ଖୋଲୁନି ବଡରମ୍ପାସ ରାଜସ୍ଵ ନୀରିକ୍ଷକଙ୍କ କାର୍ଯ୍ୟାଳୟ

ହାଟଡିହି (ଓ୍ବାଇଏନଏସ): ହାଟଡିହି ତହସିଲ ଅଧୀନସ୍ଥ ବଡରମ୍ପାସ ରାଜସ୍ଵ ନୀରିକ୍ଷକଙ୍କ କାର୍ଯ୍ୟାଳୟରେ ଅଧିକାଂଶ ସମୟରେ ତାଲା ଖୋଲୁ ନଥିବାରୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟଳୟ ଉପରେ ବଡ଼ରମ୍ପାସ, ଇଞ୍ଚୋଳ, ସୁଲଣ ଆଦି ପଞ୍ଚାୟତର ୧୫ରୁ  ଗ୍ରାମର ଲୋକମାନେ ନିର୍ଭର କରିଥାନ୍ତି। କିନ୍ତୁ ଗତ କିଛି ମାସ ହେବ ଅଧିକାଂଶ ସମୟ ତାଲା ପଡ଼ିଥିବାରୁ  ଅନେକ ଲୋକ ନିରାଶରେ ଫେରୁଛନ୍ତି। ଆଜି ସୁରେନ୍ଦ୍ର ସେନାପତି, ପ୍ରତାପ କୁମାର ମଲ୍ଲିକ,ସୁରେନ୍ଦ୍ର ଦାସ, ନଗେନ୍ କୁମାର ସା, ପ୍ରତାପ ଜେନା, ଚଗୁଲୁ ବାରିକ, ଚଗୁଳୁ ବ୍ରହ୍ମ, ପ୍ରଭାକର ସ୍ୱାଇଁ, ମହେଶ୍ୱର ସୁତାର, ବଳରାମ ବାରିକ, ବାଇଧର ରାଉତ, ପ୍ରଭାତ ମଲ୍ଲିକ, ଜୟନ୍ତୀ ସାହୁଙ୍କ ସମେତ ଅନେକ ଲୋକ ବିଭିନ୍ନ କାର୍ଯ୍ୟପାଇଁ କାର୍ଯ୍ୟାଳୟକୁ ଯାଇଥିବା ବେଳେ ଦୀର୍ଘ ସମୟ ଧରି କାର୍ଯ୍ୟଳୟ ଖୋଲା ନଯିବାରୁ ବସି ବସି ନିରାଶ ହୋଇ ଫେରିଛନ୍ତି। ଖାଲି ଆଜି ଦିନରେ ନୁହଁ ଅନେକ ସମୟରେ ତାଲା ଖୋଳୁ ନଥିବା ଅଭିଯୋଗ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ