ନିରଞ୍ଜନ ସରକାରୀ ମହିଳା ମହାବିଦ୍ୟାଳୟ ପକ୍ଷରୁ ମହିଳା କର୍କଟ ରୋଗ ସଚେତନତା ଶିବିର

ଆସିକା (ୱାଇଏନ୍‍ଏସ୍‍) : ସ୍ଥାନୀୟ ନିରଞ୍ଜନ ସରକାରୀ ମହିଳା ମହାବିଦ୍ୟାଳୟ ପରିସରରେ ଏକ ମହିଳା କର୍କଟ ରୋଗ ସଂକ୍ରାନ୍ତୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ନିରଞ୍ଜନ ସରକାରୀ ମହିଳା ମହାବିଦ୍ୟାଳୟର ବରିଷ୍ଠ ଅଧ୍ୟାପକ ଗଣେଶ୍ୱର ମାଝୀଙ୍କ ସଭାପତିତ୍ୱ ଓ ଶିକ୍ଷାନୁଷ୍ଠାନର ଯୁବ ରେଡକ୍ରସ୍‍ ବାହିନୀର ସଂଯୋଜିକା ତଥା ଅଧ୍ୟାପିକା ଲୀନା ଲିଲିୟାନ୍‍ଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ମହିଳା କର୍କଟ ରୋଗର ସଚେତନତା ଶିବିରରେ ଭୁବନେଶ୍ୱର ସ୍ଥିତ ଉତ୍କଳ ହସପିଟାଲର ଅଙ୍କୋଲୋଜିଷ୍ଟ ସର୍ଜନ୍‍ ଡଃ ରଂଜନ କୁମାର ମହାନ୍ତି, ହସପିଟାଲ୍‍ ପ୍ରତିନିଧି ଦେବାଶିଷ୍‍ ସେଠୀ ଓ ସଂଜୟ କୁମାର ପୃଷ୍ଟି ପ୍ରମୁଖ ଯୋଗଦେଇ ନାରୀ କର୍କଟ ରୋଗ ଓ ତାର ଚିକିତ୍ସା ପ୍ରଣାଳୀ ଉପରେ ବହୁ ଶିକ୍ଷଣୀୟ ତଥା ଉପାଦେୟ ପରାମର୍ଶ ପ୍ରଦାନ କରିବା ସାଙ୍ଗକୁ ମନୁଷ୍ୟ ଶରୀରରେ ବିଭିନ୍ନ ପ୍ରକାରର କର୍କଟ ରୋଗ ଦେଖାଦେଇଥାଏ । କର୍କଟ ରୋଗର କିଛି ବୟସ ସୀମା ନଥାଏ । ଏହି ମାରାତ୍ମକ ରୋଗର କାରଣ ଓ ନିରାକରଣ ଉପରେ ଛାତ୍ରୀମାନେ ସଚେତନତ ହେବାକୁ ଆହ୍ୱାନ କରିବା ସାଙ୍ଗକୁ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ସାମାନ୍ୟ ଲକ୍ଷ୍ୟଣ ଦେଖାଦେଲେ ଅଭିଜ୍ଞ ଡାକ୍ତରଙ୍କ ପରାମର୍ଶ ନେବାକୁ ଆହ୍ୱାନ କରିଥିବା ଲକ୍ଷ୍ୟ କରାଯାଇଥିଲା । ଆସିକା ନିରଞ୍ଜନ ସରକାରୀ ମହିଳା ମହାବିଦ୍ୟାଳୟ ପକ୍ଷରୁ ଅନୁଷ୍ଠିତ ମହିଳା କର୍କଟ ସଚେତନତା କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ବି.ପାଣ୍ଡବ ରେଡି, ସୁଧାଂଶୁ କୁମାର ହୋତା, ବସନ୍ତ କୁମାର ମାଝୀ, ସାନ୍ତୁନୁ କୁମାର ସାସମଲ, ସନାତନ ପ୍ରଧାନ, ଅଧ୍ୟାପିକା ରିଙ୍କି ନାହାକ, ଚାନ୍ଦିନୀ ସେଠୀ, ପ୍ରୀତି ପାତ୍ର, ମୌସୁମୀ ପୂଜା ବିଷୋୟୀ, ସମିତା ପ୍ରଧାନ, ମୋନାସିନା ପ୍ରଧାନ, ପୁଶା ମୁଣ୍ଡା, ପୂର୍ଣ୍ଣବାସୀ ବେହେରା, ସୁଶ୍ରୀ ସେଫାଳୀ ସୁଚରିତା ପ୍ରଧାନଙ୍କ ସମେତ ବହୁ ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରୀମାନେ ଯୋଗଦେଇଥିବା ଲକ୍ଷ୍ୟ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ