ନର୍ସିଂ ଅଫିସରଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା
ଆସିକା (ୱାଇଏନ୍ଏସ୍) ଆସିକା ଉପଖଣ୍ଡ ଚିକିତ୍ସାଳୟରେ ଦୀର୍ଘ ଦିନ ଧରି ଜଣେ କର୍ତ୍ତବ୍ୟନିଷ୍ଠ ନର୍ସିଂ ଅଫିସର ରୂପେ କାର୍ଯ୍ୟ କରି ଆସିଥିବା କର୍ମଚାରୀ ବିଷ୍ଣୁପ୍ରିୟା ବିଷୋୟୀ ନିଜ କର୍ମମୟ ଜୀବନରୁ ଅବସର ଗ୍ରହଣ କରିସାରିଛନ୍ତି । ଏହି ଅବସରରେ ବୁଧବାର ଆସିକା ଉପଖଣ୍ଡ ଚିକିତ୍ସାଳୟ ପରିସରରେ ଏକ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରକାଳୀନ ସମ୍ବର୍ଦ୍ଧନା ସଭାରେ ଆସିକା ଉପଖଣ୍ଡ ଚିକିତ୍ସାଳୟର ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ବାଲ୍ଗୋପାଳ ବେହେରା, ଡାକ୍ତର ଦୀପକ କୁମାର ସାମନ୍ତରାୟ, ଡାକ୍ତର ପି.ଶ୍ୟାମସୁନ୍ଦର, ଡାକ୍ତର ସତୀଶ୍ ପାତ୍ର, ଡାକ୍ତର ଗୋପାଳକୃଷ୍ଣ ପାତ୍ର, ଡାକ୍ତର ସଂଗ୍ରାମ ସାହୁ, ଡାକ୍ତର ଆଦିତ୍ୟ ଦାଶ, ଡାକ୍ତର ନିଶିକାନ୍ତ ପଣ୍ଡା, ଡାକ୍ତର ସୌମ୍ୟାଶ୍ରୀ ସାହୁ ପ୍ରମୁଖ ଯୋଗଦେଇ ଅବସରପ୍ରାପ୍ତ ନର୍ସିଂ ଅଫିସର ବିଷ୍ଣୁପ୍ରିୟା ବିଷୋୟୀଙ୍କ ନିଃସ୍ୱାର୍ଥପର ସ୍ୱାସ୍ଥ୍ୟସେବା, କାର୍ଯ୍ୟକୁଶଳତା, ଉତ୍ତମ ବ୍ୟବହାର, ନିଷ୍ଠାପର କର୍ତ୍ତବ୍ୟ, ସମସ୍ତଙ୍କ ସହ ସୁସଂପର୍କ, ଦାୟିତ୍ୱବୋଧ ଭୂମିକା ଉପରେ ସ୍ମୃତି ଚାରଣ କରିବା ସହ ଅବସର ପରବର୍ତ୍ତୀ ଜୀବନ ସୁଖ, ଶାନ୍ତି, ଆନନ୍ଦମୟ, ନିରୋଗ, ସୁସ୍ଥ ଓ ନିରାମୟ କାମନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଆସିକା ଉପଖଣ୍ଡ ଚିକିତ୍ସାଳୟର ଅଫିସ୍ ସହାୟକ ରଂଜନ କୁମାର ସ୍ୱାଇଁ, ଜେଏଚ୍ଏମ୍ ବିଶ୍ୱଜିତ୍ ପ୍ରଧାନ, ନର୍ସିଂ ଅଫିସର ପ୍ରଭାତୀ ବେହେରା, ସଙ୍ଗୀତା ଚୌଧୁରୀ, ଅନୁସୟା ମହାଲି, ସସ୍ମିତା ପାଣି, ମିତାଲୀ ମହାନ୍ତି, ଆସିକା ଉପଖଣ୍ଡ ଚିକିତ୍ସାଳୟର କର୍ମଚାରୀ କେଦାର ପାତ୍ର, ରମାକାନ୍ତ ସାହୁ, ଲିପିକା ପଟ୍ଟନାୟକ, କାଳିଚରଣ ସେଠୀ, ଦୀପକ ପାତ୍ର, ଆଶିଷ୍ ପଣ୍ଡା, ଜ୍ୟୋତି ବ୍ରହ୍ମା, ରୋଜାଲିନ୍ ପରିଡା, ସୁଚିନ୍ତିତା ଶତପଥୀ, ନୀଳମାଧବ ତ୍ରିପାଠୀ, ବିଶ୍ୱଜିତ୍ ସାମନ୍ତରାୟ, ଶୁଭେନ୍ଦୁ ଦାଶ, ବସନ୍ତ ରଥ, ଅମିତ୍ କୁମାର ଦାଶ, ହୃଷିକେଶ ଦାଶ, ସତ୍ୟ ପ୍ରଧାନ, ରବିନ୍ଦ୍ର ନାୟକଙ୍କ ସମେତ ସ୍ୱାସ୍ଥ୍ୟ ବିଭାଗର ବହୁ କର୍ମଚାରୀ ଉପସ୍ଥିତ ଥିବା ବେଳେ ଅବସରପ୍ରାପ୍ତ ନର୍ସିଂ ଅଫିସର ବିଷ୍ଣୁପ୍ରିୟା ବିଷୋୟୀଙ୍କୁ ଭାଗବତ ଗୀତା, ଉପହାର, ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିବା ଦେଖିବାକୁ ମିଳିଥିଲା। ଆସିକା ଉପଖଣ୍ଡ ଚିକିତ୍ସାଳୟ ପକ୍ଷରୁ ଅନୁଷ୍ଠିତ ହୋଇଥିବା ଏହି ଅବସରକାଳୀନ ସମ୍ବର୍ଦ୍ଧନା ସଭାରେ ଅବସରପ୍ରାପ୍ତ ନର୍ସିଂ ଅଫିସର୍ ବିଷ୍ଣୁପ୍ରିୟା ବିଷୋୟୀ ଯୋଗଦେଇ ସମସ୍ତ ଡାକ୍ତର ଓ କର୍ମଚାରୀମାନଙ୍କ ନିରବିଚ୍ଛିନ୍ନ ସାହାଯ୍ୟ ଓ ସହଯୋଗ ସବୁଦିନ ପାଇଁ ସ୍ମରଣୀୟ ହୋଇରହିବ ବୋଲି ଭାବବିହ୍ୱଳ ପରିବେଶରେ ପ୍ରକାଶ କରିଥିବା ପରିଲକ୍ଷିତ ହୋଇଥିଲା ।