ଚାଳନ୍ତା ଓଲା ଗାଡିରେ ଲାଗିଲା ନିଆଁ : ଅଳ୍ପକେ ବର୍ତିଲେ ଚାଳକ

 ଛତ୍ରପୁର, (ଓ୍ବାଇଏନଏସ): ଚଳନ୍ତା ଓଲା ଗାଡି ରେ ନିଆଁ ଲାଗି ସମ୍ପୂର୍ଣ୍ଣ ଗାଡି ଟି ନଷ୍ଟ ହୋଇଯାଇଥିବା ବେଳେ ଅଳ୍ପ କେ ବର୍ତିଥିଲେ ଚାଳକ l ଏପରି ଦୃଶ୍ୟ ଦେଖିବାକୁ ମିଳିଛି ଖୋଦ ଗଞ୍ଜାମ ଜିଲ୍ଲାର ଚମାଖଣ୍ଡି ଛକ ଠାରୁ ବଣବୁଲାପଲ୍ଲୀ ଗ୍ରାମ କୁ ଯିବା ରାସ୍ତାରେ l ବଣବୁଲାପଲ୍ଲୀ ଗ୍ରାମ ର ପି. ମଳୟ ରେଡ୍ଡୀ ନାମକ ଯୁବକ ଗତକାଲି ବିଳମ୍ବିତ ରାତ୍ର ରେ ଆଇଆରଇଏଲ କମ୍ପାନୀ ରୁ  ଡ୍ୟୁଟି ସାରି ନିଜ ଓଲା ଗାଡି ରେ ଘର କୁ ଫେରୁଥିବା ବେଳେ ଚମାଖଣ୍ଡିଛକ ଏବଂ ବଣବୁଲାପଲ୍ଲୀ ଯିବା ରାସ୍ତା ରେ ହଠାତ ଓଲା ଗାଡି ରେ ନିଆଁ ଲାଗି  ହୁତୁ ହୁତୁ ହୋଇ ଜଳିଲା  l  ଯାହାଫଳ ରେ ସେ ଭୟଭୀତ ଅବସ୍ଥା ଗାଡି ଛାଡି ଅଳ୍ପ ଦୁରକୁ ଆସି ସଂଗେ ସଂଗେ ଛତ୍ରପୁର ଫାୟାର ଅଫିସ କୁ ଫୋନ ଯୋଗେ ଜଣାଇଥିଲେ l ଫାୟାର କର୍ମଚାରୀ ମାନେଘଟଣାସ୍ଥଳ କୁ ଆସି ନିଆଁ କୁ ଲିଭାଇଲା ବେଳେ ଓଲା ଗାଡି ଟି ସମ୍ପୂର୍ଣ୍ଣ ପୋଡି ନଷ୍ଟ ହୋଇଯାଇଥିଲା l ଏନେଇ ପି. ମଳୟ ସୂଚନା ଦେବା ସହିତ ଚମାଖଣ୍ଡି ଥାନା ରେ ମଧ୍ୟ ଲିଖିତ ଭାବେ ଜଣାଇଛନ୍ତି  ବୋଲି  ସେ କହିଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ