ପାଚିକା ସଂଘ ପକ୍ଷରୁ ୭ଦଫା ଦାବିରେ ବ୍ଳକ ଶିକ୍ଷାଧିକାରୀଙ୍କୁ ଦାବିପତ୍ର ପ୍ରଦାନ

ନାଉଗାଁ,(ଓ୍ବାଇଏନଏସ): ଏଆଇୟୁଟିୟୂସି ସହବନ୍ଧିତ ନାଉଗାଁ ବ୍ଳକ ପାଚିକା ସଂଘ ପକ୍ଷରୁ ୭ ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ବ୍ଳକ ଶିକ୍ଷାଧିକାରୀ ଉମେଶ ରାଉତଙ୍କୁ ପ୍ରଦାନ କରାଯାଇଛି। ଦାବିଗୁଡିକ ମଧ୍ୟରେ ରହିଛି ଛାତ୍ରଛାତ୍ରୀ ଅନୁସାରେ ସରକାରୀ ନ୍ୟିମାନୁଯାୟୀ ପାଚିକା ନିଯୁକ୍ତି କରାଯାଉ। ନୂତନ ପାଚିକା,ସହାୟିକା ନିଯୁକ୍ତି ସମୟରେ ପୂର୍ବରୁ କାର୍ଯ୍ୟ କରୁଥିବା କିମ୍ବା ବିଦ୍ୟାଳୟ ମିଶ୍ରଣ ହେତୁ ବାଦ ପଡିଥିବା ପାଚିକାଙ୍କୁ ଅଗ୍ରାଧିକାର ପ୍ରଦାନ, ନିୟମିତ ପାରିଶ୍ରମିକ ପ୍ରଦାନ, ଅଧିକ କାର୍ଯ୍ୟ ପାଇଁ ଅଧିକ ପାରିଶ୍ରମିକ ପ୍ରଦାନ, ଉପଯୁକ୍ତ ପାରିଶ୍ରମିକ ସହ ୪ର୍ଥ ଶ୍ରେଣୀ କର୍ମଚାରୀଙ୍କ ମାନ୍ୟତା ପ୍ରଦାନ, ପୋଷାକ ପ୍ରଦାନ ଆଦି ଦାବି ରହିଛି। ଏହି ଦାବିପତ୍ରକୁ ଅନ୍ନପୂର୍ଣ୍ଣା ବିଶ୍ୱାଳ, ସୁରମା ବେହେରା, ପ୍ରତିମା ମହାନ୍ତି ଆଦି ପ୍ରଦାନ କରିଥିଲେ। ପାଚିକାଙ୍କ ସମସ୍ୟା ବିଷୟରେ ଆଲୋଚନା କରାଯାଇ ପଦକ୍ଷେପ ଗ୍ରହଣ କରାଯିବ ବୋଲି ବ୍ଳକ ଶିକ୍ଷାଧିକାରୀ ରାଉତ ମତବ୍ୟକ୍ତ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ