ଓଡ଼ିଶା କୃଷକ ସଭା ଗଞ୍ଜାମ ଜିଲ୍ଲା ସମ୍ମିଳନୀ ଉଦଯାପିତ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର) ଦିଗପହଣ୍ଡି ଠାରେ ଦୁଇଦିନ ଧରି ଚାଲିଥିବା ଓଡ଼ିଶା କୃଷକ ସଭା ର ଗଞ୍ଜାମ ଜିଲ୍ଲା ସମ୍ମିଳନୀ ମଙ୍ଗଳବାର ଅପରାହ୍ନ ରେ ଉଦଯାପିତ ହୋଇଯାଇଛି। ଉଦଯାପନୀ ସଭାରେ କୃଷକ ସଭା ର ଜିଲ୍ଲା ସଭାପତି ପି.ହରିକୃଷ୍ଣ ରେଡ୍ଡୀ ଅଧ୍ୟକ୍ଷତା କରିଥିଲେ।  କୃଷକ ସଭାର ରାଜ୍ୟ ସଭାପତି ଜମେଶ୍ଵର ସାମନ୍ତରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଜିଲ୍ଲା ର ବିଭିନ୍ନ ଗ୍ରାମରୁ ୮୬ କୃଷକ ପ୍ରତିନିଧି ସମ୍ମିଳନୀରେ ଉପସ୍ଥିତ ଥିଲେ। ଭାଗ ଚାଷୀ ଆଇନ, ଚାଷୀଙ୍କୁ ପର୍ଯ୍ୟାପ୍ତ ପରିମାଣର ସାର ଯୋଗାଇବା, କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ଦର ଏମଏସପି କୁ ଆଇନରେ ପରିଣତ କରାଯିବା, ଜମିହୀନ,ଗୃହହୀନ ଙ୍କୁ ପଟ୍ଟା ପ୍ରଦାନ କରିବା, ଜନଜାତି ବର୍ଗ ଙ୍କୁ ଜଙ୍ଗଲ ଜମିର ପଟ୍ଟା ପ୍ରଦାନ ନେଇ ପ୍ରସ୍ତାବ ଆଗତ କରାଯାଇ ସଭାରେ ବିଧିବଦ୍ଧ ଭାବେ ଅନୁମୋଦନ କରାଯାଇଥିଲା। ପରେ ୩୧ ସଦସ୍ୟ ଙ୍କୁ ଜିଲ୍ଲା କମିଟି ସଦସ୍ୟ ଭାବେ ମନୋନୀତ କରାଯାଇଥିଲା।  କୃଷକ ସଭା ର ଗଞ୍ଜାମ ଜିଲ୍ଲା ସଭାପତି ଭାବେ ପି. ହରିକୃଷ୍ଣ ରେଡ୍ଡୀ ଙ୍କୁ ପୁଣି ଥରେ ମନୋନୀତ କରାଯାଇଥିବା ବେଳେ , ଜିଲ୍ଲା ସମ୍ପାଦକ ଭାବେ ପି. ଶିବ ଶଙ୍କର, ଉପସଭାପତି ଭାବେ କୈଳାଶ ଷଡ଼ଙ୍ଗୀ,ଯୋଗେଶ ସାହୁ, କୋଷାଧକ୍ଷ ଭାବେ ଗୋପାଳ ପାଣିଗ୍ରାହୀ ଙ୍କୁ ଚୟନ କରାଯାଇଥିଲା। ଉଦଯାପନୀ ସଭାରେ ବରିଷ୍ଠ ସଦସ୍ୟ ଅଶ୍ୱିନୀ କୁମାର ଦାସ, କୈଳାଶ ଷଡ଼ଙ୍ଗୀ, ଓ ଗୋପାଳ ପାଣିଗ୍ରାହୀ ଙ୍କୁ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ଆସନ୍ତା ଅକ୍ଟୋବର ୨୬,୨୭ ଓ ୨୮ ତାରିଖ ୩ ଦିନ ଧରି ନୟାଗଡ ଜିଲ୍ଲା ରଣପୁର ଠାରେ ହେବାକୁ ଥିବା ଓଡିଶା କୃଷକ ସଭାର ରାଜ୍ୟ ସମ୍ମିଳନୀ ରେ ଜିଲା ରୁ ୨୦ ଜଣ ପ୍ରତିନିଧି ଯୋଗ ଦେବା ପାଇଁ ତାଲିକା ନିର୍ଦ୍ଧାରଣ କରାଯାଇଥିଲା। ସଭା ଶେଷରେ ସମ୍ମିଳନୀ ଅଭ୍ୟର୍ଥନା ସମିତି ଅଧ୍ୟକ୍ଷ କୁରେଶୁ ପଣ୍ଡା ଶୁଭେଚ୍ଛା ଅଭିଭାଷଣ ପ୍ରଦାନ କରିଥିଲେ। କୃଷକ ସଭାର ଦିଗପହଣ୍ଡି ବ୍ଲକ ସଭାପତି ସୁଶାନ୍ତ କୁମାର ଷଡଙ୍ଗୀ ଓ କାର୍ଯ୍ୟକର୍ତ୍ତା ବୃନ୍ଦ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ