ପଦ୍ମପୁର ପ୍ରାଥମିକ ସେବାଶ୍ରମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ମୁନିଗୁଡ଼ା,(ନନ୍ଦ କିଶୋର ପଟ୍ଟନାୟକ)ମୁନିଗୁଡ଼ା ବ୍ଲକ ଅନ୍ତର୍ଗତ ପଦ୍ମପୁର ପ୍ରାଥମିକ ସେବଶ୍ରମ ପରିସରରେ ସେବଶ୍ରମର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସେବଶ୍ରମର ପ୍ରଧାନ ସେବିକା ସୁମିତ୍ରା ପଣ୍ଡାଙ୍କ ସଭାପତିତ୍ୱ ଓ ଅଗୁଳ ଆଶ୍ରମର ପ୍ରଧାନ ଶିକ୍ଷକ ପରେଶ ପରିଛାଙ୍କ ସଂଯୋଜନାରେ ଅନୁଷ୍ଠିତ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥିଭାବେ ପୂର୍ବତନ ପ୍ରଧାନ ଶିକ୍ଷକ ନୟନାନନ୍ଦ ନାୟକ, ମୁଖ୍ୟବକ୍ତା ଭାବେ ମୁନିଖୋଲ ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୋବିନ୍ଦ ଶବର,ସମ୍ମାନିତ ଅତିଥି ସଭାପତି ଯଦୁପତି ପିଡିକାକା,ସିଙ୍ଗାରି ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାମଚନ୍ଦ୍ର ସାହୁ,ପୂର୍ବତନ ସରପଞ୍ଚ ତଥା ଗ୍ରାମର ବରିଷ୍ଠ ବ୍ୟକ୍ତି ଦୁର୍ଯ୍ୟୋଧନ ପିଡ଼ିକାକା,କ୍ଲୋଷ୍ଟର ସିଆରସିସି କୋମଲେସ ଶବର,ପ୍ରେସ କ୍ଳବ ସମ୍ପାଦକ ନନ୍ଦ କିଶୋର ପଟ୍ଟନାୟକ,ଆରସିଡିସି ସଂଯୋଜକ ଚୈତନ୍ୟ ପ୍ରଧାନ,ଶିକ୍ଷକ ରାୟଗୁରୁ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ବଳନ କରି ଉତ୍ସବକୁ ଉଦଘାଟନ କରିଥିଲେ l ପରେ ଅତିଥି ମାନଙ୍କୁ ସେବଶ୍ରମ ତରଫରୁ ସ୍ୱାଗତ କରିବା ସହ ଉତ୍ତରୀୟ ଓ ପୁଷ୍ପାଗଛ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା। ପରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସୁମିତ୍ରା ପଣ୍ଡା ଶିଶୁ ମାନଙ୍କ ପ୍ରତିଭାର ବିକାଶ ଓ ଦକ୍ଷତାକୁ ବିକଶିତ କରିବା ସହିତ ସେମାନଙ୍କୁ ଉତ୍ସାହିତ କରିବା ଏହି ବାର୍ଷିକ ଉତ୍ସବର ମୁଖ୍ୟ ଉଦ୍ଧେଶ୍ୟ ବୋଲି ପ୍ରକାଶ କରିବା ସହ ବାର୍ଷିକ ବିବରଣୀ ପଠନ କରିଥିଲେ। ପରେ ଅତିଥି ମାନେ ଉପସ୍ଥିତ ବିଧ୍ୟାର୍ଥୀ ମାନଙ୍କୁ ଭଲ ପାଠ ପଡିବା ସହ ଭବିଷ୍ୟତରେ ଜଣେ ଜଣେ ସୁନାଗରିକ ହୋଇ ନିଜର,ବିଦ୍ୟାଳୟ ଓ ପରିବାର ଜନଙ୍କ ନାମ ରଖିବାକୁ ଏବଂ ଗୁରୁଜନ ମାନଙ୍କୁ ସମ୍ମାନ ଦେବାକୁ ଓ ବିଭିନ୍ନ କ୍ଷେତ୍ରରେ ପରିଦର୍ଶିତା ହେବାକୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ବାର୍ଷିକ କ୍ରୀଡା ଓ ବିଭିନ୍ନ ପ୍ରତିଯୋଗିତାରେ ଉତୀର୍ଣ୍ଣ ହୋଇଥିବା ବିଦ୍ୟାର୍ଥୀ ମାନଙ୍କୁ ଅତିଥି ମାନେ ପ୍ରମାଣପାତ୍ର,ଟ୍ରଫି ସହ ପୁରସ୍କାର ପ୍ରଦାନ କରିଥିଲେ l ବିଦ୍ୟାର୍ଥୀ ମାନଙ୍କ ସୁନ୍ଦର ସ୍ୱାଗତ ନୃତ୍ୟ,ଜନଜାତି ସମ୍ପ୍ରଦାୟ ନୃତ୍ୟ, ନୁର୍ତ୍ୟ ମାଧ୍ୟମରେ ବିଭିନ୍ନ ସଚେତନତା ମାଧ୍ୟମରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଯାହାକି ଉପସ୍ଥିତ ସମସ୍ତ ଅତିଥି, ଅଭିଭାବକ, ଗ୍ରାମବାସୀ ମାନଙ୍କ ମନମୁଗ୍ଧ କରିଥିଲା। ଶେଷରେ ସେବାଶ୍ରମର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିବା ବେଳେ ବିଦ୍ୟାଳୟର ଶିକ୍ଷକ ନିତୁ ଜାକକା, ଆଲୋକପ୍ରଭା ଦେବୀ,କମଳିନୀ ମହାନ୍ତି, ନୀଳିମା ସିକକା,ସାବିତ୍ରୀ ପିଡିକାକା, ନକ୍ଷେତ୍ର ସିକକା,ରତନୀ ପିଡିକାକା,ଅଁଳା ପିଡିକାକା ଓ ଶିଶୁ ସେବିକା ନେପୋରୀ ପିଡିକାକା ପ୍ରମୁଖଙ୍କ ସମେତ ଅନ୍ୟ ମାନେ ଉପସ୍ଥିତ ରହି ପରିଚାଳନା ଓ ସହଯୋଗ କରିଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ