ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପାଇଁ ସମୟ ଗଡାଉଛନ୍ତି ଅଧିକାରୀ

ହାଟଡିହି, (ଓ୍ବାଇଏନଏସ)  :  ହାଟଡିହି ବ୍ଲକ ମରୈଗାଁ ପଞ୍ଚାୟତର ମହିଳା ସରପଞ୍ଚଙ୍କ ବିରୋଧରେ ୧୪ ଜଣ ୱାର୍ଡ ସଭ୍ୟସଭ୍ୟା ଓ ନାଏବ ସରପଞ୍ଚ ଗତ ୧୦ତାରିଖରୁ  ଆନନ୍ଦପୁର ଉପଜିଲାପାଳଙ୍କୁ ଭେଟି ଅନାସ୍ଥା ପ୍ରସ୍ତାବ ଆଗତ ନିମନ୍ତେ ଲିଖୂତ ଭାବେ ଅନୁମତି ଲୋଡ଼ିଥିଲେ ବି ଉପଜିଲ୍ଲାପାଳ ଆଜି କାଲି କହି ସମୟ ଗଡାଉଥିବା ଅଭିଯୋଗ ହୋଇଛି। ଏଥିପାଇଁ ଅନେକ ଥର ଉପଜିଲ୍ଲାପାଳ ଙ୍କୁ ଭେଟିବା ପରେ ଆଜି ମଧ୍ଯ ୱାର୍ଡ ସଭ୍ୟ ମାନେ ଭେଟି ଅନାସ୍ଥା ନୋଟିସ୍ ଜାରି କରିବାକୁ ନିବେଦନ କରିଛନ୍ତି। ନାଏବ ସରପଞ୍ଚ ବିଶ୍ଵନାଥ ଜେନା, ୱାର୍ଡ ସଭ୍ୟ ହରିହର ମିଶ୍ର, ପ୍ରହଲ୍ଲାଦ ଜେନା, ଦେବେନ୍ଦ୍ର ଜେନା,   ରବୀନ୍ଦ୍ର ସା, ଦେବେନ୍ଦ୍ର ଜେନା, ପ୍ରତିମା ଜେନା, ଚନ୍ଦ୍ରାବତୀ ରାଉତ ପ୍ରମୁଖଙ୍କ ଅଭିଯୋଗ ଅନୁଯାଇ ପଞ୍ଚାୟତକୁ ୩ବର୍ଷ ହେଲା ଆସିଥ୍‌ବା ଏସଏଫସି, ଟିଏଫସି  ଅନୁଦାନ ସମ୍ପର୍କରେ ସରପଞ୍ଚ କିଛି ସୂଚନା ଦେଉନ‌ଥିବାବେଳେ ନିଜ ଇଚ୍ଛାରେ କାର୍ଯ୍ୟ କରୁଛନ୍ତି। ୱାର୍ଡମେମ୍ବର ମାନେ ପଲ୍ଲୀ ସଭା ଓ ଗ୍ରାମସଭା ମାଧ୍ୟମରେ ଦେଉଥୂବା ପ୍ରକଳ୍ପ ଗୁଡିକୁ କାଟିଦେଇ ନିଜ ଇଚ୍ଛାରେ ପ୍ରକଳ୍ପ ଦେଉଛନ୍ତି।  ସେହିପରି ପିଡିଏସ ବଣ୍ଟନରେ ଅନମିୟତତା ହେଉଛି। ହରିଶ୍ଚନ୍ଦ୍ର ଯୋଜନାର ଅନମିୟତତା ହେଉଥ‌ିବାବେଳେ ବହୁ ହିତାଧିକାରୀଙ୍କୁ ହରିଶ୍ଚନ୍ଦ୍ର ଅନୁଦାନ ଦିଆ ନଯାଇ ଅପମାନିତ କରାଯାଇ ଫେରାଇ ଦିଆଯାଉଛି। ମଧୁବାବୁ ପେନସନ ଯୋଜନା ଓ ଭିନ୍ନକ୍ଷମ ହିତାଧୂକାରୀଙ୍କ ଠାରୁ ଅର୍ଥ ଆଦାଯ କରାଯାଉଛି। ସରପଞ୍ଚଙ୍କ ସ୍ବାମୀ ବିଭିନ୍ନ କାର୍ଯ୍ୟରେ ଠିକାଦାର ସାଜିଛନ୍ତି ବୋଲି ଅଭିଯୋଗ କରିଛନ୍ତି। ୱାର୍ଡ ସଭ୍ୟ ସଭ୍ୟା ମାନେ ଆଜି ଉପଜିଲ୍ଲାପାଳଙ୍କୁ ଭେଟିବା ପରେ ଦିନେ ଦୁଇଦିନ ମଧ୍ୟରେ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ