ଓଡିଶା ଜଳନିଗମ ନିର୍ଦ୍ଦେଶକଙ୍କ ନୂଆପଡା ଜିଲ୍ଲା ଗସ୍ତ
ବୋଡେ଼ନ (ଡୋଲେଶ୍ୱର ବାଗ): ନୂଆପଡା ଜିଲ୍ଲାକୁ ଦୁଇଦିନିଆ ଗସ୍ତରେ ଓଡିଶା ଜଳନିଗମ ନିର୍ଦ୍ଦେଶକ ଇଂ ଦେବବ୍ରତ ମହାନ୍ତି ଆସି ପହଞ୍ଚି ଥିଲେ। ନୂଆପଡା ସର୍କିଟ ହାଉସରେ ଜିଲ୍ଲାର ତିନି ବିଜ୍ଞାପିତ ଅଞ୍ଚଳ ପରିଷଦ ନୂଆପଡା, ଖରିଆରରୋଡ଼ ଓ ଖଡିଆଳର ବିଭାଗୀୟ କାର୍ଯ୍ୟାବଳୀର ସମିକ୍ଷା କରିଥିଲେ। ଏହି ବୈଠକରେ କେନ୍ଦ୍ର ସରକାରଙ୍କ ଅମୃତ ଯୋଜନା , ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ସହର ଜଳ ପରିମଳ ବ୍ୟବସ୍ଥା , ଗାରିମା ଯୋଜନାର ସମିକ୍ଷା କରିଥିଲେ । ବୈଠକରେ ନୂଆପଡା ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ କୁରୁକ୍ଷେତ୍ର ନାଏକ, ଖରିଆରରୋଡ ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ କମଳାଶନ ରଥ, ଖଡିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ସ୍ୱାଧିନ ମହାରଣା, ଜନ ସ୍ବାସ୍ଥ୍ୟ ବିଭାଗର ସହକାରୀ ଯନ୍ତ୍ରୀ ଅଶୋକ କୁମାର ବେହେରା,ପ୍ରଶନ୍ନ ମାଝୀ ସମସ୍ତ ବିଜ୍ଞାପିତ ଅଞ୍ଚଳ ପରିଷଦ ର ଯନ୍ତ୍ରୀ , ସାନିଟେସନ ଅଧିକାରୀ,ପ୍ରମୁଖ ଯୋଗ ଦେଇଥିଲେ। ସମିକ୍ଷା ପରେ ନିର୍ଦ୍ଦେଶକ କ୍ଷେତ୍ର ପରିଦର୍ଶନରେ ଯାଇ ନୂଆପଡ଼ା ଏମସିପି, ଏମଆରଏଫ ସେଡ ର ପରିଦର୍ଶନ କରିବା ସହ ନୂଆପଡା ଓ ଖରିଆରରୋଡ ସହରକୁ ହେଉଥିବା ଜଳ ଯୋଗାଣ ବ୍ୟବସ୍ଥା ସମ୍ପର୍କରେ ଅନୁଧ୍ୟାନ କରିବା ପାଇଁ ପତୋରା ଯାଇଥିଲେ। ଖଡିଆଳ ଠାରେ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା ତଦାରଖ କରିଥିଲେ।