ନିଶା ମହାରଣାଙ୍କୁ ମିଳିଲା ହାଇକୋର୍ଟରୁ ସର୍ତ୍ତମୂଳକ ଆଗୁଆ ଜାମିନ

କଟକ, (ଓ୍ବାଇଏନଏସ): ଚର୍ଚ୍ଚିତ ଆଇଟମ୍ ଗାର୍ଲ ନିଶା ମହାରଣା। ସେ ଯେତିକି ଚର୍ଚ୍ଚିତ ତାଙ୍କୁ ନେଇ କଣ୍ଟ୍ରୋଭର୍ସି ବି ସେତିକି। ସେ ଖୁବ୍ ଷ୍ଟ୍ରେଟ୍ ଫରୱାର୍ଡ, ଯାହା କୁହନ୍ତି ମୁହଁରେ ମୁହଁରେ। ଏହି କଥା ସବୁବେଳେ ତାଙ୍କ ଠାରୁ ଶୁଣିବାକୁ ମିଳେ ଯେ, ତାଙ୍କର କାହାକୁ ଡର ନାହିଁ କି ଭୟ ନାହିଁ। କିନ୍ତୁ ଏହାରି ଭିତରେ ଯାହା ଜଣା ପଡ଼ିଛି ନିଶା ମହାରଣା ବୋଧେ ଟିକେ ଡରି ଯାଇଛନ୍ତି। ଆଉ ସେ ଗିରଫ ହେବା ଭୟରେ ଆଗୁଆ ଜାମିନ୍ ଆବେଦନ କରିଥିଲେ। ଯାହା ହାଇକୋର୍ଟ ମଞ୍ଜୁର କରିବା ପରେ ତାଙ୍କୁ କିଛିଟା ଆଶ୍ୱସ୍ତି ମିଳିଛି। ଯାହା ସୂଚନା ରହିଛି, ଯାତ୍ରା ମଞ୍ଚରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ ଘଟଣାରେ ନିଶାଙ୍କ ଲାଗି ଅଡୁଆ ବଢିଥିଲା। ବାଲାଙ୍ଗୀରରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନକୁ ନେଇ ହୋଇଥିଲା ମାମଲା। ପୋଲିସ ନିଜ ଆଡୁ ମାମଲା ରୁଜୁ କରି ଦୁଇ ଆୟୋଜକଙ୍କୁ ଗିରଫ କରିଥିଲା। ଗିରଫ ଭୟରେ ଆଗୁଆ ଜାମିନ ଆବେଦନ କରିଥିଲେ ନିଶା। ତେବେ ଜାମିନ ପ୍ରଦାନ ଲାଗି ନିମ୍ନ ଅଦାଲତ ସର୍ତ୍ତ ରଖିପାରିବେ ବୋଲି ହାଇକୋର୍ଟ ତାଙ୍କ ନିର୍ଦ୍ଦେଶରେ ସ୍ପଷ୍ଟ କରିଛନ୍ତି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ