ଥାଲାସେମିଆ ରୋଗରେ ପୀଡିତ ଶ୍ରୀୟାଂଶୁ ରଣାଙ୍କୁ ସହାୟତା ଦେଲେ ନିରଞ୍ଜନ ପ୍ରଧାନ ଚାରିଟେବୁଲ ଟ୍ରଷ୍ଟ

ପୋଲସରା, (ଅନୀଲ କୁମାର ମହାରଣା) : ପୋଲସରା ବ୍ଲକ ଅନ୍ତର୍ଗତ ଘୋଡ଼ାପଲାଣ ଗ୍ରାମର ପ୍ରତାପ ରଣା ଓ ଶର୍ମିଷ୍ଠା ରଣା ଙ୍କ ୫ ବର୍ଷର ପୁଅ ଶ୍ରୀୟାଂଶୁ  ଥାଲାସେମିଆ ରୋଗରେ ଆକ୍ରାନ୍ତ ହୋଇ ପ୍ରଥମେ ବ୍ରହ୍ମପୁର ଓ ପରେ ଭୁବନେଶ୍ୱର ରେ ଚିକିତ୍ସତ ହେଉଥିଲେ। କିନ୍ତୁ ଚିକିତ୍ସାରେ କୌଣସି ଉନ୍ନତି ନଆସିବାରୁ ଡାକ୍ତର ବୋନମେରୋ ଟେଷ୍ଟ କରିବା ପରେ ଥଲାସେମିୟା କେନ୍ସର ହୋଇଥିବା ଜାଣିବାକୁ ପାଇଲେ। ଡାକ୍ତରଙ୍କ ପରାମର୍ଶ କ୍ରମେ ଶ୍ରୀୟାଂଶୁ ରଣାଙ୍କୁ ଅଧିକ ଚିକିତ୍ସା ପାଇଁ ଦିଲ୍ଲୀ ସ୍ଥିତ ରାଜୀବ ଗାନ୍ଧୀ କ୍ୟାନ୍ସର ହସ୍ପିଟାଲରେ ଆଡ଼ମିସନ କରାଯାଇଥିଲା। ପରିବାର ଆର୍ଥିକ ଅବସ୍ଥା ଖରାପ ଯୋଗୁଁ ଉନ୍ନତ ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଲା। ଏଭଳି ଖବର ଶୁଣି ପୋଲସରା ନିରଞ୍ଜନ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଶ୍ରୀୟାଂଶୁ ର ଚିକିତ୍ସା ପାଇଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଟ୍ରଷ୍ଟ ସଭାପତି ଦୀପକ ପ୍ରଧାନଙ୍କ ନେତୃତ୍ୱରେ ସମାଜସେବୀ ପ୍ରଭାକର ପଣ୍ଡା, ମନୋଜ କୁମାର ଖଟୁଆ, ପବିତ୍ର ନାୟକ, ସନ୍ତୋଷ ମାଝୀ, ନୃସିଂହ ସ୍ୱାଇଁ, ମିନତୀ ପ୍ରଧାନ ସମେତ ଟ୍ରଷ୍ଟର ସମସ୍ତ ସଦସ୍ୟଙ୍କ ଉପସ୍ଥିତ ସହାୟତା ପ୍ରଦାନ କରାଯାଇଥିଲେ। ଆଗାମୀ ଦିନରେ ଶ୍ରୀୟାଂଶୁ ର ଚିକିତ୍ସା ପାଇଁ ଟ୍ରଷ୍ଟ ତରଫରୁ ସହାୟତା ଜାରି ରହିବା ସହ ବିଭିନ୍ନ ସଂଗଠନ ସହଯୋଗରେ ଅର୍ଥ ଯୋଗାଡ଼ ପାଇଁ ବ୍ୟବସ୍ଥା କରାଯିବ ବୋଲି ଟ୍ରଷ୍ଟ ସଭାପତି ଦୀପକ ପ୍ରଧାନ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ