ସମବାୟ ଚିନିଶିଳ୍ପର କ୍ଷୀପ୍ରଲେଖକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା
ଆସିକା (ୱାଇଏନ୍ଏସ୍) : ଆସିକା ସମବାୟ ଚିନିଶିଳ୍ପରେ ଗତ ୨୦୨୧ ମସିହା ଡିସେମ୍ବର ମାସରୁ ଚଳିତ ସେପ୍ଟେମ୍ବର ମାସର କିଛି ଦିନ ଦକ୍ଷତାର ସହ କାର୍ଯ୍ୟ କରିଆସିଥିବା କ୍ଷୀପ୍ରଲେଖକ (ଷ୍ଟେନୋଗ୍ରାଫର୍) ଚନ୍ଦ୍ର ଲେଙ୍କାକୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବିଦାୟାକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିବା ଲକ୍ଷ୍ୟ କରାଯାଇଛି । ଆସିକା ସମବାୟ ଚିନିଶିଳ୍ପର ପରିଚାଳନା ପରିଷଦର ସଭାପତି ରବିନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତାରେ ସମ୍ମିଳନୀର କକ୍ଷରେ ଅନୁଷ୍ଠିତ ହୋଇଥିବା ଏହି ବିଦାୟକାଳୀନ ସମ୍ବର୍ଦ୍ଧନା ସଭାରେ ଚିନିକଳର ପରିଚାଳନା ନିର୍ଦ୍ଦେଶକ ଡଃ ସୁୁଶାନ୍ତ କୁମାର ପଣ୍ଡା ଯୋଗଦେଇ ବିଦାୟୀ କ୍ଷୀପ୍ରଲେଖକ (ଷ୍ଟେନୋଗ୍ରାଫର୍) ଚନ୍ଦ୍ର ଲେଙ୍କାଙ୍କ ବହୁମୁଖୀ ପ୍ରତିଭା, କାର୍ଯ୍ୟଦକ୍ଷତା ଶୈଳୀ, କର୍ମଚାରୀମାନଙ୍କ ସହ ଉତ୍ତମ ବ୍ୟବହାର, ସଚ୍ଚୋଟତା, ନିଷ୍ଠାପରତା ଓ କର୍ତ୍ତବ୍ୟପରାୟଣତା ସମେତ ବହୁବିଧ ଗୁଣାବଳୀ ଉପରେ ସ୍ମୃତିଚାରଣ କରିଥିଲେ । ଏହି ଅବସରରେ ସମବାୟ ଚିନିଶିଳ୍ପର ବିଦାୟୀ କ୍ଷୀପ୍ରଲେଖକ (ଷ୍ଟେନୋଗ୍ରାଫର୍) ଚନ୍ଦ୍ର ଲେଙ୍କାଙ୍କୁ ଉତ୍ତରୀୟ ଓ ଉପହାର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଦିଆଯାଇଥିଲା । ଉଚ୍ଚଶିକ୍ଷିତ ବ୍ୟକ୍ତି ରୂପେ ପରିଚିତ ଥାଇ ନିଜର ଏକ ଅନନ୍ୟ ପରିଚୟ ସୃଷ୍ଟି କରିବାରେ ସକ୍ଷମ ହୋଇପାରିଥିବା ଆସିକା ସମବାୟ ଚିନିଶିଳ୍ପର କ୍ଷୀପ୍ରଲେଖକ ଚନ୍ଦ୍ର ଲେଙ୍କାଙ୍କୁ ଅଦ୍ଭୁତପୂର୍ବ ଆବେଗଭରା ତଥା ଭାବବିହ୍ୱଳ ପରିବେଶରେ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସମବାୟ ଚିନିଶିଳ୍ପର ସଂପାଦକ ସନ୍ତୋଷ କୁମାର ମଲିକ, ଏଓ ଚିତ୍ତଚିନ୍ମୟ ରଂଜନ ନାୟକ, ମୁଖ୍ୟଯନ୍ତ୍ରୀ ଇଂ କେଦାରନାଥ ସାହୁ, କନିଷ୍ଠ ଯନ୍ତ୍ରୀ ଇଂ ଅରୁଣ କୁମାର ପାତ୍ର, ଡିଷ୍ଟିଲେରୀ କେମିଷ୍ଟ ଅକ୍ଷୟ କୁମାର ସ୍ୱାଇଁ, ଚିନିଶିଳ୍ପର କର୍ମଚାରୀ ସନ୍ତୋଷ କୁମାର ପଟ୍ଟନାୟକ, ସତ୍ୟବାନ ଲେଙ୍କା, ବିଶ୍ୱନାଥ ପାଣିଗ୍ରାହୀ, ରାଜେଶ୍ କୁମାର ନାୟକ, ଜ୍ୟୋତରାମକୃଷ୍ଣ ତ୍ରିପାଠୀ, ସୁମନ୍ତ କୁମାର ପଟ୍ଟନାୟକ, ବିକାଶ ପଟ୍ଟନାୟକ, ସହଦେବ ଗୌଡ, କୈଳାଶ ଚନ୍ଦ୍ର ଗୌଡ, ପ୍ରଶାନ୍ତ କୁମାର ବିଶ୍ୱାଳଙ୍କ ସମେତ ବହୁ କର୍ମଚାରୀ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା । ଆସିକା ସମବାୟ ଚିନିଶିଳ୍ପରେ ଦୀର୍ଘ ଦିନ ଧରି ଜଣେ କର୍ତ୍ତବ୍ୟନିଷ୍ଟ କ୍ଷୀପ୍ରଲେଖକ ରୂପେ କାର୍ଯ୍ୟ କରିଆସିଥିବା ଚନ୍ଦ୍ରଶେଖର ଲେଙ୍କା ଗତ କିଛି ଦିନ ତଳେ ଓଡିଶା କର୍ମଚାରୀ ପ୍ରବରଣ ଆୟୋଗ (ଓଏସ୍ଏସ୍ସି) ଦ୍ୱାରା ପରିଚାଳିତ ଷ୍ଟେନୋଗ୍ରାଫର୍ ପରୀକ୍ଷାରେ କୃତିତ୍ୱର ସହ ଉତ୍ତୀର୍ଣ୍ଣ ହୋଇ ଓଡିଶା ସରକାରଙ୍କ ଜଳସଂପଦ ବିଭାଗରେ କାର୍ଯ୍ୟରେ ଯୋଗଦେଇଥିବା ଜଣାପଡିଛି । ଏହି ବିଦାୟକାଳୀନ ସମ୍ବର୍ଦ୍ଧନା ସଭାରେ ଆସିକା ସମବାୟ ଚିନିଶିଳ୍ପର ପ୍ରାକ୍ତନ କ୍ଷୀପ୍ରଲେଖକ (ଷ୍ଟେନୋଗ୍ରାଫର୍) ଚନ୍ଦ୍ର ଲେଙ୍କା ଯୋଗଦେଇ ଚିନିଶିଳ୍ପର ପରିଚାଳନା ନିର୍ଦ୍ଦେଶକ ଡଃ ସୁଶାନ୍ତ କୁମାର ପଣ୍ଡା ଓ ପରିଚାଳନା ପରିଷଦର ସଭାପତି ରବିନ୍ଦ୍ର ପଣ୍ଡା ଏବଂ ସଂପାଦକ ସନ୍ତୋଷ କୁମାର ମଲିକ, ଏଓ ଚିତ୍ତଚିନ୍ମୟ ରଂଜନ ନାୟକଙ୍କ ମାର୍ଗଦର୍ଶନ ଓ ସମସ୍ତ କର୍ମଚାରୀମାନଙ୍କ ସହଯୋଗ ଚିର ଦିନ ପାଇଁ ସ୍ମରଣୀୟ ହୋଇରହିବ ବୋଲି ଅତି ଭାବବିହ୍ୱଳ ହୋଇ ପ୍ରକାଶ କରିଥିବା ଦେଖିବାକୁ ମିଳିଥିଲା।


