ବସ୍‍ ଧକ୍କାରେ ଜଣେ ମୃତ

ଆସିକା  (ୱାଇଏନ୍‍ଏସ୍‍) : ବୁଧବାର ପୂର୍ବାହ୍ନରେ ଆସିକା ଥାନା ଅନ୍ତର୍ଗତ କାଳଷଣ୍ଢପୁର ଛକ ନିକଟରେ ଏକ ଯାତ୍ରୀବାହୀ ଘରୋଇ ବସ୍‍ ଧକ୍କାରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ଏ ସଂପର୍କରେ ମିଳିଥିବା ସୂଚନା ଅନୁଯାୟୀ ଆସିକା ବ୍ଳକ ଅନ୍ତର୍ଗତ ମଙ୍ଗଳପୁର ଗ୍ରାମର ଗ୍ରାମର ଗୋପୀନାଥ ବେହେରା (ବୟସ ପ୍ରାୟ ୪୦ ବର୍ଷ) ଗତ କିଛି ଦିନ ହେଲା କାଳଷଣ୍ଢପୁର ଛକ ନିକଟରେ ଥିବା ଏକ ହୋଟେଲରେ କାମ କରୁଥିବା ବେଳେ ବୁଧବାର ପୂର୍ବାହ୍ନରେ ଗ୍ରାମର ଛକ ନିକଟରେ ବ୍ରହ୍ମପୁରରୁ ଆସିକା ଅଭିମୁଖେ ଆସୁଥିବା ଏକ ଯାତ୍ରୀବାହୀ ବସ୍‍ ସହ କୌଣସି କାରଣରୁ ଧକ୍କା ହୋଇଥିଲା । ଯାହାରି ଫଳରେ ମଙ୍ଗଳପୁର ଗ୍ରାମର ଗୋପୀନାଥ ବେହେରା ନାମକ ଜଣେ ବ୍ୟକ୍ତିଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । ଖବର ପାଇ ଆସିକା ପୋଲିସ ଟିମ୍‍ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ସଡକ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଗୋପୀନାଥ ବେହେରାଙ୍କ ମୃତଦେହ ଓ ଦୁର୍ଘଟଣାଗ୍ରସ୍ତ ଘଟାଇଥିବା ଯାତ୍ରୀବାହୀ ଘରୋଇ ବସ୍‍କୁ ଜବତ କରି ତଦନ୍ତ ଆରମ୍ଭ କରିଥିଲେ । ଯାତ୍ରୀବାହୀ ଘରୋଇ ବସ୍‍ ଧକ୍କାରେ ମୃତ୍ୟୁବରଣ କରିଥିବା ଆସିକା ବ୍ଳକ ଅନ୍ତର୍ଗତ ମଙ୍ଗଳପୁର ଗ୍ରାମର ଗୋପୀନାଥ ବେହେରାଙ୍କ ମୃତଦେହକୁ ଆସିକା ପୋଲିସ ଜବତ କରି ବ୍ୟବଚ୍ଛେଦ ଲାଗି ଆସିକା ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିଲା । ସେଠାରେ ମୃତଦେହ ବ୍ୟବଚ୍ଛେଦ ହେବା ପରେ ମୃତକଙ୍କ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଥିବା ଜଣାପଡିଛି । ବୁଧବାର ପୂର୍ବାହ୍ନରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ଦୁର୍ଘଟଣାର ଖବର ପାଇ ମୃତକଙ୍କ ପରିବାରବର୍ଗ ଆସିକା ଉପଖଣ୍ଡ ଚିକିତ୍ସାଳୟରେ ପହଂଚିବା ପରେ ସେମାନଙ୍କ କାନ୍ଦବୋବାଳିରେ ମେଡିକାଲ ପରିସର ଫାଟି ପଡିଥିଲା ଓ ଦୁଃଖଦ ପରିବେଶ ସୃଷ୍ଟି ହୋଇଥିଲା । ଘଟଣା ସଂକ୍ରାନ୍ତରେ ଏକ ଲିଖିତ ଏତଲା ଆସିକା ଥାନାରେ ଦାୟର କରିବା ପରେ ପୋଲିସ ୨୭୬/୨୦୨୫ ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଥିବା ଲକ୍ଷ୍ୟ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ