ମହେନ୍ଦ୍ରଗିରିରେ ଟ୍ରାକ୍ଟର ଓଲଟି ଜଣେ ମୃତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାର ଗାରାବନ୍ଧ ଥାନା ଅନ୍ତର୍ଗତ ପୁରାଣ ପ୍ରସିଦ୍ଧ ମହେନ୍ଦ୍ରଗିରିରେ ଏକ ପାଣି ଟ୍ୟାଙ୍କର ଟ୍ରାକ୍ଟର ଦୁର୍ଘଟଣା ହୋଇ ହେଲପର ମୃତ୍ୟୁବରଣ କରିଥିବା ବେଳେ ଚାଳକ ଗୁରୁତର ହୋଇଛନ୍ତି। ମୃତକ ଟ୍ରାକ୍ଟର ହେଲପର ମାଡ଼ବା ଗ୍ରାମର ସନ୍ନ୍ୟାସୀ ଭୂଆଁ ( ୧୯) । ଘଟଣାରୁ ପ୍ରକାଶ ଗତକାଲି ରାତି ପ୍ରାୟ ସାଢ଼େ ୮ଟାରେ ମହେନ୍ଦ୍ରଗିରିରେ ଥିବା ବନବିଭାଗର ପର୍ଯ୍ୟଟକଙ୍କ ରହଣିସ୍ଥଳ ତଥା କଟେଜ୍‌କୁ ପାଣି ଯୋଗାଇବା ପାଇଁ ନିୟୋଜିତ ଟ୍ୟାଙ୍କର ପାଣି ନେଇଯାଉଥିଲା । ଘାଟି ରାସ୍ତାରେ ଟ୍ରାକ୍ଟର  ଭାରସାମ୍ଯ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଚାଳକ ମାଡ଼ିବା ଗ୍ରାମର ରବୀନ୍ଦ୍ର ଧାଙ୍ଗଡା ଭୂୟାଁ (୨୦) ଗୁରୁତ ତର ଆହତ ହୋଇଥିବା ବେଳେ ଚାଳକଙ୍କ ପାର୍ଶ୍ବରେ ବସିଥିବା ତେରବ ଗ୍ରାମର ସନ୍ନ୍ୟାସୀଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି। ଟ୍ରାକ୍ଟର ଚାଳକ ରବୀନ୍ଦ୍ରଙ୍କୁ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଘଟଣା ନେଇ ଗାରାବନ୍ଧ ଥାନାରେ ଏକ ମକଦ୍ଦ୍ୱମା ରୁଜୁ ହୋଇ ତଦନ୍ତ ଜାରି ହୋଇଛି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ