ନିମାପଡ଼ା ଟାଉନ କ୍ଲବର ବାର୍ଷିକୋତ୍ସବ

ନିମାପଡ଼ା (ସନ୍ତୋଷ କୁମାର ଦାଶ): ନିମାପଡ଼ା ରାସବାଡ଼ି ମଠ ପଡ଼ିଆରେ ନିମାପଡ଼ା ଟାଉନ କ୍ଲବ ର ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି।ଟାଉନ କ୍ଲବର ସଭାପତି ଅକ୍ଷୟ କୁମାର ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉକ୍ତ ଉତ୍ସବ ରେ ଅତିଥି ଭାବେ ବ୍ୟବସାୟୀ ସଚ୍ଚିଦାନନ୍ଦ ସାହୁ, ଗ୍ରାମ୍ୟ ମଙ୍ଗଳ କମିଟି ସଭାପତି ପଦ୍ମଚରଣ ସାହୁ , ସଂପାଦକ ସୁରେନ୍ଦ୍ର ସାହୁ ଏବଂ ଟାଉନ କ୍ଲବର ସଂପାଦକ ହରେରାମ ସାହୁ ପ୍ରମୁଖ ଯୋଗଦେଇଥିଲେ। ଏହି ଅବସରରେ ନାଟ୍ୟ ନିର୍ଦ୍ଦେଶକ ଅରୁଣ ମହାପାତ୍ର , ବରିଷ୍ଠ ସାମ୍ବାଦିକ ବିଚିତ୍ରା ନନ୍ଦ ସାହୁ ଓ ଚିତ୍ତରଞନ ମହାନ୍ତି ( ବୁଢ଼ା),ପୂର୍ବତନ ସଂପାଦକ ଶରତ ସାହୁ ଓ କାଶିନାଥ ବେହେରା , ଫଟୋଗ୍ରାଫର ମନୋଜ କୁମାର ବାରିକ ପ୍ରମୁଖଙ୍କୁ କ୍ଲବ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅତିଥି ମାନେ ଫୁଲତୋଡ଼ା ଓ ମାନପତ୍ର ଦେଇ ସେମାନଙ୍କୁ ସମ୍ୱର୍ଦ୍ଧିତ କରିଥିଲେ। ଟାଉନ କ୍ଲବର ଯୁବକମାନଙ୍କ ଦ୍ବାରା ସାମାଜିକ ନାଟକ ‘ ମୋ ପ୍ରେମ ରେ ଲାଗିଲା କାହା ନଜର ‘ ପରିବେଷଣ କରାଯାଇଥିଲା । ଏହି ନାଟକରେ ଅକ୍ଷୟ ବେହେରା, ଗୟାଧର ବେହେରା, ଅରୁଣ ମହାପାତ୍ର, କଶିନାଥ ବେହେରା ,ପ୍ରତାପ ପଣ୍ଡା ପ୍ରମୁଖ ଙ୍କ ସହିତ ଅନ୍ୟ ସଦସ୍ୟ ମାନେ ଅଭିନୟ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ