ବିଦ୍ୟୁତ୍ ଆଘାତରେ ଜଣେ ମୃତ, ଅନ୍ୟ ଜଣେ ଗୁରୁତର

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅନ୍ତର୍ଗତ ଗଙ୍ଗାବାଡ ପଞ୍ଚାୟତ ମୁନ୍ତସାହି ଠାରେ ବିଦ୍ୟୁତ୍ ଆଘତରେ ଜଣେ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଥିବା ସୁଚନା ମିଳିଛି I  ମୁନ୍ତସାହିର ବାରିକ ଶବର (୪୩) ଓ ନଗେନ୍ଦ୍ର ଶବର ବିଲକୁ ପାଣି ମାଡେଇବା ପାଇଁ ଯାଇଥିବା ବେଳେ ସେହି ବିଲ ଉପର ଦେଇ ଯାଉଥ‌ିବା ବିଦ୍ୟୁତ ଖୁଣ୍ଟ ତଳକୁ ନଇ ହୋଇ ରହିଥୁଲା. ବିଦ୍ୟୁତ ତାରକୁ ବାଉଁଶ ସାହାଯ୍ୟରେ ଟେକି ହୋଇ ରଖାଯାଇଥିଲା । ବର୍ଷା ଯୋଗୁଁ ବାଉଁଶ ଖୁଣ୍ଟରେ ପାଣି ଲାଗି ବିଦ୍ୟୁତ ଚାର୍ଜ ହୋଇ ଯାଇଥିବା ବେଳେ ସେହି ବାଉଁଶ ଖୁଣ୍ଟ ସଂସ୍ୱର୍ଶରେ ଆସି ବାରିକ ଶବରଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ନଗେନ୍ଦ୍ର ଗୁରୁତର ଆହତ ହେଇଥିଲେ I ନଗେନ୍ଦ୍ରଙ୍କୁ ସଙ୍ଗେ ସଙ୍ଗେ କଇଁପୁର ମେଡ଼ିକାଲରେ ପ୍ରାଥମିକ ଚିକିତ୍ସା ପରେ ପାରଳାଖେମୁଣ୍ଡି ମେଡ଼ିକାଲକୁ ପଠାଯାଇଥିବା ସରପଂଚ ହରିବନ୍ଧୁ କାର୍ଯ ପ୍ରକାଶ କରିଛନ୍ତି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ