ଗୋପ ଶିକ୍ଷକ ସମନ୍ୱୟ ସମିତିର ସାଂଗଠନିକ ବୈଠକ ଅନୁଷ୍ଠିତ

କୋଣାର୍କ,(ଗଣେଶ ଚନ୍ଦ୍ର ବେହେରା): କୋଣାର୍କ-ପୁରୀ ଵେଳାମାର୍ଗ ସଂଲଗ୍ନ ମା’ ରାମଚଣ୍ଡୀଙ୍କ ପୀଠରେ ଗୋପ ବ୍ଲକ ଶିକ୍ଷକ ସମନ୍ୱୟ ସମିତିର ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଶିକ୍ଷକ ସମନ୍ୱୟ ସମିତିର ସଭାପତି ଅଜୟ କୁମାର ରଥଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସଭାକୁ ସାଧାରଣ ସମ୍ପାଦକ ସରୋଜ କୁମାର ମିଶ୍ର ସଂଯୋଜନା କରିଥିଲେ। ପୁରୀ ଜିଲ୍ଲା ପ୍ରାଥମିକ ଶିକ୍ଷକ ୟୁନିୟନର ସଭାପତି ପୁରୁଷୋତ୍ତମ ପ୍ରଧାନ ମୁଖ୍ୟ ଅତିଥି, ପବିତ୍ର ମୋହନ ନାୟକ ମୁଖ୍ୟ ବକ୍ତା ଓ ସମ୍ମାନୀତ ଅତିଥି ରୂପେ ପୁରୀ ଜିଲ୍ଲା ପ୍ରାଥମିକ ଶିକ୍ଷକ ୟୁନିୟନର ସଂପାଦକ ଶିଵଦତ୍ତ ନାୟକ ଓ ରାଜ୍ୟ ଅବସରପ୍ରାପ୍ତ ଶିକ୍ଷକ ସଂଘର ଉପସଭାପତି ସୁଶାନ୍ତ କୁମାର ନାୟକ ଯୋଗଦେଇ ଶିକ୍ଷା, ଶିକ୍ଷକ ଓ ଶିକ୍ଷାୟତନ ସଂପର୍କରେ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗୋପଵ୍ଲକ ଏନପିଏସ୍ ଶିକ୍ଷକ ସଂଘର ସଭାପତି ଜଳନ୍ଧର ବେହେରା, ସଂପାଦକ ସଂତୋଷ କୁମାର ବିଶ୍ବାଳ, କାର୍ଯ୍ୟକାରୀ ସଭାପତି ସୁଚରିତା ପାତ୍ର, ଏକ୍ସ କ୍ୟାଡର ଶିକ୍ଷକ ସଂଘର ସଭାପତି ଶରତ କୁମାର ପରିଡ଼ା, ସଂପାଦକ ପ୍ରକାଶ କୁମାର ବେହେରା, ଶିକ୍ଷକ ସଂଘର କର୍ମକର୍ତ୍ତା ଦିବାକର ପରିଡ଼ା, ସୁରଜିତ୍ ସାହୁ, ଵିକ୍ରମ କୁମାର ରାଉତ, ସିଆରସିସି ତ୍ରିଲୋଚନ ବେଜ, ସଦାଶିବ ବେହେରା, ଲଲାଟ ଚନ୍ଦ୍ର ବେହେରା, ନିରଞ୍ଜନ ସ୍ୱାଇଁ, ପ୍ରଫୁଲ୍ଲ ସେଠୀ, ମାମିନା ବରାଳ, ପ୍ରିୟମ୍ବଦା ପାତ୍ର, କବିତା ମହାନ୍ତି, ଆଲୋକମାଳା ସାହୁ,ସିଆରସିସି ଲିଙ୍ଗରାଜ ସ୍ୱାଇଁ ଓ ସିଆରସିସି ପ୍ରଭାକର ମଲ୍ଲିକ ପ୍ରମୁଖ ଶିକ୍ଷକମାନଙ୍କର ବହୁବିଧ ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ