ମହିଳା ଅଣ୍ଡର-୨୩ ଟି-୨୦ ଟ୍ରଫି ପାଇଁ ରାଜକୋଟ ଗଲା ଓଡ଼ିଶା ଦଳ

କଟକ, (ଓ୍ବାଇଏନଏସ): ବିସିସିଆଇର ଘରୋଇ କ୍ରିକେଟ୍‌ ସିଜିନ୍‌ ୨୦୨୬-୨୭ ଅନ୍ତର୍ଗତ ମହିଳା ଅଣ୍ଡର-୨୩ ଟି-୨୦ ଟ୍ରଫିରେ ଭାଗ ନେବା ପାଇଁ ୧୭ ଜଣିଆ ଓଡ଼ିଶା ମହିଳା ଅଣ୍ଡର-୨୩ କ୍ରିକେଟ୍‌ ଦଳ ଗୁଜରାଟର ରାଜକୋଟ ଗସ୍ତ କରିଛି। ଅଲିପ୍ସା ବିଶ୍ୱାଳ ଦଳର ଅଧିନାୟିକା ଭାବେ ଦାୟିତ୍ୱ ତୁଲାଇବେ। ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍‌ (ଓସିଏ) ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ଦଳରେ ଅନନ୍ୟା ମିଶ୍ର, ଆଞ୍ଜେଲ ରାଜ, ଅଙ୍କିତା ଗିରି, ଦିବ୍ୟା ରାଉତରାୟ, ଜ୍ୟୋତି କୁମାରୀ ପ୍ରସାଦ, କଲ୍ଲାନସୀ ଧୃତିୟା, ଲକ୍ଷ୍ମୀ ଯାଦବ, ପ୍ରିୟଙ୍କରୀ ମୁଦୁଲି, ଏସ୍‌.ବି. ଲରେନ୍ସ, ସାଇ କ୍ରିପା, ଶାରଦା ମହାନନ୍ଦ, ଶ୍ରେୟା ପ୍ରିୟଦର୍ଶିନୀ, ସୁଚିସ୍ମିତା ପଣ୍ଡା, ସୁଲଗ୍ନା ନାୟକ, ତନ୍ମୟୀ ବେହେରା ଓ ମିତାଲି ଶର୍ମା ସ୍ଥାନ ପାଇଛନ୍ତି। ଦଳର ମୁଖ୍ୟ ପ୍ରଶିକ୍ଷକ ଭାବେ ସ୍ୱାଗତିକା ରଥ ଏବଂ ସହକାରୀ ପ୍ରଶିକ୍ଷକ ଭାବେ ସୁବେନ୍ଦୁ କେ. ସାମଲ ଦାୟିତ୍ୱରେ ରହିଛନ୍ତି। ଗଙ୍ଗୋତ୍ରୀ ବେହେରା ମ୍ୟାନେଜର, ନଫିଶା ନେହା ସବନମ୍‌ ଫିଜିଓ, ବିନୁ ସାହୁ ଷ୍ଟ୍ରେଙ୍ଗ୍‌ଥ ଆଣ୍ଡ କଣ୍ଡିସନିଂ କୋଚ୍‌ ଏବଂ ଗାୟତ୍ରୀ ବେହେରା ଭିଡିଓ ଆନାଲିଷ୍ଟ ଭାବେ ଦଳ ସହ ରହିଛନ୍ତି। କାର୍ଯ୍ୟସୂଚୀ ଅନୁଯାୟୀ, ଓଡ଼ିଶା ନଭେମ୍ବର ୧୪ ତାରିଖରେ ହିମାଚଳ ପ୍ରଦେଶ ବିପକ୍ଷରେ ପ୍ରଥମ ମ୍ୟାଚ୍‌ ଖେଳିବ। ଏହାପରେ ନଭେମ୍ବର ୧୫ରେ ଆସାମ, ୧୭ରେ ମୁମ୍ବାଇ, ୧୯ରେ ଆନ୍ଧ୍ର ଏବଂ ୨୧ ତାରିଖରେ ତ୍ରିପୁରାକୁ ଭେଟିବ। ପ୍ରଥମ ଚାରିଟି ମ୍ୟାଚ୍‌ ରାଜକୋଟର ସାନୋସାରା କ୍ରିକେଟ୍‌ ଗ୍ରାଉଣ୍ଡ-ଏ’ରେ ଖେଳାଯିବାକୁ ଥିବାବେଳେ ତ୍ରିପୁରା ବିପକ୍ଷ ମ୍ୟାଚ୍‌ ସାନୋସାରା କ୍ରିକେଟ୍‌ ଗ୍ରାଉଣ୍ଡ-ବି’ରେ ଅନୁଷ୍ଠିତ ହେବ। ଓସିଏର ସମସ୍ତ କର୍ମକର୍ତ୍ତା ଓ ସଦସ୍ୟ ଆଗାମୀ ପ୍ରତିଯୋଗିତା ପାଇଁ ଓଡ଼ିଶା ଦଳକୁ ଶୁଭେଚ୍ଛା ଜଣାଇବା ସହ ସଫଳତା କାମନା କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ