ବିଶ୍ୱ ଜନସଂଖ୍ୟା ଦିବସ ପାଳନ

ବାଲେଶ୍ବର(ସରୋଜ ପଣ୍ଡା): ଜିଲ୍ଲା ତାଲିମ କେନ୍ଦ୍ର  କକ୍ଷରେ  ଶୁଭ ଉଦଘାଟନ ସମାରୋହ ଆୟୋଜିତ ହୋଇଥିଲା। ଚଳିତ ବର୍ଷର  ବିଷବସ୍ତୁ – “ପିଲାଙ୍କ ଜନ୍ମରେ ରଖନ୍ତୁ ଉଚିତ ବ୍ୟବଧାନ, ସୁସ୍ଥ ଏବଂ ସୁଖୀ ହେବ ପାରିବାରିକ ଜୀବନ “।  ଉକ୍ତ ସମାରୋହ ଜିଲ୍ଲା ମୁଖ୍ୟ ସ୍ତ୍ରୀ ଓ ପ୍ରସୂତି ବିଭାଗ ଅଧିକାରୀ ଡାକ୍ତର ଗିରିଜା ଶଙ୍କର ଦାସ ଉପସ୍ଥିତ ସହରାଞ୍ଚଳର ଆଶା, ମହିଳା ସ୍ୱାସ୍ଥ୍ୟକର୍ମୀ ମାନଙ୍କୁ ପିଲା ଜନ୍ମ ମଧ୍ୟରେ ବ୍ୟବଧାନ ରଖିବା ଅତ୍ୟନ୍ତ ଜରୁରୀ, ଫଳରେ ଉଭୟ ମା ଏବଂ ଶିଶୁ ସୁରକ୍ଷିତ ରହିବେ। ଏଥି ପାଇଁ ଉପଲବ୍ଧ ଅସ୍ଥାୟୀ ପଦ୍ଧତି ଯଥା ଅନ୍ତରା, କଣ୍ଡମ, ମାଲା ଏନ ବଟିକା,କପର ଟି, ଇଜି ପିଲ ଇତ୍ୟାଦି ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ରରେ ମାଗଣାରେ ଉପଲବ୍ଧ। ଜିଲ୍ଲା ମେଡିକାଲ ଅଧିକାରୀ ଡାକ୍ତର ଅମୁଲ୍ୟ କୁମାର ଦାସ ଏହି ଅଭିଯାନ ଜୁଲାଇ ୧୧ ରୁ ଜୁଲାଇ ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ମଧ୍ୟରେ ଯେଉଁ ସ୍ୱାମୀ ଏବଂ ସ୍ତ୍ରୀ ଙ୍କର ପରିବାର ସମ୍ପୂର୍ଣ ହୋଇ ସାରିଥିବା ସେମାନଙ୍କୁ ସ୍ଥାୟୀ ପଦ୍ଧତି ଯଥା ପୁରୁଷ ବନ୍ଧ୍ୟା କରଣ ଏବଂ ମହିଳା ବନ୍ଧ୍ୟାକରଣ ଆପଣାଇବା ଉପରେ ଗୁରୁତ୍ୱାରୋପ କରିଥିଲେ।  ସହକାରୀ ଜନସ୍ୱାସ୍ଥ୍ୟ ଅଧିକାରୀ କୁଷ୍ଠ ଡାକ୍ତର ସଂଜୀବ ପ୍ରଧାନ ଶିଶୁ ମୃତୁ ଏବଂ ମାତୃ ମୃତୁ କୁ ରୋକିବା ନିମନ୍ତେ ସ୍ଥାୟୀ ଏବଂ ଅସ୍ଥାୟୀ ପଦ୍ଧତି ଉପରେ ଲୋକଙ୍କୁ ସଚେତନତା କରିବା ଉପରେ ଆଲୋକ ପାତ କରିଥିଲେ।  ସହକାରୀ ଜିଲ୍ଲା ଯୋଗାଯୋଗ ଅଧିକାରୀ ପ୍ରଦୀପ କୁମାର ସାହୁ ମଞ୍ଚ ପରିଚାଳନା କରିଥିଲେ ଏବଂ ଶେଷରେ ଡ଼ି ଏମ ଆର ସି ଏଚ ଜିତେନ୍ଦ୍ର ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ