ଉଦଘାଟିତ ହେଲା ଚିତ୍ରକଳା ଓ ଭାସ୍କର୍ଯ୍ୟ କର୍ମଶାଳା

ବାଲେଶ୍ୱର, (ସରୋଜ ପଣ୍ଡା): “ହର ଘର ତିରଙ୍ଗା ୨୦୨୬” ଏବଂ “ରାଷ୍ଟ୍ରୀୟ ଗୀତ ବନ୍ଦେ ମାତରମର ୧୫୦ତମ ବର୍ଷ ପୂର୍ତ୍ତି ଅଭିଯାନ” ଅବସରରେ ବାଲେଶ୍ୱର ଜିଲ୍ଲାରେ “ହର ଘର ତିରଙ୍ଗା ୨୦୨୬” ଓ “ବିଭାଜନ ବିଭୀଷିକା ସ୍ମୃତି ଦିବସ” ବିଷୟ ବସ୍ତୁ ଆଧାରିତ ଏକ ଚିତ୍ରକଳା ଓ ଭାସ୍କର୍ଯ୍ୟ କର୍ମଶାଳା ୧୧ ଅଗଷ୍ଟ ୨୦୨୬ ପୂର୍ବାହ୍ନ ୧୦.୪୫ ଘଟିକା ସମୟରେ ବାଲେଶ୍ଵର ଆର୍ଟ ଆଣ୍ଡ କ୍ରାଫ୍ଟ ମହାବିଦ୍ୟାଳୟଠାରେ ଉଦଘାଟିତ ହୋଇଯାଇଅଛି । ଏହି ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶାସକ ଦଳର ଉପମୁଖ୍ୟ ସଚେତକ ତଥା ମାନ୍ୟବର ବିଧାୟକ, ରେମୁଣା ଶ୍ରୀଯୁକ୍ତ ଗୋବିନ୍ଦ ଚନ୍ଦ୍ର ଦାସ ଓ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦର ଅଧ୍ୟକ୍ଷ ଶ୍ରୀଯୁକ୍ତ ନାରାୟଣ ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ତପନ କୁମାର ଖୁଣ୍ଟିଆ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀଯୁକ୍ତ ପ୍ରବୋଧ କୁମାର ମଲ୍ଲିକ, ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀମତୀ ମନସ୍ଵିନୀ ରାଉତ ଓ ବାଲେଶ୍ଵର ଆର୍ଟ ଆଣ୍ଡ କ୍ରାଫ୍ଟ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ନିକୁଞ୍ଜ ବିହାରୀ ଦାସ ଯୋଗଦେଇଥିଲେ । ଏହି କର୍ମଶାଳା ୧୧ ଅଗଷ୍ଟ ୨୦୨୬ ଠାରୁ ୧୪ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ ଆୟୋଜିତ ହୋଇ ସ୍ଵାଧୀନତା ଦିବସ ଅବସରରେ ଉକ୍ତ ସ୍ଥାନରେ ୧୫ ଅଗଷ୍ଟ ୨୦୨୬ରେ ପ୍ରଦର୍ଶନୀ କରାଯିବ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ