ୍ଲା କାର୍ଯ୍ୟାଳୟରେ ନୂତନ ବର୍ଷାରମ୍ଭ ଠାରୁ ଫୁଲତୋଡ଼ା, ଉପହାର ଓ ମିଠା ପ୍ୟାକେଟ ମନା କରାଯାଇଛି। ଗଞ୍ଜାମ ଜିଲ୍ଲାପାଳ ଭି କିର୍ତ୍ତୀ ଭାସନ ଏ ନେଇ ଏକ ନିର୍ଦ୍ଦେଶନାମା ଜାରୀ କରି ସମସ୍ତ ଅଧିକାରୀଙ୍କ ସହଯୋଗ କାମନା କରିଛନ୍ତି। ଏଥି ସହିତ ଗଣମାଧ୍ୟମରେ ସୂଚନା ଦେଇ ଜିଲ୍ଲାପାଳ ସମସ୍ତ ଜନସାଧାରଣଙ୍କୁ ସଚେତନ କରାଇବା ସହ ଏହି ପ୍ରତିଜ୍ଞାରେ ସାମିଲ ହେବାକୁ ଆହ୍ବାନ ଦେଇଛନ୍ତି। ସୂଚନା ଅନୁଯାୟୀ ନୂଆବର୍ଷ ପାଳନ ଉପଲକ୍ଷେ ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କୁ ଭେଟିବା ପାଇଁ ଆସୁଥିବା ବ୍ୟକ୍ତି ନିଜ ସହ ଆଣୁଥିବା ଫୁଲତୋଡ଼ା ଓ ଉପହାରରେ ପଲିଥିନ ବ୍ୟାଗ ଓ ଥର୍ମୋକୁଲ ଆଦି ଗୋଟିଏ ଥର ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକର ବ୍ୟବହାର କରାଯାଇଥାଏ। ଏସବୁ ଯୋଗୁଁ ପରିବେଶ ପ୍ରଦୂଷିତ ହେଉ ଥିବାରୁ ଜିଲ୍ଲାର ସମସ୍ତ କାର୍ଯ୍ୟାଳୟରେ ଏସବୁ ନେଇ ଆସିବା ଉପରେ ବାରଣ କରାଯାଇଛି। ଏଥି ସହିତ ଜିଲ୍ଲାର ସମସ୍ତ ଜନସାଧାରଣଙ୍କୁ ପରିବେଶ ସୁରକ୍ଷା ପାଇଁ ସଚେତନତା କରାଇବା ପାଇଁ ଧରିତ୍ରୀ ମା ପାଇଁ “ପ୍ରଗତି ପାଇଁ ପ୍ରତିଜ୍ଞା” ଶୀର୍ଷକ ଏକ ସଙ୍କଳ୍ପନାମା ଜାରୀ କରାଯାଇଛି। ସମସ୍ତ କାର୍ଯ୍ୟାଳୟରେ ଏହି ସଙ୍କଳ୍ପ ପାଇଁ ଜାରୀ କରାଯାଇଥିବା କ୍ୟୁଆର କୋର୍ଡ ଲଗାଇ କାର୍ଯ୍ୟାଳୟକୁ ଆସୁଥିବା ଜନସାଧାରଣଙ୍କୁ ଏ ନେଇ ସଚେତନ କରି ସାମିଲ କରିବାକୁ ଜିଲ୍ଲାପାଳ ଆହ୍ବାନ ଦେଇଛନ୍ତି।  ଗଞ୍ଜାମ ଜିଲ୍ଲାକୁ ସୁନ୍ଦର ସବୁଜ ଜିଲ୍ଲା ଭାବେ ପରିଣତ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଗତି ପାଇଁ ପ୍ରତିଜ୍ଞା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି l ଏଥିରେ ଏବେ ସୁଦ୍ଧା ୫ ହଜାର ରୂ ଅଧିକ ଲୋକ ସାମିଲ ହୋଇସାରିଲେଣି l ଆହୁରି ଅଧିକ ଲୋକ ଏଥିରେ ସାମିଲ ହେବା ପାଇଁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି l ଏଥି ସହିତ ଜିଲ୍ଲାର ବିଭିନ୍ନ କାର୍ଯ୍ୟକ୍ରମରେ କରାଯାଉଥିବା ସମ୍ମିଳନୀ/ବୈଠକରେ ପ୍ଲାଷ୍ଟିକ ପାଣି ବୋତଲ ବ୍ୟବହାର ମନା ହୋଇଛି। ଜିଲ୍ଲାର ସମସ୍ତ କାର୍ଯ୍ୟାଳୟରେ ସବୁଜିମା ଉପରେ ଗୁରୁତ୍ବ ଦେବାକୁ କୁହାଯାଇଛି। ଯେଉଁ କାର୍ଯ୍ୟାଳୟରେ ବଗିଚା କରିବା ସୁବିଧା ସେଠାରେ ଗଛ ଲଗାଇବା ସହ କାର୍ଯ୍ୟାଳୟ ପରିସରରେ ଫୁଲ କୁଣ୍ଡରେ ଗଛ ଲଗାଇ ସବୁଜିମା ଭରିବାକୁ ଆହ୍ବାନ ଦିଆଯାଇଛି।     ଅନ୍ୟପଟେ ଜିଲ୍ଲାପାଳଙ୍କ ଦ୍ୱାରା ପ୍ରତିଜ୍ଞା ପାଇଁ କ୍ୟୁଆର କୋର୍ଡ ବିଭିନ୍ନ ଗଣମାଧ୍ୟମ ଜରିଆରେ ଜାରୀ ହେବା ପରେ ସମସ୍ତେ ଏହି ପ୍ରତିଜ୍ଞା ପାଇଁ ଅନଲାଇନରେ ପଞ୍ଜିକରଣ କରିବା ନିଜ ନିଜ ପ୍ରମାଣପତ୍ର ଡାଉନଲୋଡ କରି ନିଜ ସମସ୍ତ ସୋସିଆଲ ମିଡିଆରେ ସେୟାର କରୁଥିବା ଦେଖିବାକୁ ମିଳିଛି।*

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ