ନୂଆପଡ଼ା ଉପନିର୍ବାଚନ ରାଜନୈତିକ ଦଳମାନଙ୍କ ପାଇଁ ଏକ ଏସିଡ୍ ଟେଷ୍ଟ

ଭୁବନେଶ୍ୱର (ସମୀର ରଞ୍ଜନ ନାୟକ ): ଭୁବନେଶ୍ବର: ବିହାର ବିଧାନସଭା ନିର୍ବାଚନ ସହ ହେବ ନୂଆପଡ଼ା ଉପନିର୍ବାଚନ। ଏନେଇ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ନୂଆପଡ଼ା ଉପନିର୍ବାଚନ ନେଇ ଭାରତୀୟ ନିର୍ବାଚନ ଆୟୁକ୍ତଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିହାର ବିଧାନସଭା ନିର୍ବାଚନ ସହ ନୂଆପଡ଼ା ଉପନିର୍ବାଚନ ଅନୁଷ୍ଠିତ ହେବ। ତେବେ ନୂଆପଡ଼ା ଉପନିର୍ବାଚନ ରାଜନୈତିକ ଦଳମାନଙ୍କ ପାଇଁ ଏକ ଏସିଡ୍ ଟେଷ୍ଟ ସଦୃଶ ହେବ।କାହାର ପଲ୍ଲା ଭାରି ସେ ନେଇ ଜନମତ ହିଁ ସ୍ପଷ୍ଟ କରିବ।ତେଣୁ ଏବେ ନୂଆପଡ଼ା ଦଖଲ କରିବାକୁ ତିନି ପ୍ରମୁଖ ଦଳ ବିଜେପି, କଂଗ୍ରେସ ଓ ବିଜେଡି ରଣନୀତି ପ୍ରସ୍ତୁତ କରିବାରେ ଲାଗିପଡ଼ିଛନ୍ତି।ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି, ନୂଆପଡ଼ାରେ ଏଥର ଆମେ ନିଶ୍ଚୟ ଜିତିବୁ। ଆମେ ସେଠାରେ ଜିତୁ ବୋଲି ଲୋକ ଚାହୁଁଛନ୍ତି। ସେ ଅଞ୍ଚଳରେ ବିକାଶ ବହୁତ ପଛରେ ଅଛି। ବିଜେପି ଜିତିଲେ ହିଁ ସେ ଅଞ୍ଚଳର ଥିବା ସମସ୍ୟାର ସମାଧାନ କରିବାରେ ସମର୍ଥ ହେବ। ସେହିପରି ଦଳର ପ୍ରାର୍ଥୀ କିଏ ହେବେ ସେନେଇ ମନମୋହନ କହିଛନ୍ତି ଯେ ଏନେଇ ସଂସଦୀୟ ଦଳ ବୈଠକରେ ନିଷ୍ପତ୍ତି ହେବ। ଏହାପରେ ଚିତ୍ର ସ୍ପଷ୍ଟ ହେବ।ସେହିପରି ଆସନ୍ତା ଉପନିର୍ବାଚନରେ ଦିବଙ୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ ବିଜେଡିରୁ ପ୍ରାର୍ଥୀ ହେବେ ବୋଲି ସେ ଗଣମାଧ୍ୟମକୁ କହିଛନ୍ତି।ବିଜେଡି କହିଛି ଯେ ଆମେ ଭଲ କାମ କରିଥିଲୁ ବାଲି ଗତ ନିର୍ବାଚନରେ ଆମ ପ୍ରାର୍ଥୀ ଜିତିଥିଲେ। ରାଜେନ୍ଦ୍ର ଢୋଲକିଆଙ୍କର ଭଲ ଜନସମ୍ପର୍କ ଥିଲା। ତେଣୁ ଯିଏ ବିଜେଡିରୁ ପ୍ରାର୍ଥୀ ହେବେ ସେ ହିଁ ନିର୍ବାଚନ ଜିତିବେ।ନୂଆପଡା ଦଖଲ ରଣନୀତି ସମ୍ପର୍କରେ ଗଣମାଧ୍ୟମର ପ୍ରଶ୍ନର ଉତ୍ତର ରଖି ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସ ନୂଆପଡାରେ ଯାହା କଲେ ବି ବିଜେପି ଜିତିପାରିବ ନାହିଁ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ । ଖୁବ୍ ଶୀଘ୍ର ହଜାର ହଜାର ଲୋକ କଂଗ୍ରେସ ରେ ଯୋଗ ଦେବାକୁ ଯାଉଛନ୍ତି। । ଘାସିରାମ ମାଝୀ ନୂଆପଡା ମାଟିର ପୁଅ। ମାଟିର ମଣିଷ ଘାସିରାମ ମାଝୀ ହିଁ ଜିତିବ ଏବଂ ସେଥିନେଇ ମତଦାନର ଶେଷ ଏକ ସପ୍ତାହ ପାଦରେ ଚାଲି ଭୋଟ  ଭିକ୍ଷା କରିବେ ବୋଲି  ଶ୍ରୀ ଦାସ ପ୍ରକାଶ କରିଛନ୍ତି।  ବିଜେପି ଓ ବିଜେଡି କେତେ ଶହ କୋଟି ଖର୍ଚ୍ଚ କରିବେ ପ୍ରସ୍ତୁତ ରହନ୍ତୁ ବୋଲି ସେ ଆହ୍ୱାନ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ