ନାଉଗାଁ ବଜାରରେ ଜବରଦଖଲ ଉଚ୍ଛେଦ ପାଇଁ ନୋଟିସ୍
ନାଉଗାଁ, (ଓ୍ବାଇଏନଏସ): ଜଗତସିଂହପୁର ଜିଲ୍ଲା ନାଉଗାଁ ତହସିଲ ଅଧୀନ ନାଉଗାଁ ବଜାରର ଜବରଦଖଲ ଉଚ୍ଛେଦ ପାଇଁ ତହସିଲ ପକ୍ଷରୁ ନୋଟିସ ପ୍ରଦାନ କରାଯାଇଛି। ତହସିଲ କାର୍ଯ୍ୟାଳୟ ପତ୍ର (ସଂଖ୍ୟା ୧୮୧୩/୨୦୨୫)ରେ ନାଉଗାଁ ବଜାରର ଖାତା ନଂ-୧୦୨୩ ରେ ପ୍ଳଟ ନଂ-୯୮୯, ଖାତା ନଂ-୧୦୨୫ରେ ପ୍ଳଟ ନଂ ୯୯୪, ୮୨୯, ୮୩୪, ୮୩୨ରେ ଜବରଦଖଲ କରିଥିବା ଦୋକାନୀମାନଙ୍କୁ ପୂର୍ବରୁ ପ୍ରାପ୍ତ ନୋଟିସ ମୁତାବକ ଆସନ୍ତା ଜୁଲାଇ ୩୦ ରେ ଉଚ୍ଛେଦ କରାଯିବା ପାଇଁ ସ୍ଥିର କରାଯାଇଛି। ଉକ୍ତ ଦିନ ପୂର୍ବରୁ ଦୋକାନୀ ମାନେ ଜବରଦଖଲ ମୁକ୍ତ କରିବା ସହିତ କାର୍ଯ୍ୟରେ ସହଯୋଗ କରିବା ପାଇଁ ନୋଟିସରେ ଉଲ୍ଲେଖ କରାଯାଇଛି। ସୂଚନାଯୋଗ୍ୟ ଯେ ଉକ୍ତ ବଜାର ଶିଖରଘାଟ-ବାଲିଭଉଁରୀ ପୂର୍ତ ବିଭାଗ ରାସ୍ତା ମଧ୍ୟରେ ଅବସ୍ଥିତ। ଏହା ବ୍ଳକର ମୁଖ୍ୟ ସଂଯୋଗକାରୀ ରାସ୍ତା। ଶିଖରଘାଟ ସେତୁ ହେବା ପରେ ଉକ୍ତ ରାସ୍ତା ଦେଇ ଜିଲା ତଥା ଜିଲା ବାହାରୁ ବହୁ ଯାତ୍ରୀବାହୀ ଗାଡି ଏହି ବାଟ ଦେଇ ପୁରୀ, କୋଣାର୍କ, ଅସ୍ତରଙ୍ଗ, କାକଟପୁର, କେନ୍ଦ୍ରାପଡା, ପାରାଦୀପ ଆଦି ସ୍ଥାନକୁ ଯାଇଥାନ୍ତି। ଉକ୍ତ ବଜାରରେ ଥିବା ରାସ୍ତା ପାଶ୍ୱର୍ରେ ଦୋକାନ ସବୁ ରହିଥିବାରୁ ଯାନବାହାନ ଯିବା ଆସିବାରେ ଅସୁବିଧା ହେଉଥିବା ଜଣାଯାଇଛି।