ହେଲାନି ଅନାସ୍ଥା : ପଞ୍ଚାୟତ ସମ୍ମୁଖରେ ମାଣବସା ପାଳିଲେ ଧାରଣାରତ ୱାର୍ଡ ସଭ୍ୟା
ହାଟଡିହି (ଓ୍ବାଇଏନଏସ): ରାତିସାରା ପଞ୍ଚାୟତ ସମ୍ମୁଖରେ ଧାରଣାରେ ରହିଲେ ସକାଳୁ ସକାଳୁ ପଞ୍ଚାୟତ ସମୁଖରେ ଗୁରୁବାର ମାଣବସା ଓଷା ପାଳନ କଲେ । ଏଭଳି ଘଟଣା ଦେଖିବାକୁ ମିଳିଛି କଣ୍ଟିପାଳ ପଂଚାୟତରେ। କଣ୍ଟିପାଳ ସରପଞ୍ଚ ପଦ୍ମିନୀ ନାଏକଙ୍କ ବିରୁଦ୍ଧରେ ୮ ଜଣ ସଭ୍ୟ ଅନାସ୍ଥା ଆଣିଥିବା ବେଳେ ଗତ କାଲି ଏହାର ଭୋଟିଙ୍ଗ ହେବା ବଦଳରେ ବିଡ଼ିଓଙ୍କ ଦେହ ଅସୁସ୍ଥ ଦର୍ଶାଇ ଭୋଟିଙ୍ଗ କାର୍ଯ୍ୟ ଭଣ୍ଡୁର ହୋଇ ଥିବା ଦେଖିବାକୁ ମିଳିଛି । ଏ ନେଇ ୱାର୍ଡ ସଭ୍ୟ ମାନେ ଗତକାଲିଠାରୁ ପଞ୍ଚାୟତ ଆଗରେ ଧାରଣରେ ବସିଛନ୍ତି। ଆନନ୍ଦପୁର ବ୍ଲକ କଣ୍ଟିପାଳ ପଂଚାୟତର ସରପଞ୍ଚ ପଦ୍ମିନୀ ନାଏକଙ୍କ ନାମରେ ୮ ଜଣ ସଭ୍ୟ ଗତ ୩ ମାସ ହେବ ଅନାସ୍ଥା ଆଣିଥିବା ବେଳେ ଉପଜିଲ୍ଲାପାଳଙ୍କ ଚିଠି ନମ୍ୱର ୧୦୨୧୩ ଅନୁଯାଇ ୦୩ ତାରିଖ ୧୧/୩୦ ସମୟ ବୁଧବାର ଦିନ ବିଡ଼ିଓଙ୍କ ଉପସ୍ଥିରେ ଭୋଟିଙ୍ଗ ହେବାର ଧର୍ଯ୍ୟ ହୋଇଥିଲା। ଏବଂ ଏ ବାବଦରେ ସମସ୍ତଙ୍କୁ ଚିଠି କରାଯାଇଥିଲା, ହେଲେ ଏହା ଜାଣିଶୁଣି ବିଡ଼ିଓ ଦିନ ୧୧ ସମୟରେ ଦେହ ଅସୁସ୍ଥ ଜଣାଇ ରହିଯାଇଥିବା ୱାର୍ଡ ସଭ୍ୟ ମାନେ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ଜିଲ୍ଲାରେ ନାରୀମାନଙ୍କୁ ଇଜତ ଦେବା ବଦଳରେ ପରୋକ୍ଷରେ ସେମାନଙ୍କ ଇଜତ ଉପରେ ଖେଳ ଖେଳୁଥିବା ସଭ୍ୟ ଉମାମଣି ନାଏକ, ଅଳକା ବାରିକ, ଇନ୍ଦୁମତୀ ଖଣ୍ଡା, ମଞ୍ଜୁଲତା ବାରିକ, ସୁକାନ୍ତି ବେହେରା କହିଛନ୍ତି । ଭୋଟିଙ୍ଗ ନହେବାରୁ ପଞ୍ଚାୟତ ସଂମ୍ମୁଖରେ ରାତି ତମାମ ଖୋଲା ଆକାଶ ତଳେ ଶୀତ କାକରରେ ନିଆଁ ଜାଳି ରହିଥିବା ଦେଖିବାକୁ ମିଳିଛି । ପ୍ରଶାସନ ତରଫରୁ ୱାର୍ଡ ସଭ୍ୟ ମାନଙ୍କ ପ୍ରତି ଏହା ଖୁଲାମ ଖୋଲା ଅବହେଳା ହେଉଥିବା ସାଧାରଣରେ ଚର୍ଚ୍ଚା ହେଉଛି। ଏହା ଦିନେ ଦୁଇଦିନ ଭିତରେ ସମାଧାନ ନହେଲେ ସଭ୍ୟ ମାନଙ୍କର କୌଣସି ଅସୁବିଧା ଘଟିଲେ ପ୍ରଶାସନ ଦାଇ ରହିବେ ବୋଲି ୱାର୍ଡ ସଭ୍ୟ ଧୂର୍ଵ ନାଏକ,ହରିହର ନାଏକ, ନରେନ୍ଦ୍ର ବିରୁଆ ପ୍ରକାଶ କରିଛନ୍ତି ।


