ପୈାରାଞ୍ଚଳରେ ନଗର କଂଗ୍ରେସର ସାଂଗଠନିକ ବୈଠକ

କେନ୍ଦ୍ରାପଡ଼ା (ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡା ପୈାରାଞ୍ଚଳର ୱାର୍ଡ ନମ୍ବର-୧,୨ ଓ ୩କୁ ନେଇ ନଗର କଂଗ୍ରେସ ପକ୍ଷରୁ ଏକ ସାଂଗଠନିକ ବୈଠକ ଇଛାପୁର ମାଉସୀ ମା’ ମନ୍ଦିର ନିକଟ ବଟମହାପୁରୁଷଙ୍କ ମଠରେ ଅନୁଷ୍ଠିତ ହୋଇଯାଇଛି। ନଗର କଂଗ୍ରେସ ସଭାପତି ଦିଲ୍ଲିପ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ପିସିସି ସାଧାରଣ ସମ୍ପାଦକ ହଳଧର ସେଠୀ, ପ୍ରଫୁଲ୍ଲ ଦାସ, ଜିଲ୍ଲା କଂଗ୍ରେସ କୋଷାଧ୍ୟକ୍ଷ ଭାଗିରଥି ଜେନା ପ୍ରମୁଖ ଯୋଗଦେଇ ଦଳର ସଂଗଠନକୁ ତୃଣମୂଳ ସ୍ତରରୁ ମଜଭୁତ କରିବା, ଆଗାମୀ ପୈାରନିର୍ବାଚନ ପରିପ୍ରେକ୍ଷୀରେ ପ୍ରତ୍ୟେକ ବୁଥ ସ୍ତରୀୟ ସଂଗଠନକୁ ଅଧିକ କ୍ରୀୟାଶୀଳ କରାଇବା, ଲୋକଙ୍କ ବିଭିନ୍ନ ସମସ୍ୟାକୁ ନେଇ ଆନ୍ଦୋଳନ ଗଢିତୋଳିବା ଏବଂ ସରକାରଙ୍କ ବିଭିନ୍ନ ବିଫଳତାକୁ ଲୋକଲୋଚନକୁ ଆଣିବା ଇତ୍ୟାଦି ସମ୍ପର୍କରେ ବିଷଦ ଭାବେ ଆଲୋଚନା କରିଥିଲେ। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଆଇନଜୀବୀ ଧରଣୀଧର ସୁଆର, ରଘୁନାଥ ବେହେରା, ବାପି ବ୍ରହ୍ମଚାରୀ, ପ୍ରଦୀପ ପାତ୍ର, ମହେଶ୍ୱର ପୃଷ୍ଟି,ମଥୁରୀ ସେଠୀ, ମହେଶ୍ୱର ଦାସ, କୃଷ୍ଣଚନ୍ଦ୍ର ବେହେରା, ଭଗବାନ ନାୟକ, ପ୍ରଭାତ ରାଉତ, ରମେଶ ଚନ୍ଦ୍ର ମହାନ୍ତି, ରଞ୍ଜନ ପ୍ରଧାନ ପ୍ରମୁଖ ଶତାଧିକ କଂଗ୍ରେସ ଦଳର କର୍ମୀ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ