ଏନକାଉଣ୍ଟର ହୋଇଥିବା ଦୁର୍ଦାନ୍ତ ଅପରାଧୀକୁ କୋର୍ଟ ଚାଲାଣ

ହାଟଡିହି,  (ଓ୍ବାଇଏନଏସ): କେନ୍ଦୁଝର ଜିଲ୍ଲାର ନନ୍ଦିପଦା ପୁଲିସ ଗତ ୨୩ ତାରିଖ ରାତିରେ ଏନକାଉଣ୍ଟର କରି  ଯାଜପୁର ଜିଲ୍ଲା ଯଖପୁରା ଥାନା ଦଶମାଣିଆ ଗାଁର ଦୁର୍ଦ୍ଦାନ୍ତ ଅପରାଧୀ ଅର୍ଜୁନ ପ୍ରଧାନକୁ ଗିରଫ କରିଥିବା ବେଳେ ଆଜି ତାକୁ କୋର୍ଟ ଚାଲାଣ କରାଯାଇଛି। ସେପ୍ଟେମ୍ବର ୨୭ ତାରିଖରେ ସୋସୋ ଥାନା ଅନ୍ତର୍ଗତ ବନ୍ତଳା ଗ୍ରାମର ଜଣେ ସୁନା ବ୍ୟବସାୟୀ ସୁନ୍ଦରାପାଳ ଛକରେ ଥିବା ଦୋକାନ ବନ୍ଦ କରି ନିଜ ଘରକୁ ଫେରୁଥିବା ସମୟରେ ବାଟରେ  ଗୁଳି ଚଳାଇ ତାଙ୍କ ଠାରୁ ଲୁଟ୍ କରାଯାଇଥିଲା। ଏହି ଘଟଣାରେ ଅର୍ଜୁନ ମୁଖ୍ୟ ଅପରାଧୀ ଥିଲା।  ଦୀର୍ଘଦିନ ଧରି ତାକୁ ଧରିବା ପାଇଁ ପୁଲିସ ଉଦ୍ୟମ ଜାରି ରଖିଥିଲା। ଗତ ୨୩ ତାରିଖରେ ଅର୍ଜୁନ ପ୍ରଧାନ ଆନନ୍ଦପୁର ଉପଖଣ୍ଡକୁ ଆସିଥିବା ପୋଲିସ ସୂଚନା ପାଇ ତାକୁ ଛେନା ପଦି ନିକଟରୁ ଗିରଫ କରିଥିଲା। ପଚରା ଉଚୁରା ପାଇଁ ସୋସୋ ଥାନାକୁ ନେଇଥିଲା। ଲୁଟରେ ବ୍ୟବହୃତ ବନ୍ଧୁକକୁ ଅସିଆ ଗାଁ ନିକଟରେ ଲୁଚାଇ ରଖିଥିବା କହିବା ପରେ ପୋଲିସ ତାକୁନେଇ ଅସିଆ ଗାଁକୁ ଆସିଥିବା ବେଳେ ପୋଲିସ ସହିତ ଧସ୍ତାଧସ୍ତି କରିବା ସହ ଲୁଚାଇ ରଖିଥିବା ବନ୍ଧୁକରୁ ପୋଲିସ ଉପରକୁ ଗୁଳି ଚଳାଇ ଥିଲା। ପୋଲିସ ପାଲଟା ଗୁଳି ଚଳାଇବାରୁ ତାର ଡାହାଣ ଗୋଡ଼ରେ ଗୁଳି ବାଜିବା ସହ ସେ ଆହତ ହୋଇଥିଲା। ତାକୁ ପ୍ରଥମେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସା ଳୟ ଓ ପରେ କଟକ ସ୍ଥାନାନ୍ତର କରାଯାଇଥିଲା।ଏନେଇ ନନ୍ଦିପଦା ଥାନାରେ ୩୯୦/୨୦୨୬ରେ ଏକ ମାମଲା ରୁଜୁ ହୋଇଥିଲା।ଚିକିତ୍ସିଚିତ ହୋଇ ଫେରିବା ଆଜି ହାଟଡିହି କୋର୍ଟରେ ହାଜର କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଥାନା ଆଇଆଇସି ଧର୍ମେନ୍ଦ୍ର ଶାନ୍ତି ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ