ମୁନିଗୁଡାରେ ଜଙ୍ଗଲ ନିଆଁ ପ୍ରତିରୋଧ ନିମନ୍ତେ ସଚେତନତା କାର୍ଯ୍ୟକ୍ରମ

ମୁନିଗୁଡ଼ା,(ନନ୍ଦ କିଶୋର ପଟ୍ଟନାୟକ) : ମୁନିଗୁଡ଼ାର ଫୋରେଷ୍ଟ ରେଞ୍ଜର କାର୍ଯ୍ୟାଳୟ ସଭାଗୃହ ପରିସରରେ ଜଙ୍ଗଲ ନିଆଁ ପ୍ରତିରୋଧ କ୍ଷେତ୍ରରେ ପଞ୍ଚାୟତିରାଜ ପ୍ରତିନିଧିଙ୍କ ସହଯୋଗ ଭିତ୍ତିକ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ମୁନିଗୁଡା ରେଞ୍ଜର ପ୍ରବୀଣ ଦାସଙ୍କ ତତ୍ୱାବଧାନରେ ଅନୁଷ୍ଠିତ ସଚେତନତା କାର୍ଯ୍ୟକ୍ରମରେ ଅତିଥିଭାବେ ଭାରତୀୟ ବନ ସେବା (ଆଇଏଫଏସ) ପୂଜା ମୀନା,ଜିଲ୍ଲା ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଗୌରାଙ୍ଗ ଚରଣ ରାଉତ,ମହେଶ୍ୱର ପାଲକା ପାଲକା ପ୍ରମୁଖଙ୍କ ସମେତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ କାର୍ଯ୍ୟକ୍ରର ଶୁଭାରମ୍ଭ କରିଥିଲେ। ପ୍ରଥମେ ସାମାଜିକ କର୍ମୀ ଦୋଳଗୋବିନ୍ଦ ନାୟକ ସଚେତନତା ମୂଳକ ପ୍ରାରମ୍ଭିକ ଓ ଉଦଯାପନୀ ସଙ୍ଗୀତ ପରିବେଷଣ କରୁଥିଲେ। ପରେ ଅତିଥି ମାନେ ଜଙ୍ଗଲ ନିଆଁ ନିୟନ୍ତ୍ରଣ ଏବଂ ବନ୍ୟପ୍ରାଣୀ ସୁରକ୍ଷା ଦିଗରେ ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ କର୍ମଚାରୀ ମାନଙ୍କୁ ଗ୍ରାମ ସ୍ତରରେ ଗ୍ରାମବାସୀ ମାନଙ୍କର କିପରି ସହଯୋଗ ବୃଦ୍ଧି ପାଇବ ସେଥିପାଇଁ ଯତ୍ନବାନ ହେବାକୁ ନିବେଦନ କରିଥିଲେ। ଏହି ଅବସରରେ ଵନାଞ୍ଚଳ ତରଫରୁ ମୁନିଗୁଡ଼ା,ଚନ୍ଦ୍ରପୁର ଏବଂ ବିଷମକଟକ ଅଞ୍ଚଳରେ ଗ୍ରହଣ କରାଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ତଥା ଓଡ଼ିଶା ସରକାରଙ୍କ ଦ୍ୱାରା ନିର୍ମିତ ବୃତ୍ତ ଚିତ୍ର ଗଜାନନ ନମସ୍କାର ପ୍ରଦର୍ଶନ କରାଯାଇଥିଲା। ଏହି ସଚେତନତା କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଜନନେତା ଜଗନ୍ନାଥ ନୁଣ୍ଡ୍ରୁକା,ମୁନିଗୁଡା ସରପଞ୍ଚ ସରସ୍ବତୀ ଶବର, ପାତ୍ରଗୁଡା ସରପଞ୍ଚ ଅନନ୍ତ ନୁଣ୍ଡ୍ରୁକା ତେଲେଙ୍ଗାପଦର ସରପଞ୍ଚ ଉପେନ୍ଦ୍ର ସିକକାଙ୍କ ସମେତ ତିନୋଟି ବ୍ଲକରୂ ଆସି ଉପସ୍ଥିତ ଥିବା ସରପଞ୍ଚ,ସମିତି ସଭ୍ୟ ମାନେ ପଲ୍ଲୀ ସଭା,ମାସିକ ପଞ୍ଚାୟତ ବୈଠକରେ ଏହି ପ୍ରସଙ୍ଗରେ ଆଲୋଚନା କରାଯିବାର ଆବଶ୍ୟକତା ସହ ପଞ୍ଚାୟତିରାଜ ପ୍ରତିନିଧିଙ୍କୁ ବିଭାଗ ତରଫରୁ ପ୍ରୋତ୍ସାହିତ କରାଯିବାକୁ ପ୍ରସ୍ତାବ ଦିଆଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ମୁନିଗୁଡା ଫୋରେଷ୍ଟର ପ୍ରମୋଦିନି ମାଣ୍ଡିଙ୍ଗି, ରୋନିତ ମହାରଣା,ଅମ୍ବାଦଳା ଫୋରେଷ୍ଟର ମାଝୀ ମହାପାତ୍ର,ଅଶ୍ଵିନୀ କରକରିଆ, ସୁଜାତା ସୁନାମୁଦୀ,ଅହଲ୍ୟା ପାତ୍ର,ସହଭାଗି ସଂଗଠନ ଟିମ୍ ଲିଡର ବିଘ୍ନରାଜ ମିଶ୍ର ପ୍ରମୁଖଙ୍କ ସମେତ ଅନ୍ୟ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ରହି ପରିଚାଳନା ଓ ସହଯୋଗ କରିଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ