ଓଡିଶା ନାଗରିକ ମହାମଞ୍ଚ ଅଧ୍ୟକ୍ଷଙ୍କୁ ଭେଟି ସରକାରଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ଦେଲା ନିଖିଳ ଓଡିଶା ଗ୍ରାମରକ୍ଷୀ ମହାସଙ୍ଘ

ଭୁବନେଶ୍ୱର, (ଓ୍ବାଇଏନଏସ): ନିଖିଳ ଓଡିଶା ଗ୍ରାମରକ୍ଷୀ ମହାସଙ୍ଘ ପକ୍ଷରୁ ସଭାପତି ପାଗଳ ଜେନା,ସମ୍ପାଦକ ସଞ୍ଜୟ କୁମାର ମଲ୍ଲିକଙ୍କ ନେତୃତ୍ୱରେ ବରିଷ୍ଠ ସାମ୍ବାଦିକ, ଓଡିଶା ନାଗରିକ ମହାମଂଚ ଓ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥୀଙ୍କୁ ତାଙ୍କ ଖାଚେବଳ ନଗରସ୍ଥିତ ବାସ ଭବନରେ ସାକ୍ଷାତ କରି ଏକ ଜନ ଶୁଣାଣିରେ ମହାସଂଘର ବିଭିନ୍ନ ଦାବି ସମ୍ପକର୍ରେ ଅବଗତ କରାଇବା ସହିତ ଏକ ସ୍ମାରକପତ୍ର ସରକାରଙ୍କ ଉଦ୍ଦେଶ୍ୟର ପ୍ରଦାନ କରିଛନ୍ତି । ଏହି ଅବସରରେ ଓଡ଼ିଶା ନାଗରିକ ମହାମଂଚର ମୁଖପାତ୍ର ଅରବିନ୍ଦ ତ୍ରିପାଠୀ, ବରିଷ୍ଠ ସମାଜେସବୀ କ୍ରାନ୍ତି କୁମାର ସାକ୍ସେନା, ଦିବ୍ୟ, ସମାଜସେବିକା ମାମାଲି ଦାସ, ଫୋଟୋ ସାମ୍ବାଦିକ ନବୀନ କୁମାର ଦାସ, ପ୍ରଶାନ୍ତ ପ୍ରମୁଖ ଶୁଣାଣିରେ ଉପସ୍ଥିତ ରହି ଗ୍ରାମରକ୍ଷୀମାନଙ୍କର ବିବିଧ ସମସ୍ୟା ସଂପର୍କରେ ବିଷଦ ଆଲୋଚନା କରିଥିଲେ । ଗ୍ରାମରକ୍ଷୀମାନଙ୍କୁ ଅତ୍ୟାଧୁନିକ ପ୍ରଶିକ୍ଷଣ ଦିଆଯିବା ସହ ସେମାନଙ୍କ ସକାଶେ ସ୍ୱତନ୍ତ୍ର ବାଟାଲିୟନ ଖୋଲାଯିବାର ଆବଶ୍ୟକତା ସଂପର୍କରେ ମତାମତ ସଂଗ୍ରହ କରାଯାଇଥିଲା । ପୂର୍ବ ଓ ବର୍ତ୍ତମାନର ସରକାର କେବଳ ପ୍ରତିଶୃତି ଦେଇ ଚାଲିଛନ୍ତି । ସାରା ଓଡିଶାରେ ଚଉଦ ହଜାର ଗ୍ରାମରକ୍ଷୀ ବିଭିନ୍ନ ଗ୍ରାମରେ କାର୍ଯ୍ୟ କରି ଆସୁଛନ୍ତି । ଅନେକ ମରିହଜି ଗଲେଣି । ସେମାନଙ୍କୁ ମାତ୍ର ଅଠର ଶହ ଟଙ୍କା ପ୍ରୋତ୍ସାହନ ରାଶି ସରକାର ଦେଉଛନ୍ତି ଯାହା ନ ଦିଆଯିବା ପରି । ସରକାରୀ କମର୍ଚାରୀ ଭାବେ ମାନ୍ୟତା ଦେଇ ଥିଲେ ବି ପ୍ରକୃତ ଚାକିରୀ ସର୍ତ୍ତାବଳୀ, ବିଭିନ୍ନ ଯୋଜନାରୁ ବଂଚିତ ନ କରିବା, ଦରମା ଅଠର ହଜାର କରିବା, ଓଡିଶା ଉଚ୍ଚ ନ୍ୟାୟାଳୟ ସରକାରଙ୍କୁ ପ୍ରଦାନ କରିଥିବା ନେିଦ୍ଦର୍ଶକୁ ସରକାର ଅନୁପାଳନ କରିବା, ଆଗାମୀ ବିଧାନସଭାରେ ମହାସଙ୍ଘର ଦାବି ଓ ସମସ୍ୟାକୁ ସଠିକ ଭୋବ ଉପସ୍ଥାପିତ କରିବା ଆଦି ସମସ୍ୟା ସମ୍ପକର୍ରେ ଅଧ୍ୟକ୍ଷ ଶ୍ରଯୁକ୍ତ ଶତପଥୀଙ୍କ ଦୃଷ୍ଟି ଆକଷର୍ଣ କରିବା ସହିତ ସରକାରଙ୍କୁ ଏ ଦିଗରେ ଅବଗତ କରାଇବା ପାଇଁ ଅନେୁରାଧ କରିଥେôଲ । ସରକାର ହୃଦୟର ସହିତ ବିଚାର କରନ୍ତୁ ବୋଲି ମହାସଂଘ ପକ୍ଷରୁ କୁହାଯାଇଥିଲା । ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥୀ ଗ୍ରାମରକ୍ଷୀ ମହାସଙ୍ଘର ଦାବି ଶୁଣିବା ସହିତ ସରକାରଙ୍କ ଦୃଷ୍ଟି ଆକଷର୍ଣ କରାଇବେ ବୋଲି ମତ ବ୍ୟକ୍ତ କରିବା ସହିତ ସମସ୍ତ ଗ୍ରାମରକ୍ଷୀମୋନ ଗୋଟିଏ ମଂଚରେ ଆସିବା, ଏକତା ଭାବ ରଖିବା ସହିତ ଆବଶ୍ୟକ ପଡିଲେ ଏକ ନିର୍ଦ୍ଦିଷ୍ଟ ଦିବସରେ ଅନୁମତି ମାଗି ମୁଖ୍ୟମନ୍ତ୍ରୀଙ୍କ କିମ୍ବା ତାଙ୍କ ବରିଷ୍ଠ ପରାମର୍ଶଦାତା ପ୍ରକାଶ ମିଶ୍ର ଅଥବା ଉନ୍ନୟନ କମିଶନର ଅନୁ ଗର୍ଗଙ୍କ ସହିତ ଆଲୋଚନା କରିବାକୁ ଉପଦେଶ ଦେଇଥେôଲ । ଏଥି ସହିତ ଗ୍ରାମର ସୁରକ୍ଷା ସହିତ ସାଧାରଣ ବ୍ୟକ୍ତିବିଶେଷଙ୍କ ସୁରକ୍ଷା ତଥା ବହୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟଗୁଡିକ ଗ୍ରାମରକ୍ଷୀମାନେ ଦୀର୍ଘ ବର୍ଷ ଧରି କରି ଆସୁଛନ୍ତି ଓ ସେମାନଙ୍କ ସଂଖ୍ୟା ବୃଦ୍ଧି କରି ପ୍ରତି ଗ୍ରାମରେ ଜଣେ ଲେଖାଏଁ ଅବସ୍ଥାପିତ କରାଯିବାର ବ୍ୟବସ୍ଥା କରାଗଲେ ଭଲ ହେବ ବୋଲି ସେମାନଙ୍କ ଆଲୋଚନା ସହିତ ସମସ୍ତେ ସହମତ ହୋଇଥିଲେ । ଆଗାମୀ ବିଧାନସଭାରେ ସେମାନଙ୍କ ନ୍ୟାର୍ଯ୍ୟ ଦାବି ସମ୍ପକର୍ରେ ଉଭୟ ସରକାର ଓ ମାନ୍ୟବର ବିରୋଧୀ ଦଳର ବିଧାୟକଙ୍କୁ ଅବଗତ କରାଯିବା ନେଇ ଶତପଥୀ ମହାଦୟ ଯଥା ସମ୍ଭବ ଚେଷ୍ଟା କରିବା କଥା ସ୍ଥିର ହୋଇଥିଲା । ବିଭିନ୍ନ ଜିଲ୍ଲାରୁ ଶତାଧିକ ଗ୍ରାମରକ୍ଷୀ ଆସିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ