କଳିଗାଁ ପଞ୍ଚାୟତରେ ଆମ ପୁଲିସ ସମିତି ବୈଠକ

ହାଟଡିହି,(ଓ୍ବାଇଏନଏସ) : କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ପକ୍ଷରୁ ଆଜି କଳିଗାଁ ପଞ୍ଚାୟତ କାର୍ଯ୍ୟାଳୟ ସଭାଗୃହ ଠାରେ ଆମ ପୁଲିସ ସମିତି ବୈଠକଅନୁଷ୍ଠିତ ହୋଇଯାଇଛି।  ନନ୍ଦିପଦା ଥାନା ଆଇଆଇସି ରବିନ୍ଦ୍ର କୁମାର ପାତ୍ରଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ବୈଠକରେ ଆମ ପୁଲିସ ସଦସ୍ୟ ସୁଧାଂଶୁ ଦକ୍ଷିଣ ରାୟ, କିଶୋର ଆଚାର୍ଯ୍ୟ, କଳିଗାଁ ସରପଞ୍ଚ  ପସରପଞ୍ଚ ହେମଲତା ଜେନା, ପୂର୍ବତନ ସରପଞ୍ଚ ପିତବାସ ଜେନା,  ଅଁରା ସରପଞ୍ଚ ମମତା ବେହେରା, ଥାନା ଏସ.ଆଇ ବିନିତା ଲାକ୍ରା, ଏ.ଏସ.ଆଇ ସୁଷମା ସେଠୀ ପ୍ରମୁଖ ଯୋଗଦେଇ ସରକାରଙ୍କ ବହୁ ନୂଆ ଆଇନ, ସାଇବର ସଚେତନତା, ଆଇନ ର ବିଭିନ୍ନ ଦିଗ ଉପରେ ଲୋକମାନଙ୍କୁ ସଚେତନ କରାଇଥିଲେ। ସେହିପରି ସମାଜରେ କିଶୋରୀ ବାଳିକା, ମହିଳା ମାନେ କିପରି ନିର୍ଯାତିତ ନହେବେ ତାହା ଉପରେ ପୁଙ୍ଖାନୁପୁଙ୍ଖ ଭାବେ ବୁଝାଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଶାଳଣିଆଁର ପୂର୍ବତନ ସରପଞ୍ଚ ଶ୍ରୀଧର ବେହେରା, ସମାଜସେବୀ  ବିଶ୍ବମ୍ବର ବେହେରା, ପିତାମ୍ବର ପାତ୍ର, ମାୟାଧର ସାହୁ, ମଧୁସୂଦନ ମହାପାତ୍ର, ଗୌରାଙ୍ଗ ମଲ୍ଲିକ, କୋଦଣ୍ଡଧର ଜେନାଙ୍କ ସମେତ ଶତାଧିକ ଗ୍ରାମବାସୀ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ