ଏସଏଚଜି ଗ୍ରୁପକୁ ନା, ପ୍ୟାକ୍ସ ମାଧ୍ୟମରେ ଧାନ କିଣିବା ପାଇଁ ଦାବୀ

ଛତ୍ରପୁର, (ଓ୍ବାଇଏନଏସ): ସମବାୟ ସେବା ସମିତି ( ପ୍ୟାକ୍ସ ) ଜରିଆରେ ଧାନ କିଣିବା ଦାବୀ ନେଇ  କବିସୂର୍ଯ୍ୟନଗର ବ୍ଲକ ଅନ୍ତର୍ଗତ ୯ ଟି ପଂଚାୟତ ର ଚାଷୀ ମାନେ ଗଞ୍ଜାମ ଜିଲ୍ଲାପ୍ରଶାସନ ର ଦ୍ୱାରସ୍ଥ ହୋଇଛନ୍ତି l  ସରକାରୀ ନିୟମ କୁ ପାଳନ ନ କରି ଭିତ୍ତିଭୂମି ନଥିବା ଏସଏଚଜି ଗ୍ରୁପ କୁ ଏହାର ଦାୟିତ୍ୱ ମିଳିଥିବାରୁ ଚାଷୀମାନେ ଅସନ୍ତୋଷ ଜାହିର କରିଛନ୍ତି l ପୂର୍ବରୁ ପ୍ୟାକ୍ସ ମାଧ୍ୟମରେ ଧାନ କିଣା ସୁରଖୁରୁ ରେ ହୋଇଥିବା ରୁ ଏସଏଚଜି ଗ୍ରୁପ କୁ ବାଦ ଦେଇ ପ୍ୟାକ୍ସ ଗୁଡିକ କୁ ପୁର୍ନବାର ଦାୟିତ୍ୱ ପ୍ରଦାନ କରିବାକୁ ସେମାନେ ଦାବୀ କରିଛନ୍ତି l ଏନେଇ କବିସୂର୍ଯ୍ୟନଗର ବ୍ଲକ ୯ ଟି ପଂଚାୟତ ର ୬ ଗୋଟି ସେବା ସମବାୟ ସମିତି ଯଥା ବଡ଼ମହୁରି, ଜରଡ଼, ଆଠଗଡ଼ ପାଟଣା, ଗାଙ୍ଗପୁର, ଗୁଡ଼ିଆଳି, ଏମସିଏଚ ସୁର ପ୍ୟାକ୍ସ ର ପଞ୍ଜିକୃତ ବହୁ ଚାଷୀ ଏବଂ ସଭାପତି ମାନେ ଗଞ୍ଜାମ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟ ରେ ଏକ ଦାବୀ ପତ୍ର ଅତିରିକ୍ତ ଜିଲ୍ଲାପାଳ ଡ଼ଃ ପ୍ରମୋଦ କୁମାର ପୃଷ୍ଟି ଙ୍କୁ ଭେଟି ପ୍ରଦାନ କରିଛନ୍ତି l ଆଗାମୀ ଦିନ ରେ ସେମାନଙ୍କ ଦାବୀ ଯଥା ଶୀଘ୍ର ପୂରଣ ନ ହେଲେ ରାଜରାସ୍ତା କୁ ଓଲ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ