ଅସମ୍ପୂର୍ଣ୍ଣ ରାସ୍ତାରେ ଯାତାୟତ ପାଇଁ ଯନ୍ତ୍ରଣା
କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): ବର୍ଷା ଦିନ ପୂର୍ବରୁ ଶୋଚନୀୟ ହୋଇଥିବା ମାଟି ସଡ଼କ ଉପରେ ମୋରମ ପକାଇ ରାସ୍ତା ସମତୁଲ କରି ଜନସାଧାରଣ ଙ୍କ ଯାତାୟତ କରିବା ପାଇଁ ସରକାର ଙ୍କ ନିର୍ଦେଶ ରହିଥିଲେ ମଧ୍ୟ ବ୍ଲକ ପ୍ରଶାସନ ଏବଂ ପଞ୍ଚାୟତ କର୍ତ୍ତୃପକ୍ଷ ଙ୍କ ଦାୟିତ୍ଵ ହିନତା ଯୋଗୁଁ ଶୋଚନୀୟ ହୋଇ ପଡିଥିବା ମାଟି ସଡ଼କ ଗୁଡିକୁ ମୋରମ ପକାଇ ସମତୁଲ କରି ଜନସାଧାରଣ ଙ୍କ ଯାତାୟତ ସୁବିଧା କରା ଯାଉ ନଥିବାରୁ ବର୍ଷା ଦିନ ରେ ଜନ ସାଧାରଣର ଶୋଚନୀୟ ରାସ୍ତାରେ ଯାତାୟତ କରିବାରେ ଘୋର ଅସୁବିଧାର ସମ୍ମୁଖିନ ହେଉଥିବା ଦେଖିବାକୁ ମିଳିଛି। ଝୁମ୍ପୁରା ବ୍ଲକ ବଡଡୁମୁରିଆ ପଞ୍ଚାୟତ ଚକୁଳିଆ ଗ୍ରାମର ଧାତିଂସାହି କୁ ସହଯୋଗୀ କରଣ ହୋଇଥିବା ହୋଇଥିବା ରାସ୍ତା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି ଯାହା ଫଳରେ ଏହି ସାହିର ଜନସାଧାରଣ ଯାତାୟତ କରିବାରେ ଘୋର ଅସୁବିଧାର ସମ୍ମୁଖିନ ହେଉଥିବା ସମ୍ପର୍କରେ ଅଭିଯୋଗ କରିଛନ୍ତି। ପଞ୍ଚାୟତ କର୍ତ୍ତୃପକ୍ଷ ଏହି ରାସ୍ତା ରେ ବର୍ଷା ଦିନରେ ମାଟି କାମ ଆରମ୍ଭ କରିଥିଲେ। ସାହିର ଶ୍ରମିକ ମାନଙ୍କୁ ନେଇ ଏକ ସପ୍ତାହ ରାସ୍ତା ଉପରେ ମାଟି ପଡିଥିଲା । ରାସ୍ତାରେ ମାଟି ପଡିବା ପରେ ମାଟିକୁ ସମତୁଲ ନକରି ଛାଡି ଦେଇଥିଲେ। ବର୍ତ୍ତମାନ ରାସ୍ତା ଉପରେ ପାଣି ଜମି ରାସ୍ତା କାଦୁଅ ହୋଇଯାଇଛି ଯାହା ଫଳରେ ଏହି ସାହି ବାସିନ୍ଦା ତଥା ସାହିକୁ ଆସୁଥିବା ଜନସାଧାରଣ ଯାତାୟତ କରିବାରେ ଘୋର ଅସୁବିଧାର ସମ୍ମୁଖିନ ହେଉଛନ୍ତି। ବୁଧବାର ଦିନ ୫ ନମ୍ବର ଓ୍ବାର୍ଡ ମେମ୍ବର ପଞ୍ଚାୟତ ର ମାସିକ ବୈଠକ ସାରି ଆସୁଥିବାର ସମୟରେ ଏଠାରେ ପଡି ଆହତ ହୋଇଛନ୍ତି। ଛାତିରେ ଆଘାତ ଲାଗିଥିବାରୁ ସେ ଡାକ୍ତର ଖାନା କୁ ଯାଇ ଚିକିତ୍ସିତ ହୋଇଥିବା ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି। ରାସ୍ତା କାମ ଏକ ସପ୍ତାହ ହୋଇଥିଲା କିନ୍ତୁ କାର୍ଯ୍ୟ ସ୍ଥଳରେ ସୂଚନା ଫଳକ ନିର୍ମାଣ ହୋଇ ପାରିଲା ନାହିଁ। ସୂଚନା ଫଳକ ନଥିବାରୁ ଆଜି ଜନସାଧାରଣ ଏହି କାମ ପାଇଁ କେତେ ଟଙ୍କା ଅନୁଦାନ ଆସିଛି କି କି କାମ ହେବ ସେ ସମ୍ପର୍କରେ କିଛି ଜାଣି ପାରୁ ନାହାନ୍ତି। ସରକାରୀ ଅନୁଦାନ ରେ ରାସ୍ତା କାମ ହେଉଛି କିନ୍ତୁ ଦାୟିତ୍ଵ ରେ ରହିଥିବା ଅଧିକାରୀ ମାନେ ସରକାର ଙ୍କ ନିୟମକୁ ପାଳନ କରିବା ପାଇଁ କାହିଁକି ଆଗ୍ରହ ପ୍ରକାଶ କରୁନାହାନ୍ତି ବୋଲି ଏଠାରେ ପ୍ରଶ୍ନ ଉଠୁଛି। ଅଧିକାରୀ ମାନଙ୍କ ଦାୟିତ୍ଵ ହିନତା ଯୋଗୁଁ ରାସ୍ତା ଉନ୍ନତି କରଣ ଶେଷ ହେଉ ନଥିବାରୁ ଯାତାୟତ କରିବାରେ ଘୋର ଅସୁବିଧାର ସମ୍ମୁଖିନ ହେଉଛନ୍ତି। ରାସ୍ତା କାମକୁ ଯଥାଶୀଘ୍ର ଶେଷ କରିବା ପାଇଁ ଓ୍ବାର୍ଡ ମେମ୍ବର ରଘୁନାଥ ନାଏକ ଙ୍କ ସମେତ ଗ୍ରାମବାସୀ ସନ୍ତୋଷ କୁମାର ଦାସ, କରୁଣାକର ନାଏକ, ଇଶ୍ଵର ଦାସ, ମିଥୁନ ନାଏକ, ଭୀମସେନ ନାଏକ, ମାର୍କଣ୍ଡ ନାଏକ, ସୁବର୍ଣ୍ଣ ନାଏକ,ଭୂବନ ନାଏକ, ନକୁଳ ନାଏକ ପ୍ରମୁଖ ଦାବି କରିଛନ୍ତି। ରାସ୍ତା କାମ କାହିଁକି ଶେଷ କରା ଯାଉ ନାହିଁଁ ବୋଲି ପଞ୍ଚାୟତ କାର୍ଯ୍ୟ ନିବାହୀ ଅଧିକାରୀ ସବେରା ସରଙ୍ଗମ ଏକଲବ୍ୟ ଙ୍କ ସହିତ ଯୋଗାଯୋଗ କରିବାରୁ ସେ କହନ୍ତି ପଞ୍ଚାୟତ ବୈଠକ ରେ ରାସ୍ତା ସମ୍ପର୍କରେ ଆଲୋଚନା ହେଉଛି। ଆଗାମୀ ଏକ ସପ୍ତାହ ମଧ୍ୟରେ ରାସ୍ତା କାମ ଆରମ୍ଭ କରାଯିବ ବୋଲି ସଫେଇ ଦେଇଛନ୍ତି। ଶୋଚନୀୟ ରାସ୍ତା ପ୍ରତି ବ୍ଲକ ପ୍ରଶାସନ ସ୍ବତନ୍ତ୍ର ଭାବରେ ଦୃଷ୍ଟି ଦେବାକୁ ସାହି ବାସିନ୍ଦା ମାନଙ୍କ ତରଫରୁ ଦାବି ହେଉଛି


