ଛତ୍ରପୁରରେ ଓଡିଶା ବନ୍ଦ : ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ତାଲାକୁ ଭାଙ୍ଗିଲେ ଆନ୍ଦୋଳନକାରୀ

ଛତ୍ରପୁର, (ଓ୍ବାଇଏନଏସ) : ବାଲେଶ୍ୱର ଏଫ ଏମ କଲେଜରେ ଛାତ୍ରୀଙ୍କ ଆତ୍ମହୂତି ଘଟଣାରେ ସାରା ରାଜ୍ୟରେ କଂଗ୍ରେସ ଓ ବାମପନ୍ଥୀ ଦଳ ପକ୍ଷରୁ ଓଡିଶା ବନ୍ଦ ର ଡାକରା ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲା ଛତ୍ରପୁର ରେ  କଂଗ୍ରେସ ଓ ବାମପନ୍ଥୀ ଦଳ ପକ୍ଷରୁ ବନ୍ଦ କରାଯାଇଛି l ସହରରେ ଖୋଲାଯାଇଥିବା ବିଭିନ୍ନ ଦୋକାନ ବଜାର ବନ୍ଦ କରାଯିବା ସହିତ ଛତ୍ରପୁର ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟରେ ପଶି ଉପଜିଲ୍ଲାପାଳ ଙ୍କୁ ବାହାରକୁ ଆସିବା ପାଇଁ ଦାବି କରିଥିଲେ କଂଗ୍ରେସ ଓ ବାମପନ୍ଥୀ ଦଳର ନେତା ମାନେ ।  ଦୋକାନ, ବଜାର, ଗାଡି, ପୋଷ୍ଟ ଅଫିସ, ବ୍ଲକ ଅଫିସ, ଲେବର ଅଫିସ ସମେତ ବିଭିନ୍ନ ଅଫିସ ଗୁଡିକ ବନ୍ଦ କରିବା ସହିତ ଦଳୀୟ ନେତା କର୍ମୀ ସହରର ବିଭିନ୍ନ ସ୍ଥାନରେ ରାଲି ଯୋଗେ ପିକେଡ଼ିଙ୍ଗ କରିଛନ୍ତି । ପରେ ଗଞ୍ଜାମ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟର ପାଚେରୀ ଡେଇଁ ଭିତରକୁ ପଶି ମୁଖ୍ୟ ଫାଟକ ରେ ଥିବା ତାଲା କୁ ଭାଙ୍ଗିଥିଲେ ଆନ୍ଦୋଳନକାରୀ ମାନେ।ସେପଟେ ସୁରକ୍ଷାକୁ ଦୃଷ୍ଟିରେ ରଖି ପୋଲିସ ମୃତୟନ କରାଯାଇଥିଲା। ପରେ ଡି ଆର ଡିଏ ଛକ ସ୍ଥିତ ଜାତୀୟ ରାଜପଥ ରେ ଗାଡି ଗୁଡିକୁ ଅଟକାଇବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।ଶେଷରେ ଆନ୍ଦୋଳନ କାରି ମାନଙ୍କୁ ଛତ୍ରପୁର ଥାନା ପୋଲିସ ଉଠାଇ ନେଇଥିଲା, ଏଥିରେ ସିପିଆଇ ରାଜ୍ୟ ସମ୍ପାଦକ ମଣ୍ଡଳୀ ସଦସ୍ୟ ଏନ. ନାରାୟଣ ରେଡ୍ଡୀ, ନାରୀନେତ୍ରୀ ଏନ. ଭାନୁମତି ରେଡ୍ଡୀ,ଜିଲ୍ଲା ନେତା ନୀଳକଣ୍ଠ ଦାଶ, ଛତ୍ରପୁର ଜୋନଲ ସମ୍ପାଦକ ଡି. ଆଦିନାରାୟଣ ରେଡ୍ଡୀ,ଚମାଖଣ୍ଡି ଜୋନାଲ ସମ୍ପାଦକ ଏନ. ଗିରିଜା ପ୍ରସାଦ ରେଡ୍ଡୀ, ଜିଲ୍ଲା ନେତା ସିଏଚ. ଜନାର୍ଦନ ରେଡ୍ଡୀ,କଂଗେସ ନେତା ଭାଗିରଥି ବେହେରା, ପୂର୍ବତନ ସରପଞ୍ଚ ତି. କ୍ରିଷ୍ଣା ରେଡ୍ଡୀ ଓ ଡି. ରାମସ୍ୱାମୀ ରେଡ୍ଡୀ, କାଳିଆ ରାଉଳ, ଅଶୋକ ପଟ୍ଟନାୟକ, ଗଣପତି ବାରିକ, ଇଜୁ ଆମିନ ଖାନ, ମହେଶ ଗୌଡ଼, ଫରୱାର୍ଡବ୍ଲକ ର ଜିଲ୍ଲା ସମ୍ପାଦକ ସନ୍ତୋଷ କୁମାର ସାହୁ, ଦଳିତ ନେତା ତଥା ଆଇନଜୀବୀ ସୁମା ଦାସ, ସିପିଏମ ନେତା ପର୍ଶୁରାମ ଗୌଡ଼ ଙ୍କ ସମେତ ବହୁ ଛାତ୍ର, ଯୁବକ ଓ ମହିଳା ମାନେ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ