ଓଲଟିଲା କପା ବୋଝେଇ ଟ୍ରକ

ମୋହନା, (ଓ୍ବାଇଏନଏସ) : ଗଜପତି ଜିଲ୍ଲା ଅଡବା ଥାନା ରାଇପଙ୍କା ଗାଁ ନିକଟରେ ଏକ କପା ବୋଝେଇ ଟ୍ରକ ଓଲଟି ପଡିଛି। ଏହି ଘଟଣାରେ ଟ୍ରକ ଡ୍ରାଇଭର ସାମାନ୍ୟ ଆହତ ହୋଇଛନ୍ତି । ଆଜି ଅପରାହ୍ନ ପ୍ରାୟ 5 ଟାରେ ଏକ କପା ବୋଝେଇ ଟ୍ରକ ଗୁଣୁପୁର ରୁ ବ୍ରହ୍ମପୁର ଯାଉଥିଲା । ଏହି ସମୟରେ ରାଇପଙ୍କl ଗାଁ ନିକଟରେ ଏକ ବୁଲାଣିରେ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡିଛି। ଖବର ପାଇ ଅଡବା ଥାନା ପୁଲିସ ପହଞ୍ଚି ତଦନ୍ତ କରୁଛି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ