ଦିଗପହଣ୍ଡିରେ କଂଗ୍ରେସ ଓ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ବନ୍ଦ ପାଳନ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର) ବାଲେଶ୍ଵର ଫକୀର ମୋହନ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଛାତ୍ରୀ ସ୍ୱର୍ଗତା ସୌମ୍ଯାଶ୍ରୀଙ୍କ ପରିବାରକୁ ନ୍ଯାୟ ପ୍ରଦାନ ତଥା ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପ୍ରତିବାଦରେ ଗୁରୁବାର ଦିଗପହଣ୍ଡି ଠାରେ କଂଗ୍ରେସ ଓ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ସଭା ,ଶୋଭାଯାତ୍ରା ସହ ଶାନ୍ତିପୂର୍ଣ୍ଣ ବନ୍ଦ ପାଳନ କରାଯାଇଛି।ସ୍ଥାନୀୟ ପୁରୁଣା ବସଷ୍ଟାଣ୍ଡ ଠାରେ ଗଞ୍ଜାମ ଜିଲ୍ଲା କଂଗ୍ରେସ ନେତା ତଥା ଦିଗପହଣ୍ଡି ଏନ୍ଏସି ଅଧ୍ୟକ୍ଷ ପ୍ରଫୁଲ ପଣ୍ଡା,ନଗର କଂଗ୍ରେସ କମିଟି ସଭାପତି ତଥା କାଉନସିଲର ଦୀପକ କୁମାର ମିଶ୍ର,ସୁନୀଲ କୁମାର ପଣ୍ଡା,ଡମ୍ବରୁ ଧର ବେହେରା, ଅଭିମନ୍ୟୁ ଜାନି, ଶିବ ସାହୁ,ରଞ୍ଜିତ ବେହେରା, ବାଲ୍ମୀକି ବେହେରା, ଗୋବିନ୍ଦ ପାଣିଗ୍ରାହୀ,ଶଙ୍କର ରାଓ, ଶ୍ରମିକ ସଙ୍ଗଠନ ଏଆଇଟିୟୁସି ଗଞ୍ଜାମ ଜିଲା ସମ୍ପାଦକ ଅଳକ ନାଥ ମିଶ୍ର,ସିପିଆଇ ଶାଖା ସମ୍ପାଦକ ତପନ କୁମାର ମିଶ୍ର,ଆଇନଜୀବି ହରପ୍ରସାଦ ରଥ,ଆର.ଦୀନବନ୍ଧୁ ଦୈତାରୀ ରେଡ୍ଡୀ, ପୁରୁଷୋତ୍ତମ ବେହେରା, ହରିକୃଷ୍ଣ ଗୌଡ଼,ସିପିଆଇ(ଏମ) ପକ୍ଷରୁ କୈଳାସ ଷଡଙ୍ଗୀ,ଗଜାନନ ତ୍ରିପାଠୀ,କୈଳାସ ମହାରଣା ପ୍ରମୁଖ ବହୁ ସଂଖ୍ୟକ ଦଳୀୟ କର୍ମୀ ବ୍ରହ୍ମପୁର – ଦିଗପହଣ୍ଡି ୧୭ ନଂ ରାଜ୍ୟ ରାଜପଥ କୁ ଅବରୋଧ କରିବାରୁ ରାସ୍ତାରେ ଗାଡ଼ି ଚଳାଚଳ ବନ୍ଦ ଥିଲା।ଏହି ଆନ୍ଦୋଳନ ଡ଼ାକରା ଯୋଗୁଁ ଦିଗପହଣ୍ଡି ସହର ସମେତ ପ୍ରମୁଖ ଗ୍ରାମାଞ୍ଚଳ ଗୁଡିକରେ ବିଭିନ୍ନ ସରକାରୀ ବେସରକାରୀ ଅଫିସ, ଦୋକାନ ବଜାର,ସ୍କୁଲ କଲେଜ ବନ୍ଦ ରହିଥିଲା । ଆନ୍ଦୋଳନକାରୀ ବୃନ୍ଦ ଦିଗପହଣ୍ଡି ବ୍ଲକ ଓ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ ସହ କର୍ମଚାରୀ ମାନଙ୍କୁ କାର୍ଯ୍ୟବନ୍ଦ ପାଇଁ ଅନୁରୋଧ କରିବା ପରେ କର୍ମଚାରୀ ମାନେ ଅଫିସ ଛାଡିଥିବା ଦେଖାଯାଇଥିଲା।


