ବୋର୍ଡ ଢାଞ୍ଚାରେ ପ୍ରକାଶ ପାଇବାକୁ ଯାଉଛି ଓଷ୍ଟା ଦଶମ ଶ୍ରେଣୀ ଟେଷ୍ଟ ପେପର୍ସ
କଟକ(ଓ୍ବାଇଏନଏସ): ମସିହା ଦଶମ ଶ୍ରେଣୀ ବୋର୍ଡ଼ ପରୀକ୍ଷା ଦେବାକୁ ଯାଉଥିବା ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ମାଧ୍ୟମିକ ଶିକ୍ଷାପରିଷଦ ଦ୍ୱାରା ନିର୍ଦ୍ଧାରିତ ପାଠ୍ୟଖସଡ଼ା ଆଧାରରେ ଆସନ୍ତା ତା୦୪.୦୮.୨୦୨୫ରିଖ ସୋମବାର ଦିନ ଓଷ୍ଟାର ମୁଖ୍ୟ କାର୍ଯ୍ୟାଳୟ, ନୟାସଡ଼କ, କଟକ ଠାରେ ଉଭୟ ବସ୍ତୁନିଷ୍ଠ ଓ ଦୀର୍ଘ ଉତ୍ତରମୂଳକ “”ଓଷ୍ଟା ଟେଷ୍ଟ ପେପର୍ସ” ପ୍ରକାଶିତ ହେବାକୁ ଯାଉଛି । ଉକ୍ତ ଦିନଠାରୁ ବଜାରରେ ଉପଲବ୍ଧ ହେବ । ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ଚଳିତ ବର୍ଷ ଏକ ଅଭିନବ ଉପାୟରେ ଉକ୍ତ ଟେଷ୍ଟ ପେପର୍ସକୁ ପ୍ରସ୍ତୁତ କରିଛି ବୋଲି ଓଷ୍ଟାର ସାଧାରଣ ସଂପାଦକ ରଞ୍ଜନ କୁମାର ଦାଶ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ପ୍ରକାଶଥାଉକି, ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା) କେବଳ ଶିକ୍ଷକମାନଙ୍କର ସମସ୍ୟା ସମାଧାନ ସଂପର୍କରେ କାର୍ଯ୍ୟ କରି ନଥାଏ, ରାଜ୍ୟର ଶିକ୍ଷାବ୍ୟବସ୍ଥା ଓ ଛାତ୍ରଛାତ୍ରୀମାନଙ୍କର ଉତ୍ତମ ଭବିଷ୍ୟତ କଥା ସଦାସର୍ବଦା ଚିନ୍ତା କରିଥାଏ । ଏଣୁ ପ୍ରତ୍ୟେକ ବର୍ଷ ପରି ନିର୍ଦ୍ଧାରିତ ପାଠ୍ୟଖସଡ଼ା ଆଧାରରେ ଚଳିତ ବର୍ଷ ଅର୍ଥାତ୍ ୨୦୨୫-୨୬ ଶିକ୍ଷାବର୍ଷ ପାଇଁ ଉଭୟ ସଂକ୍ଷିପ୍ତ ଓ ଦୀର୍ଘ ଉତ୍ତରମୂଳକ ଟେଷ୍ଟ ପେପର୍ସ ଓଷ୍ଟା ଦ୍ୱାରା ପ୍ରସ୍ତୁତ କରାଯାଇଛି । ଟେଷ୍ଟପେପର୍ସ ପ୍ରକାଶନ କ୍ଷେତ୍ରରେ ଓଷ୍ଟା ୫୯ ବର୍ଷ ଅତିକ୍ର୍ରାନ୍ତ କରିଅଛି । ପୂର୍ବ ବର୍ଷ ପରି ଏହି ବର୍ଷ ମଧ୍ୟ ଅନେକ ଅଭିଜ୍ଞ ଶିକ୍ଷକମାନଙ୍କର ଦୀର୍ଘ ଅଭିଜ୍ଞତାକୁ ବିନିଯୋଗ କରି ଟେଷ୍ଟ ପେପର୍ସ ପ୍ରସ୍ତୁତ ହୋଇଛି ବୋଲି ଓଷ୍ଟା ପକ୍ଷରୁ କୁହାଯାଇଛି । ଆସନ୍ତା ଅଗଷ୍ଟ ୪ ତାରିଖ ସୋମବାର ଦିନ ଉକ୍ତ ଟେଷ୍ଟ ପେପର୍ସ ବିକ୍ରୟ କରାଯିବ ଓ ଏହା ବଜାରରେ ଉପଲବ୍ଧ ହେବ । ଓଷ୍ଟା ଦ୍ୱାରା ପ୍ରକାଶିତ ଏହି ପୁସ୍ତକକୁ ଚଳିତ ବର୍ଷ ପୂର୍ବବର୍ଷ ମାନଙ୍କ ପରି ଅତି ସୁଲଭ ଦରରେ ଯୋଗାଇ ଦେବା ପାଇଁ ଓଷ୍ଟା କାର୍ଯ୍ୟକାରୀ କମିଟିରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଚଳିତ ବର୍ଷର ବୋର୍ଡ଼ ପରୀକ୍ଷା ଓ ମୂଲ୍ୟାୟାନ ବ୍ୟବସ୍ଥା ସମ୍ପର୍କରେ ବୋର୍ଡ଼ ପକ୍ଷରୁ ଯେଉଁସବୁ ନୂତନ ପଦ୍ଧତି ପ୍ରକାଶିତ ହୋଇଛି, ସେଥିମଧ୍ୟରୁ ଯେଉଁ ବ୍ୟବସ୍ଥାଗୁଡ଼ିକ ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କ ପାଇଁ ଆବଶ୍ୟକ ହେବ ନାହିଁ, ସେ ସମସ୍ତ ବିଷୟବସ୍ତୁ ଉପରେ ସଂଶୋଧନ ପାଇଁ ଆଗାମୀ ଦିନରେ ବୋର୍ଡ଼ ଓ ରାଜ୍ୟ ସରକାରଙ୍କ ପାଖରେ ପ୍ରସ୍ତାବ ରଖିବ ବୋଲି ଓଷ୍ଟା ପକ୍ଷରୁ ସୂଚନା ଦିଆଯାଇଛି । ୨୦୨୫-୨୬ ପ୍ତ଼୍ଳଳ୍ପତ୍କଖ଼ ଦଶମ ଶ୍ରେଣୀ ବୋର୍ଡ଼ ପରୀକ୍ଷା ନିର୍ଦ୍ଧାରିତ ସମୟରେ କରିବା ପାଇଁ ଓଷ୍ଟା ପକ୍ଷରୁ ଦାବି କରାଯାଉଛି । ରାଜ୍ୟର ସର୍ବପୁରାତନ, ସର୍ବାଧିକ ଆଦୃତ ଏବଂ ମାଟ୍ରିକ୍ ପରୀକ୍ଷାରେ ଅଧିକ ପ୍ରଶ୍ନ ଆସୁଥିବା “ଓଷ୍ଟା ଟେଷ୍ଟ ପେପର୍ସ’କୁ ସମସ୍ତଙ୍କ ନିକଟରେ ପହଞ୍ଚାଇବା ନିମନ୍ତେ ଓଷ୍ଟାର ଏହି ଛୋଟିଆ ପ୍ରୟାସକୁ କାର୍ଯ୍ୟକାରୀ କରିବା ପାଇଁ ସଭାପତି ଅକ୍ଷୟ କୁମାର ମିଶ୍ର, କାର୍ଯ୍ୟକାରୀ ସଭାପତି ନୀଳମଣି ପୁରୋହିତ, ସାଧାରଣ ସଂପାଦକ ରଞ୍ଜନ କୁମାର ଦାଶ, ଯୁଗ୍ମ ସାଧାରଣ ସଂପାଦକ ବ୍ରଜକିଶୋର ବିଶ୍ୱାଳ, କୋଷାଧ୍ୟକ୍ଷ ଅଶୋକ କୁମାର ମହାପାତ୍ର, ଶିକ୍ଷାପ୍ରଦୀପ ସଂପାଦକ ଶଙ୍କର କୁମାର ସୁବୁଦ୍ଧିଙ୍କ ସମେତ ଓଷ୍ଟା ଟେଷ୍ଟପେପର୍ସ ପ୍ରସ୍ତୁତି ଦାୟିତ୍ୱରେ ଥିବା ସଂପାଦକ ପ୍ରଣବ କୁମାର ଜେନା, ମାଣିକେଶ୍ୱର ସ୍ୱାଇଁ, ରମାକାନ୍ତ ମହାପାତ୍ର ପ୍ରମୁଖ ଛାତ୍ରଛାତ୍ରୀ, ଅଭିଭାବକ, ବୁଦ୍ଧିଜୀବୀ ଓ ଶିକ୍ଷାପ୍ରେମୀ ଜନସାଧାରଣମାନଙ୍କୁ ନିବେଦନ କରିଛନ୍ତି ।