ସିପିଆଇ କଟକ ନଗର କମିଟି ପକ୍ଷରୁ ଓଡ଼ିଶା ବନ୍ଦ

କଟକ,(ଓ୍ବାଇଏନଏସ): ସୋମ୍ୟାଶ୍ରୀର ଦୁର୍ଭାଗ୍ୟଜନକ ସରକାରୀ ବ୍ୟବସ୍ଥାଗତ ହତ୍ୟାର ପ୍ରତିବାଦରେ ଏହି ଘଟଣାରେ ଜଡ଼ିତ ସମସ୍ତ ବ୍ୟକ୍ତି ବିଶେଷଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ, ନ୍ୟାୟିକ ତଦନ୍ତ, ସୌମ୍ୟାଶ୍ରୀର ପରିବାରକୁ ୧ କୋଟି ଟଙ୍କାର କ୍ଷତିପୂରଣ, ମୂଖ୍ୟମନ୍ତ୍ରୀ, ଉଚ୍ଚଶିକ୍ଷା ମନ୍ତ୍ରୀ,କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଆଜି ସିପିଆଇ ସମେତ ସମସ୍ତ ବାମଦଳ ଓ କଂଗ୍ରେସ ଆହ୍ଵାନରେ ହୋଇଥିବା ଓଡ଼ିଶା ବନ୍ଦରେ ସିପିଆଇ କଟକ ନଗର କମିଟି ପକ୍ଷରୁ ଷ୍ଟେଟବ୍ୟାଙ୍କର ମୁଖ୍ୟ ଶାଖା ସମ୍ମୁଖରେ ପିକେଟିଙ୍ଗକରି ବନ୍ଦ କରିବା ସହ ସହରର ଅନ୍ୟାନ୍ୟ ବ୍ୟାଙ୍କ ଓ ଅଫିସ ସମ୍ମୁଖରେ ପିକେଟିଙ୍ଗ କରି ବନ୍ଦ କରାଯାଇଥିଲା। ସିପିଆଇ ନେତା ଅମରେନ୍ଦୁ ମହାନ୍ତି, ଜିଲ୍ଲା ସଂପାଦକ ବିନୋଦ ବେହେରା , ମିହିର ବିଶ୍ଵାଳ, କ୍ଷିରୋଦ ବିଶ୍ଵାଳ, ବିପିନ ବିହାରୀ ପାଢ଼ୀ, ଅଶୋକ ତା, ନୈନା ଦେହୁରୀ,ବିଜୟ ସାହୁ, ଭାବଗ୍ରାହୀ ଦାସ, ଜଗନ୍ନାଥ ମଲ୍ଲିକ, ଶ୍ରମିକ ନେତା କିଶୋର ଜେନା ଙ୍କ ନେତୃତ୍ବରେ କର୍ମୀମାନେ ବିଭିନ୍ନ ସ୍ଥାନରେ ପିକେଟିଙ୍ଗ କରିଥିଲେ। ଜିଲ୍ଲାର ଅନ୍ୟତ୍ର ଜଗତପୁର ରେ ଜିଲ୍ଲା ସହ ସଂପାଦକ ଉଦୟ କେଶରୀ ଶର୍ମା,ସୁନାକର ବରାଳ, ମାହାଙ୍ଗାରେ ହରିହର ମହାନ୍ତି, ହୃଷୀକେଶ ମଲ୍ଲିକ, ନିଶ୍ଚିନ୍ତକୋଇଲିରେ କଣ୍ଡୁରୀ ଚରଣ ପାତ୍ର,ସନାତନ ମଲ୍ଲିକ, ହିମାଂଶୁ ଭୂୟାଁ,ବାଲିଝରୀରେ ପ୍ରସନ୍ନ ମହାପାତ୍ର ପ୍ରମୁଖ ବନ୍ଦରେ ନେତୃତ୍ବ ନେଇ ଵନ୍ଦକୁ ସଫଳ କରାଇଥିଲେ। କଟକ ଜିଲ୍ଲାରେ ବନ୍ଦ ସମ୍ପୃର୍ଣ ସଫଳ ସୋଇଥିବାରୁ ଜିଲ୍ଲା ସଂପାଦକ ବିନୋଦ ବେହେରା ଜନସାଧାରଣଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ