୫୦ରୁ ଊର୍ଦ୍ଧ୍ବ ଗ୍ରାମବାସୀ ବିଜେପିରେ ସାମିଲ

ହାଟଡିହି  (ପାର୍ଥ ସୌରଭ ସା): ହାଟଡିହି ବ୍ଲକ ଆଇତିପୁର ପଞ୍ଚାୟତ ଅମୃତପୁର ଗାଁରେ ଦୀର୍ଘ ୨୪ବର୍ଷ ଭିତରେ ଗାଁକୁ ଖଣ୍ଡିଏ ଭଲ ରାସ୍ତା ହୋଇ ନପାରିବା କାରଣରୁ ଆଜି ଗ୍ରାମର ୫୦ରୁ ଊର୍ଦ୍ଧ୍ବ ଗ୍ରାମବାସୀ ବିଜେପି ରେ ସାମିଲ ହୋଇଛନ୍ତି। ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବିଧାୟକ ପର୍ଯ୍ୟନ୍ତ ସବୁଠି ଅଭିଯୋଗ କରିଥିଲେ ମଧ୍ୟ ଗାଁ କୁ ସବୁଦିନିଆ ରାସ୍ତା ଖଣ୍ଡେ ନିର୍ମାଣ ହୋଇ ପାରିଲାନି। ଗାଁ ର ଶତାଧିକ ପରିବାର ବହୁ ଅସୁବିଧାରେ ଯାତାୟତ କରୁଛନ୍ତି। ସାମାନ୍ୟ ବର୍ଷା ହେଲେ ଘରୁ ବାହାରି ପାରୁ ନାହାନ୍ତି। ଏଭଳି ସମସ୍ୟାରେ କାଳ କାଟୁଥିବା ଗାଁ ର୍ ଅନେକ ଯୁବକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଲୋକଙ୍କ ମୂଖ୍ୟମନ୍ତ୍ରୀ ମୋହନ ମାଝୀ ଙ୍କ ବିକାଶ ଧାରାରେ ସାମିଲ ହେବାକୁ ନିଷ୍ପତ୍ତି ନେଇ ମଣ୍ଡଳ ସଭାପତି ଜଗନ୍ନାଥ ବାରିକଙ୍କ ନେତୃତ୍ୱରେ ଆନନ୍ଦ ଚନ୍ଦ୍ର ଦାସ, ବିକାସ ଦାସ, ପ୍ରକାଶ ଭୂତିଆ, ଅଜୟ କୁମାର ଦାସ, ହେମନ୍ତ କୁଆର ଦାସ, ସୁବାସ କୁମାର ଦାସ, ପ୍ରସାନ୍ତ ଦାସ, ଆକାଶ ବାରିକ, ରଂଜନ ବାରିକ, ଏକନ ବାରିକଙ୍କ ସମେତ ୫୦ରୁ ଉର୍ଦ୍ଧ୍ବ ବ୍ୟକ୍ତି ଆଜି ହାଟଡିହି ବିଜେପି କାର୍ଯ୍ୟାଳୟରେ ବିଜେପିରେ ସାମିଲ ହୋଇଥିଲେ। ବିଜେପି ନେତା ଆଲୋକ ସେଠୀ, ସାଂସଦ ପ୍ରତିନିଧି ଜ୍ଞାନ ରଞ୍ଜନ ସାମନ୍ତ ସିଂହାର, ସୁଶାନ୍ତ ଜେନା, ଯୁଧିଷ୍ଠିର ମଲ୍ଲିକ, ସରପଞ୍ଚ ଅନ୍ତର୍ଯ୍ୟାମୀ ଖଣ୍ଡେଇ, ଭୀମସେନ ପେରେଇ, ଶାନ୍ତନୁ ଖୁଣ୍ଟିଆ ପ୍ରମୁଖ ସେମାନଙ୍କୁ ଉତ୍ତରୀୟ, ପୁଷ୍ପ ଗୁଛ ଦେଇ ସ୍ବାଗତ କରିଥିଲେ। ସେହି ଗ୍ରାମକୁ କିପରି ସବୁଦିନିଆ ରାସ୍ତା ନିର୍ମାଣ କରାଯିବ ସେନେଇ ସାଂସଦ ଅନନ୍ତ ନାୟକଙ୍କ ସହ  ଆଲୋଚନା କରି ତୁରନ୍ତ ପଦକ୍ଷେପ ନେବାକୁ ବିଜେପି ନେତା ମାନେ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ