ପହଲଗାମ ମୃତକଙ୍କ ଉଦ୍ଦେଶ୍ୟରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଶ୍ରଦ୍ଧାଞ୍ଜଳୀ
ଭୁବନେଶ୍ବର (ଓ୍ବାଇଏନଏସ): ଗତ କାଲି ଜମ୍ମୁ କଶ୍ମୀର ପହଲଗାମରେ ଆତଙ୍କବାଦୀଙ୍କ ଦ୍ୱାରା ଯେଉଁଭଳି ଭାବରେ ନିରୀହ ପର୍ଯ୍ୟଟକମାନଙ୍କ ବର୍ବୋରଚିତ ହତ୍ୟା କରାଗଲା ତାହା କେବଳ ଦୁର୍ଭାଗ୍ୟ ଜନକ କି ସାଧାରଣ ହତ୍ୟାକାଣ୍ଡ ନୁହେଁ ଦେଶର ସୁରକ୍ଷା, ସାଧାରଣ ନାଗରିକଙ୍କ ସୁରକ୍ଷା ପ୍ରତି ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଭାରତ ପକ୍ଷରୁ ଏହାର କଡ଼ା ଜବାବ ଦେବା ନିହାତି ଆବଶ୍ୟକ। ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଆତଙ୍କବାଦୀ ଆକ୍ରମଣରେ ଅକାଳରେ ପ୍ରାଣ ହରାଇ ଥିବା ବ୍ୟକ୍ତିଙ୍କ ଆତ୍ମାର ଶାନ୍ତି ପାଇଁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ଆହତମାନଙ୍କ ଆଶୁ ଆରୋଗ୍ୟ ପାଇଁ ପ୍ରାର୍ଥନା କରିଥିଲେ ଓଡ଼ିଶା କଂଗ୍ରେସ ପ୍ରଭାରି ଅଜୟ କୁମାର ଲଲ୍ଲୁ, ରୋଜାଲିନ ତିର୍କୀ, ଶାହନୱାଜ ଚୌଧୁରୀ , ପିସିସି ସଭାପତି ଭକ୍ତ ଚରଣ ଦାସ , କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମଙ୍କ ସହିତ କଂଗ୍ରେସ ଦଳର ଅନେକ ବରିଷ୍ଠ ନେତା ମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।