ନବ ନିର୍ମିତ ଭାଗବତ ଟୁଙ୍ଗି ଉଦଘାଟିତ

ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକ କାଠିଆସରା ଠାରେ ମା’ ମଙ୍ଗଳା ମହିଳା ଭାଗବତ ଟୁଙ୍ଗିର ନବ ନିର୍ମିତ ଟୁଙ୍ଗିଗୃହ ସ୍ଥାନୀୟ ସରପଞ୍ଚ ହେମଲତା ବେହେରାଙ୍କ ଦ୍ବାରା ଉଦ୍ଘାଟିତ ହୋଇ ଯାଇଛି।ଟୁଙ୍ଗିର ସଭାପତି ତଥା କବି ବିଦ୍ୟୁତ୍ ପ୍ରଭା ଦେଓ ,ସଂପାଦିକା ସୁବାସିନୀ ସାମଲ ସମେତ ଟୁଙ୍ଗିର ସମସ୍ତ ସଦସ୍ଯାଙ୍କ ସହଯୋଗରେ ସଂକୀର୍ତ୍ତନ ଓ ଶଂଖ ହୁଳହୁଳି ଧ୍ବନିରେ ସମଗ୍ର ଗାଁ ମୁଖରିତ ହୋଇ ଉଠିଥିଲା। କୁମୁଦିନୀ ସାମଲ ଓ ଦୟାନିଧି ସାମଲ କର୍ତ୍ତାପଣରେ ପୂଜା କର୍ମ ସମାପନ କରିଥିଲେ। ଏ ସତସଙ୍ଗ କାର୍ଯ୍ୟକ୍ରମ ରେ ଆନନ୍ଦପୁର,ହାଟଡିହିର ବହୁ ସଂଖ୍ୟକ ଭାଗବତ ପ୍ରେମୀ ଓ ବିଦ୍ବାନ ମାନେ ଯୋଗଦାନ କରି ଭଗବତ କୃପା ଲାଭ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ