ଅର୍ଥୋ ଟ୍ରମା କେୟାର ଶୁଭାରମ୍ଭ

କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ):  ଧରଣୀଧର ମେଡିକାଲ କଲେଜ ଏଣ୍ଡ ହସ୍ପିଟାଲ ପରିସରରେ ଥିବା ଟ୍ରମା କେୟାର ସେଂଟର(ଟିଏଫ୍ସି)ରେ ଅତ୍ୟାଧୁନିକ ବୈଷୟିକ ଯନ୍ତ୍ରପାତି ସୁବିଧା ଥିବା ଅର୍ଥୋ ଟ୍ରମା ଚିକିସôା ସେବା ଆଜି ଆରମ୍ଭ ହୋଇଛି । ଦୁର୍ଘଟଣାରେ ଆହତମାନଙ୍କ ପାଇଁ ଆଡମିଶନ ପରେ ଏହି ଜରୁରୀ ସେବା ଉପଲବ୍ଧ ହେବ । ଏହାକୁ ଧରଣୀଧର ମେଡିକାଲ କଲେଜ ଏଣ୍ଡ ହସ୍ପିଟାଲ ଅଧିକ୍ଷକ ଡାକ୍ତର ମହେନ୍ଦ୍ର କୁମାର ନାୟକ ଉଦ୍ଘାଟନ କରି ଦୁର୍ଘଟଣାରେ ଆହତ ଗୁରୁତର ରୋଗୀଙ୍କ ପାଇଁ ଏହି ସୁବିଧା ବେଶ ସହାୟକ ହେବ ବୋଲି କହିଥିଲେ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ,ଜିଲ୍ଲା ଖଣିଜ ପ୍ରତିଷ୍ଠାନ ସହଯୋଗରେ ଏହି ସେବା ଆରମ୍ଭ ହୋଇଛି । ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଧରଣୀଧର ମେଡିକାଲ କଲେଜର ଡାକ୍ତର ଏବଂ କର୍ମଚାରୀ ଉପସ୍ଥିତ ଥିଲେ ।  କେନ୍ଦୁଝର ଜିଲ୍ଲା ଏକ ଦୁର୍ଘଟଣାପ୍ରବଣ ଜିଲ୍ଲା ହୋଇଥିବାବେଳେ ଟ୍ରମା କେୟାର କେନ୍ଦୁଝର ଆରମ୍ଭ ହେବା ପରେ ବହୁ ଗୁରୁତର ରୋଗୀ ସୁବିଧାରେ ଚିକିସôିତ ହେଉଛନ୍ତି । ଦୁର୍ଘଟଣାଗ୍ରସ୍ତଙ୍କୁ ଉନ୍ନତମାନର ଚିକିସôା ସେବା ଯୋଗାଇ ଦିଆଯାଇ ସେମାନଙ୍କ ବହୁମୂଲ୍ୟ ଜୀବନ ବଞ୍ଚାଇବା ପାଇଁ ଟ୍ରମାକେୟାର ସେଣ୍ଟର କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କରକମଳରେ ଗତ ମେ ମାସ ୫ ତାରିଖରେ ଉଦ୍ଘାଟନ ହୋଇଥିଲା ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ